Facebookର ନୂଆ ଫିଚର: ଏବେ କିପରି କରିବେ ନିଜର ମୋବାଇଲ ରିଚାର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ସୋପାନ

ନୂଆଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ)ସୋସିଆଲ ନେଟୱର୍କିଂଗ ସାଇଟ ଫେସବୁକ ଭାରତରେ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଚୁପଚାପ ଏକ ନୂଆ ଫିଚର ଆଣିଛି। ଏହି ଫିଚରକୁ ବ୍ୟବହାର କରି ୟୁଜର୍ସ ଏବେ ବିଭିନ୍ନ ମୋବାଇଲ। ଅପରେଟର୍ସଙ୍କର ପ୍ରିପେଡ ମୋବାଇଲ ନମ୍ବର୍ସକୁ ରିଚାର୍ଜ କରିପାରନ୍ତି। ଏହି ନୂଆ ଫିଚର ବର୍ତ୍ତମାନ କେବଳ ପ୍ରିପେଡ ଏବଂ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ହିଁ ଉପଲବ୍ଧ ଅଟେ। କିନ୍ତୁ ଆସନ୍ତା ସମୟରେ ଏହି ଫିଚରକୁ ଆଇଫୋନ ୟୁଜର୍ସ ଏବଂ ଡେସ୍କଟପ ସାଇଟରେ ମଧ୍ୟ ଉପଲବ୍ଧ କରାଯିବାର ଆଶା କରାଯାଉଛି। ଏହା ବ୍ୟତୀତ, ଭବିଷ୍ୟତରେ ପୋଷ୍ଟପେଡ ନମ୍ବର୍ସର ବିଲ ଭରିବା ପାଇଁ ମଧ୍ୟ ଏହି ଫିଚରର ବ୍ୟବହାର କରାଯାଇପାରିବ।

ଯଦି ଆପଣ ଭାବୁଛନ୍ତିକି ଏହି ନୂଆ ଫିଚରକୁ କିପରି ବ୍ୟବହାର କରିବେ, ତେବେ ଜାଣନ୍ତୁ। ଫେସବୁକର ବ୍ୟବହାର କରି ମୋବାଇଲ ନମ୍ବରକୁ ରିଚାର୍ଜ କରିବା ପାଇଁ ଏହି ଷ୍ଟେପ୍ସ ଫଲୋ କରନ୍ତୁ।

1. ନୋଟିଫିକେସନ୍ସକୁ ଯାଆନ୍ତୁ ଏବଂ ସେଠାରେ ଦେଖାଯାଉଥିବା ତିନୋଟି ସମାନ୍ତରାଳ ଲାଇନ ଉପରେ ଟାପ କରନ୍ତୁ।

2.’Mobile Recharge’ ର ବିକଳ୍ପକୁ ଖୋଜନ୍ତୁ। ଯଦି ଆପଣଙ୍କୁ ଏହି ଲିଷ୍ଟରେ ଦେଖା ଯାଉନାହିଁ ତେବେ ‘See More’ ଉପରେ ଟାପ କରନ୍ତୁ।

3. ଏବେ ଆପଣଙ୍କୁ ସ୍କ୍ରିନ ଉପରେ ଏକ ମେସେଜ ଦାଖାଯିବ,ଯାହା ଉପରେ ‘Choose a plan and pay with your debit or credit card, its fast, secure and free’ ଲେଖା ହେଇଥିବ। ଏବେ ‘Recharge Now’ ଉପରେ ଟାପ କରନ୍ତୁ।

4.’Mobile Recharge’ ସ୍କ୍ରିନ ଉପରେ ନିଜର ମୋବାଇଲ ନମ୍ବର ଲେଖନ୍ତୁ।

5. ଫେସବୁକ ନିଜେ ଆପଣ ଆପଣଙ୍କ ଟେଲିକ।ମ ଅପରେଟରର ବିଷୟରେ କହିଦେବ, କିନ୍ତୁ ଆପଣ ଡ୍ରପଡାଉନ ମେନ୍ୟୁକୁ ଯାଇକରି ଏହାକୁ ବଦଳାଇ ମଧ୍ୟ ପାରନ୍ତି। ଏଠାରେ ଆପଣଙ୍କୁ ଏଆରଟେଲ, ବିଏସଏନଏଲ, ଆଇଡିଆ, ଜିୟୋ, ଏମଟିଏନଏଲ ଦିଲ୍ଲୀ, ଏମଟିଏନଏଲ ମୁମ୍ବାଇ, ଟାଟା ଡୋକୋମୋ, ଟେଲିନର ଏବଂ ଭୋଡାଫୋନ ପରି ବିକଳ୍ପ ମିଳିବ।

6. ରିଚାର୍ଜ ଆମାଉଁଟ ଏଣ୍ଟର କରନ୍ତୁ। ଯଦି ଆପଣଙ୍କୁ ପ୍ଲାନର ଠିକ୍ ସୂଚନା ନାହିଁ ତେବେ ‘Browse Plans’ ଉପରେ ଟାପ କରନ୍ତୁ।

7. ଏବେ ଆପଣଙ୍କୁ ଅନେକ ପ୍ଲାନ ଦେଖାଯିବ। ଏହି ପ୍ଲାନ ଫୁଲ ଟକ ଟାଇମ, 3ଜି ମୋବାଇଲ ଡାଟା, ସ୍ପେୟାଲ ଟାରିଫ ଭାଉଚର, ଟପଅପ, ଏସ୍ଏମଏସ ଆଦି ଯୋଡ଼ି ହେବ। ଆପଣ ଯେଉଁ ପ୍ଲାନ କିଣିବାକୁ ଚାହାଁନ୍ତି ତାହା ସିଲେକ୍ଟ କରନ୍ତୁ।

8. ‘Review Order’ ଉପରେ ଟାପ କରନ୍ତୁ।

9. ନିଜର ଡେବିଟ/କ୍ରେଡିଟ କାର୍ଡ ଡିଟେଲ ଲେଖନ୍ତୁ, ଯେଉଁଥିରେ କାର୍ଡ ନମ୍ବର, ଏକ୍ସପାୟାରୀ ଡେଟ ଏବଂ ସିକ୍ୟୁରିଟୀ କୋଡ (CVV ନମ୍ବର) ଯେପରି ସୂଚନା ସାମିଲ ଅଟେ।

10.’Place Order’ ଉପରେ ଟାପ କରନ୍ତୁ।

11. ୱାନ ଟାଇମ ପାସୱାର୍ଡ ଏଣ୍ଟର କରନ୍ତୁ ଏବଂ ତା’ ପରେ ଆପଣଙ୍କ ରିଚାର୍ଜ ସଫଳତା ପୂର୍ବକ ହୋଇଯିବ।

 

Leave a Reply

Your email address will not be published. Required fields are marked *