ଆନ୍ତର୍ଜାତୀୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶ୍ରେୟସୀ ସିଂହଙ୍କୁ ଡବଲ ଟ୍ରାପରେ ସ୍ୱର୍ଣ୍ଣ ପଦକ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଜାରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସପ୍ତମ ଦିନ ମଧ୍ୟ ଭାରତର ଭଲ ପ୍ରଦର୍ଶନ ଜାରୀ ଅଛି। ମହିଳାଙ୍କର ଡବଲ ଟ୍ରାପ ପ୍ରତିଦ୍ୱନ୍ଦିତାରେ ଶ୍ରେୟସୀ ସିଂହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତା’ ସହିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଅଣ୍ଟିରେ ୨୩ ଟି ପଦକ ଆସିସାରିଲାଣି। ଯେଉଁଥିରେ ୧୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୭ଟି କାଂସ୍ୟ ସାମିଲ ଅଛି।

ଏହା ପୂର୍ବରୁ ଭାରତୀୟ ଶୂଟର ଓମ ପ୍ରକାଶ ମିଥରୱାଲ ବୁଧବାରଦିନ ୫୦ ମିଟର ଏୟାର ପିୟ୍ତଲ ମେନ୍ସ ଫାଇନାଲରେ କାଂସ୍ୟ ପଦକ ଜୀତିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top