ଆନ୍ତର୍ଜାତୀୟ

ଇଷ୍ଟର ଫେଷ୍ଟିଭାଲର କ’ଣ କେବେଠାରୁ ଆରମ୍ଭ ହେଲା ଜାଣନ୍ତି କି?

ଇଷ୍ଟର ଇସାଇମାନଙ୍କର ପର୍ବ ଅଟେ। ଏହାକୁ ମନାଇବା ପାଇଁ ଅନେକ ଦିନ ପୂର୍ବରୁ ହିଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଥାନ୍ତି। ଏହି ଫେଷ୍ଟିଭାଲ ଗୁଡ ଫ୍ରାଇ ଡେ’ର ୨ ଦିନ ଅର୍ଥାତ୍ ରବିବାରଦିନ ମନାଯାଇଥାଏ। ଏହି ଦିନକୁ ଖଜୁର ରବିବାର ନାମରେ ମଧ୍ୟ ନାମିତ କରାଯାଇଥାଏ। ଇଷ୍ଟର ଦିନର ବହୁତ ମହତ୍ଵ ଅଛି। ଈସାଈ ଧାର୍ମିକ ଗ୍ରନ୍ଥ ଅନୁସାର ପ୍ରଭୁ ଯୀଶୁଙ୍କୁ ଶୂଳୀ ଉପରେ ଚଢାଇବା ପରେ ତୃତୀୟ ଦିନ ଯୀଶୁ ଉଠିଥିଲେ। ଏହି ଖୁସିରେ ଏହି ଦିନକୁ ପର୍ବ ରୂପରେ ମନାଯାଇଥାଏ। ଇଷ୍ଟର ଦିନ ଲୋକମାନେ ଚର୍ଚ୍ଚ ଯାଇକରି ମହମବତୀ ଜଳାଇଥାନ୍ତି। ଏହି ପର୍ବ ଇଷ୍ଟର ୪୦ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ଗୁଡ ଫ୍ରାଇଡେ ରବିବାରଦିନ ସମାପ୍ତ ହୋଇଥାଏ।

ଇଷ୍ଟର ଫେଷ୍ଟିଭାଲର କାହାଣୀ:
ଈସା ମସୀହାଙ୍କର ଚମତ୍କାର ଏବଂ ଲୋକମାନଙ୍କର ପରୋପକାର କରିବାରେ ଅସହ୍ୟ ହୋଇକରି ରୋମାନ ଗଭର୍ଣ୍ଣର ପିଲାତୁସ ତାଙ୍କୁ ଜେରୁଜେଲମ ପାହାଡ଼ରେ ଶୂଳୀ ଉପରେ ଚଢ଼ାଇ ଦେଇଥିଲେ। ଈସାଈ ବାଇବେଲ ଅନୁସାରେ ରୋମ ସୈନିକମାନେ ତାଙ୍କ ସହିତ ବହୁତ ନୃଶଂସ ବ୍ୟବହାର କରିଥିଲେ, ତାଙ୍କୁ ଚାବୁକରେ ମାରିଥିଲେ, ମୁଣ୍ଡରେ କଣ୍ଟାର ତାଜ ପିନ୍ଧାଇଥିଲେ କ୍ରୂସ ଉଠାଇ, ପାହାଡ଼ ଉପରକୁ ନେଇକରି ତାଙ୍କୁ ଲଟକାଇ ଦେଇଥିଲେ। ସେ ଈସା ମସୀହାଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ। ତା’ ପରେ ତାଙ୍କୁ କବରରେ ପୋତି ଦିଆଯାଇଥିଲା। ଯେତେବେଳେ ଏହି ଘଟଣା ଘଟିଥିଲା ଠିକ୍ ତା’ର ତିନ ଦିନ ପରେ ମୈରୀ ମଗ୍ଦଲେନାଙ୍କ ସାଥିରେ କିଛି ମହିଳା ତାଙ୍କ କବର ପାଖକୁ ଯୀଶୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଁଚିଥିଲେ। ସେମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଚମ୍ବିତ ହୋଇଯାଇଥିଲେ। ମକବରା ନିକଟରେ ପହଁଚି ସେମାନେ ଦେଖିଲେଯେ, ସମାଧି ନିକଟରେ ପଥର ଖସିଥିବା ଦେଖାଯାଇଥିଲା। କିଛି ଟିପ୍ପଣି ଅନୁସାରେ ଏହା ମଧ୍ୟ କୁହାଯାଉଛି କି ସମାଧି ଭିତରୁ ଦୁଇଜଣ ଦେବଦୂତ ଦେଖାଯାଇଥିଲେ, ସେମାନେ ଈସା ମସୀହାଙ୍କର ବଞ୍ଚିଥିବାର ସମାଚାର ଶୁଣାଇଥିଲେ। ସେହି ଦିନଠାରୁ ୪୦ ଦିନ ପର୍ଯ୍ୟନ୍ତ ଈସା ମସୀହା ଲୋକମାନଙ୍କୁ ନିଜର ଦର୍ଶନ ଦେଇଥିଲେ। ପରେ ଏହିଠାରୁ ଏହି ଧର୍ମକୁ ଈସାଈ ଧର୍ମ କୁହାଯାଇଥିଲା।

କ’ଣ ଇଷ୍ଟରର କାହାଣୀ?
ଏହି ପର୍ବର ପ୍ରାରମ୍ଭ ଜର୍ମାନୀରେ ହୋଇଥିଲା ବୋଲି କୁହାଯାଇଥାଏ। ବଣି କିମ୍ବା ଠେକୁଆକୁ ମଧ୍ୟ ଏହି ଦିନର ସଂକେତ ମାନା ଯାଇଥାଏ। ଅବଶ୍ୟ ବାଇବେଲରେ ଏହାର କୌଣସି ଉଲ୍ଲେଖ ନାହିଁ। ଯେଉଁଠାରେ କ୍ରିଷ୍ଟମାସ ଦିନରେ ପିଲାମାନେ ସାଣ୍ଟା କ୍ଲଜର ଅପେକ୍ଷା କରିଥାନ୍ତି ସେଠାରେ ଇଷ୍ଟର ଦିନ ଲୋକମାନେ ଇଷ୍ଟର ଏଗ ଗିଫ୍ଟର ଅପେକ୍ଷାରେ ରହିଥାନ୍ତି।

ଇଷ୍ଟର ଏଗ୍ସ କ’ଣ ?
ଏହି ଦିନକୁ ପର୍ବ ଭାବରେ ହିଁ ମାନାଯାଇଥାଏ। କିନ୍ତୁ ଇଷ୍ଟର ଏଗର ଏହି ଦିନ ବିଶେଷ ମହତ୍ଵ ଅଛି। ଚକଲେଟରେ ବନିଥିବା ଇଷ୍ଟର ଏଗ ଭିତର ଖାଲି ଥାଏ ଯାହା ଈସା ମସୀହାଙ୍କର ମକବରାର ସୂଚକ ଅଟେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top