ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ): ଶନିବାର ଦିନ ଏଡ଼ିଶା ସରକାର ଆଇଏଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ନିର୍ମଳଚନ୍ଦ୍ର ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି। କଟକ କଲେକ୍ଟରଭାବେ ନିର୍ମଳଚନ୍ଦ୍ରଙ୍କ ସ୍ଥାନରେ ସୁଶାନ୍ତ ମହାପାତ୍ର ନିଯୁକ୍ତି ପାଇଛନ୍ତି। ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ, ଏମ୍‌ଏସ୍‌ଏମ୍‌ଇ ଅତିରିକ୍ତ ସଚିବ ଭାବରେ ମାଧବ ଚନ୍ଦ୍ର ବରିହାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ବିଭୂତି ଭୂଷଣ ବେହେରା ଉତ୍ତରାଞ୍ଚଳ ଆରଡିସିଙ୍କ ସଚିବ ହୋଇଛନ୍ତି।

Leave a Reply

Your email address will not be published. Required fields are marked *