ହନୀପ୍ରୀତଙ୍କୁ ପଚରା ଉଚରା କରୁଛନ୍ତି ଶକ୍ତିଶାଳୀ ଅଫିସର – IG ମମତା ସିଂହ

ପଞ୍ଚକୁଲା ୫-୧୦ (ଓଡ଼ିଆ ପୁଅ) ହନୀପ୍ରୀତଙ୍କୁ ଯେଉଁ ଟିମ ପ୍ରଶ୍ନ ପଚାରୁଛନ୍ତି ସେଥିରେ ଏକ ନାମ ହରିଆଣା ପୋଲିସ ଆଇଜି ମମତା ସିଂହ ମଧ୍ୟ ଅଛନ୍ତି। ସେ ବର୍ତ୍ତମାନ ଆଇଜି କ୍ରାଇମରେ ୟଙ୍ଗେଷ୍ଟ ଓମାନ। ଜଣେ ଶକ୍ତିଶାଳୀ ଅଫିସର ହେଉଛନ୍ତି IG ମମତା ସିଂହ ରାଷ୍ଟ୍ରପତି ପୁଲିସ ସମ୍ମାନରେ ତାଙ୍କୁ ପୂର୍ବରୁ ସମ୍ମାନୀତ କରାଯାଇଛି। ଏକ ଟିଭି ଚ୍ୟାନେଲକୁ କଥାବାର୍ତ୍ତା କରିବା ସମୟରେ ମମତା ସିଂହ କହିଛନ୍ତିଯେ, ଜାଞ୍ଚ ଠିକ ଦୀଗରେ ଯାଉଛି ଏବଂ କିଛି ଲୀଡ୍ସ ମିଳିଛି। ଜଣେ ଶକ୍ତିଶାଳୀ ଆଇପିଏସ୍ ଅଫିସର ଭାବେ ଜଣାଶୁଣା ମମତା ସିଂହ କହିଛନ୍ତିଯେ, ହନୀପ୍ରୀତଙ୍କୁ ଯଦି ଜାଞ୍ଚ ପାଇଁ ଦରକାର ପଡ଼ିବ ତେବେ ମଧ୍ୟ ତାଙ୍କୁ ସାକ୍ଷୀ ଜୁଟାଇବା ପାଇଁ ସେଠାକୁ ନିଆଯିବ। ଆଇଜି ମମତା ସିଂହ କହିଛନ୍ତିଯେ ପୋଲିସ୍  ହନୀପ୍ରୀତଙ୍କ ଉପରେ ଯେଉଁ କେସ ବନାଇଛି ତାହା ଏକଦମ ଠିକ୍। କିନ୍ତୁ ତାଙ୍କର ଓକିଲ ଯେପରି କହୁଛନ୍ତି ସେଥିରେ କୌଣସି ଫରକ ପଡ଼ିବନି। ପୋଲିସ୍ ଠିକ ଦୀଗରେ ଯାଉଛି।

ହରିଆଣା କ୍ୟାଡରର IPS ମମତା ସିଂହ ଏମବିବିଏସ ଛାଡିକରି ପୁଲିସ କ୍ୟାଡରକୁ ବାଛିଥିଲେ। କାରଣ ତାଙ୍କର ମାତା-ପିତା ଏହି ସ୍ୱପ୍ନ ଦେଖିଥିଲେ। ମମତା ସିଂହ ପାଞ୍ଚ ଭାଇ-ଭଉଣୀ। ସେମାନଙ୍କ ମଧ୍ୟରେ ସେ କେବଳ ଜଣେ ଗେଜେଟେଡ ରୈଙ୍କର ଅଫିସର। ତାଙ୍କର ପିତା ସବୁବେଳେ ତାଙ୍କର ମନବଳ ବଢ଼ାଉଥିଲେ। ମମତା ସିଂହଙ୍କର ମାନବାଧିକାର ଆୟୋଗରେ ଡିଆଇଜି ପୋଷ୍ଟିଂ ରହିଥିଲା। ସେଠାରେ ତାଙ୍କୁ ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିଥିଲା। ମମତା ସିଂହ ମଥୁରାରେ ପଢିଛନ୍ତି। ହରିଆଣା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭାଗରେ କାମ କରିଛନ୍ତି। ତାଙ୍କ କାମକୁ ଦେଖିକରି ଗୃହମନ୍ତ୍ରଣାଳୟ ତାଙ୍କୁ ଜେଲ ସୁଧାର ଉପରେ ବନିଥିବା କମିଟି ସଦସ୍ୟ ବନାଇଥିଲେ। ତିନି ଜଣ ସନ୍ତାନ ତାଙ୍କର। ମମତା ସିଂହଙ୍କର ନାମ ଛତିଶଗଡ଼ ଏବଂ ପଶ୍ଚିମ ବଙ୍ଗରେ ନକ୍ସଲଙ୍କ ବିରୁଦ୍ଧରେ ଏବଂ ମାନବାଧିକାର ପକ୍ଷରେ ଅନେକ ଅଭିଯାନ ଚଳାଇଥିବା ପାଇଁ ନିଆଯାଇଥାଏ। (ଫଟୋ ସୌଜନ୍ୟ – FACEBOOK)

Leave a Reply

Your email address will not be published. Required fields are marked *