ଜିଲ୍ଲା ପରିକ୍ରମା

ଇଚ୍ଛାପୁରରେ ୨୧ ତମ ପୌଷ ପୂର୍ଣ୍ଣିମୀ ଅନୁଷ୍ଠିତ

ବରୀ ୫-୧ (ଓଡ଼ିଆ ପୁଅ/ସୁରେଶ କର) ବରୀ ବ୍ଳକ୍ ବାଇଁଶିରିଆ ପଂଚାୟତର ଇଚ୍ଛାପୁର ଗ୍ରାମରେ ଶଙ୍କରେଶ୍ୱର ମହାଦେବଙ୍କଠାରେ ପୋଷ ପୂର୍ଣ୍ଣମୀ ଅବସରର ପ୍ରତିବର୍ଷ ପରି ଏ ବର୍ଷ  ମଧ୍ୟ ବାବା ଅଖଣ୍ଡଳମଣୀଙ୍କ ମହାମେଳା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସ ମଙ୍ଗଳବାର ଦିନ ବାବାଙ୍କ ମେଳା ସହ ସଂକୀର୍ତ୍ତିତ ନାମ ଓ ପ୍ରସାଦ ସେବନ ହୋଇଥିଲା। ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହେବା ସହ ବୁଧବାର ଗୁରୁବାର ଦୁଇ ଦିନ ଧରି ପାଲାରେ ହଜାର ହଜାର ଦର୍ଶକ ଏବଂ ଶେଷ ରାତ୍ରି ଶୁକ୍ରବାରରେ ଭଜନ ସଂଧ୍ୟାରେ ବହୁ ଲୋକ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ୨୧ ବର୍ଷ ଧରି ହେଉଥିବା ଅନୁଷ୍ଠାନର ସଭାପତି ଅଜୟ ମହାନ୍ତି ଜଣାଇଛନ୍ତି।

ପ୍ରକାଶ ଥାଉକି ଇଛାପୁର ମା’ ବୀଣାପାଣି ପାଠାଗାର ପକ୍ଷରୁ ଆସନ୍ତା ୨୩ ତାରିଖ ଠାରୁ ୪ ଦିନ ବାପୀ ବାଦିପାଲା ଅନୁଷ୍ଠିତ ହେବାକୁ ଯାଉଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପାଲାରେ ରାଜ୍ୟର ସୁନାମ ଧନ୍ୟ ଗାୟକ ଯୋଗ ଦେବାର ଅଛି ବୋଲି ଅନୁଷ୍ଠାନ ସଦସ୍ୟ ଚନ୍ଦ୍ରଭାନୁ ପଣ୍ଡା ଜଣାଇଛନ୍ତି।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top