ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଆଇସିସିଆର ଓଡିଶା ଆଂଚଳିକ କାର୍ଯ୍ୟାଳୟକୁ କଲିକତା ସ୍ଥାନାନ୍ତରଣ ପ୍ରସଙ୍ଗ ସ୍ଥାନାନ୍ତରଣ ହେବନାହିଁ

ଧର୍ମେନ୍ଦ୍ରଙ୍କ ପତ୍ରର ଉତର ଦେଇ ସ୍ପଷ୍ଟ କଲେ ଆଇସିସିଆର ଅଧ୍ୟକ୍ଷ
ଓଡିଶା ଐତିହ ସମ୍ପନ୍ନ ରାଜ୍ୟ ହୋଇଥିବାରୁ ଆଇସିସିଆର ଅଫିସ ରହିବା ଜୁରରୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୨୦ ମଇ (ଓଡ଼ିଆ ପୁଅ) –ଇଣ୍ଡିଆନ କାଉନସିଲ ଫର କଲଚରାଲସ ରିଲେସନସ (ଆଇସିସିଆର)ର ଓଡିଶା ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରାଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଇ ସ୍ପଷ୍ଟ କରିଛନ୍ତି ଆଇସିସିଆର ଅଧ୍ୟକ୍ଷ ତଥା ସାଂସଦ ବିନୟ ସହସ୍ର ବୁଦ୍ଦେ।

ଆଇସିସିଆରକୁ ବନ୍ଦ କରିବାକୁ ବିରୋଧ କରି ଭୁବନେଶ୍ୱରରେ କାଯ୍ୟରତ ସଂସ୍ଥାର କର୍ମଚାରୀ ମାନଙ୍କ ଦାବିପତ୍ରକୁ ଆଇସିସିଆର ଅଧ୍ୟକ୍ଷଙ୍କୁ ପ୍ରେରଣ କରିବା ସହିତ ନିଆଯାଇଥିବା ନିଷ୍ପତିର ପୁନବିଚାର କରିବା ପାଇଁ ପତ୍ର ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ଏହି କେନ୍ଦ୍ରକୁ ଚାଲୁ ରଖିବା ସହ ଅଧିକ ପ୍ରୋତ୍ସାହନ ଦେବାପାଇଁ ସେ ଏହି ପତ୍ରରେ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପାଇବା ପରେ ଆଇସିସିଆରର ଅଧ୍ୟକ୍ଷ ତଥା ସାଂସଦ ବିନୟ ସହଶ୍ର ବୁଦ୍ଦେ ଭୁବନେଶ୍ୱର ସ୍ଥିତ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ କୌଣସି ନିଷ୍ପତି ହୋଇନାହିଁ ବୋଲି ତତ୍କ୍ଷଣାତ୍ ତାଙ୍କ ଉତ୍ତରରେ କହିଛନ୍ତି।

ଶ୍ରୀ ପ୍ରଧାନଙ୍କ ପତ୍ରର ଉତରରେ ଶ୍ରୀ ସହଶ୍ରବୁଦ୍ଦେ କହିଛନ୍ତି ଦେଶ ତମାମ ଚାଲୁଥିବା ଆଇସିସିଆର କେନ୍ଦ୍ର ଗୁଡିକର ସମୀକ୍ଷା କରାଯାଇଛି। ମାତ୍ର ପ୍ରଧାନଙ୍କୁ ପତ୍ର ଲେଖି ସେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ସ୍ଥିତ ଏହି କେନ୍ଦ୍ରକୁ ବନ୍ଦ କରିବା ପାଇଁ କୌଣସି ନିଷ୍ପତି ନିଆଯାଇନାହିଁ। ବାର୍ଷିକ ଯୋଜନା ଆଧାରରେ ଆଇସିସିଆର କେନ୍ଦ୍ର ଗୁଡିକ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସହଶ୍ରବୁଦ୍ଦେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଲେଖିଥିଲେ ରାଜଧାନୀ ଭୁବନେଶ୍ୱରର ପଳାସପଲୀ ଠାରେ ୨୦୦୯ ମସିହାରୁ ଏହି କାର୍ଯ୍ୟାଳୟ କାମ କରି ଆସୁଛି। ଓଡିଶାର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି ଅଫିସର ଭୂମିକା ରହିଛି। ଏହି ଅଫିସ ଓଡିଶାର ସଂସ୍କୁତିର ବିକାଶ ସହ ବିଦେଶରେ ମଧ୍ୟ ଓଡିଶା ସଂସ୍କୃତିର ପ୍ରଚାର ପାଇଁ କାମ କରି ଆସୁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ଶ୍ରୀ ପ୍ରଧାନଙ୍କୁ ଦିଆଯାଇଥିବା ଏକ ଆବେଦନରେ ଏହିଠାରେ କାମ କରୁଥିବା କର୍ମଚାରୀମାନେ ଏହାକୁ କଲିକତାକୁ ଉଠାଇ ନିଆଯାଉଥିବାର ନିଷ୍ପତି ହୋଇଥିବା ସୂଚନା ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top