ଓଡ଼ିଶା

ମୋଦି ସରକାରଙ୍କର ଚଳିତ ବର୍ଷର ରେଳ ବଜେଟରେ ବ୍ୟୟବରାଦ ଓଡିଶା ପାଇଁ ଐତିହାସିକ : ବିଜେପି

– ମୋଦି ସରକାରଙ୍କ ୫ଟି ବଜେଟରେ ଓଡିଶାକୁ ୨୧ ହଜାର ୫୨୪ କୋଟି ଟଙ୍କାର ବ୍ୟୟବରାଦ
– ୟୁପିଏର ପାଂଚଟି ବଜେଟରେ ହୋଇଥିଲା ମୋଟ ୪୧୯୦ କୋଟି ଟଙ୍କାର ବ୍ୟୟବରାଦ
– ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ମୁଖ୍ୟମନ୍ତୀ ଲେଖିଥିଲେ ଦାବି ପତ୍ର
– ବଜେଟ କାଗଜ କେବେ ସୁଦ୍ଧା ପ୍ରସ୍ତୁତ ହୁଏ ଓ ଭାରତର ଅନ୍ୟ ରାଜ୍ୟ ମାନେ କେବେ ସୁଦ୍ଧା ସେମାନଙ୍କର ଦାବି ଜଣାନ୍ତି ବୋଧ ହୁଏ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି
– ନବୀନ ବାବୁ ଲେଖିଥିବା ୬ ହଜାର ୫ ଶହ କୋଟି ଟଙ୍କା ଦାବି ମଧ୍ୟରେ ୧୨୦୦ କୋଟି ଟଙ୍କା ଏମିତି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକ ଏବେ ସୁଦ୍ଧା ଅନୁମୋଦିତ ହୋଇ ନାହିଁ
– ଉଦାହରଣ ସ୍ୱରୁପ ମଂଜୁର ହୋଇ ନଥିବା ପ୍ରକଳ୍ପ ତାଳଚେର- ଗୋପାଳପୁର ପାଇଁ ୨ ଶହ କୋଟି, ବରଗଡ-ନୂଆପଡା ଭାୟା ପଦ୍ମପୁର ପାଇଁ ୨୦୦ କୋଟି, ପୁରୀ- କୋଣାର୍କ ପାଇଁ ୧୦୦ କୋଟି
– ନବୀନ ବାବୁ ପୁଣି ୮ ଶହ କୋଟି ଟଙ୍କା ଏପରି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକରେ ଏତେ ଟଙ୍କା ଲାଗିବ ନାହିଁ
– ବ୍ୟୟବରାଦ ହେଉଥିବା ଅର୍ଥ ରେଳବାଇ ଖର୍ଚ କରୁ ନାହିଁ ବୋଲି ବିଜେଡିର ଅଭିଯୋଗ ଉଲଟା ଚୋର କୋୁଟବାଲ କୋ ଡାଁଟେ ପରି
– ଜମି ଅଧିଗ୍ରହଣ ଓ ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ଦାୟିତ୍ୱ
– ଜମି ଅଧିଗ୍ରହଣ କରିବାର ବିଫଳତା କାରଣରୁ ରାଜ୍ୟରେ ଦୀର୍ଘ ଦିନରୁ ପଡିଥିବା ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ

ଭୁବନେଶ୍ୱର, ତା.୦୬/୦୨ (ଓଡ଼ିଆ ପୁଅ) : ମୋଦି ସରକାରଙ୍କର ଚଳିତ ବର୍ଷର ରେଳ ବଜେଟରେ ଓଡିଶା ପାଇଁ ବ୍ୟୟବରାଦ ସମେତ ଗତ ପାଂଚଟି ବଜେଟରେ ବ୍ୟୟବରାଦ ଐତିହାସିକ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଶ୍ରୀ ହରିଚନ୍ଦନ ରେଳ ବଜେଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ନବୀନ ସରକାର ଓଡିଶାର ରେଳ ବିକାଶ ପାଇଁ ଆନ୍ତରିକତା ବଦଳରେ କେନ୍ଦ୍ରୀୟ ଅବହେଳାର ଡ୍ରାମା କରି ନିଜର ଦାୟିତ୍ୱ ପାଳନ କରିବାକୁ ପଛଘୁଂଚା ଦେଉଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମୋଦି ସରକାରଙ୍କ ୫ଟି ବଜେଟରେ ଚଳିତ ବର୍ଷର ୬୫୬୩ କୋଟି ଟଙ୍କା ସମେତ ଗତ ପାଂଚ ବର୍ଷରେ ୨୧ ହଜାର ୫୨୪ କୋଟି ଟଙ୍କା ଓଡିଶା ପାଇଁ ବ୍ୟୟବରାଦ ହୋଇଛି। ଅପର ପକ୍ଷରେ ୟୁପିଏର ପାଂଚଟି ବଜେଟରେ ମୋଟ ୪୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୦୯ରୁ ୨୦୧୪ ଯାଏ ୟୁପିଏ ସରକାର ସମୟରେ ହାରାହାରି ବାର୍ଷିକ ବଜେଟ ୮୩୮ କୋଟି ଥିବା ବେଳେ ଏନଡିଏ ପଂଚମ ବର୍ଷ ବଜେଟ ୟୁପିଏର ପାଂଚ ବର୍ଷ ହାରାହାରି ବ୍ୟୟବରାଦର ୫୨୭ ପ୍ରତିଶତ ଅଧିକ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ୬ ହଜାର ୫ ଶହ କୋଟି ଦାବିକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଂଚ ପୃଷ୍ଠାର ଚିଠି ଓ ୩୫ ପୃଷ୍ଠାର ସଂଲଗ୍ନ ଦାବି ପତ୍ର ଦେଇଥିଲେ। ଏହା ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ଲେଖା ଯାଇଥିଲା। ବଜେଟ କାଗଜ କେବେ ସୁଦ୍ଧା ପ୍ରସ୍ତୁତ ହୁଏ ଓ ଭାରତର ଅନ୍ୟ ରାଜ୍ୟ ମାନେ କେବେ ସୁଦ୍ଧା ସେମାନଙ୍କର ଦାବି ଜଣାନ୍ତି ଓ ଦାବି ଜଣାଇବା ପୂର୍ବରୁ ରେଳ ବିଭାଗ ସହ କିପରି ବ୍ୟାପକ ଆଲୋଚନା କରି ଥାନ୍ତି ବୋଧ ହୁଏ ନବୀନ ବାବୁ ଚିଠି ଲେଖିବା ପୂର୍ବରୁ ଧ୍ୟାନରେ ରଖି ନାହାନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନବୀନ ବାବୁ ଲେଖିଥିବା ୬ ହଜାର ୫ ଶହ କୋଟି ଟଙ୍କା ଦାବି ମଧ୍ୟରେ ୧୨୦୦ କୋଟି ଟଙ୍କା ଏମିତି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକ ଏବେ ସୁଦ୍ଧା ଅନୁମୋଦିତ ହୋଇ ନାହିଁ। ଉଦାହରଣ ସ୍ୱରୁପ ତାଳଚେର- ଗୋପାଳପୁର ପାଇଁ ୨ ଶହ କୋଟି, ବରଗଡ-ନୂଆପଡା ଭାୟା ପଦ୍ମପୁର ପାଇଁ ୨୦୦ କୋଟି, ପୁରୀ- କୋଣାର୍କ ପାଇଁ ୧୦୦ କୋଟି। ନବୀନ ବାବୁ ପୁଣି ୮ ଶହ କୋଟି ଟଙ୍କା ଏପରି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକରେ ଏତେ ଟଙ୍କା ଲାଗିବ ନାହିଁ ଅର୍ଥାତ ଅନେକ ପ୍ରକଳ୍ପରେ ଅଟକଳ ମୂଲ୍ୟରୁ ଅଧିକ ଟଙ୍କା ବ୍ୟୟବରାଦ ପାଇଁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

କେବଳ ଦାବି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବାର ସମୟକୁ ନଜର ଦେଇଛନ୍ତି ନା କେଉଁ ପ୍ରକଳ୍ପ ଅନୁମୋଦିତ ବା ଅନୁମୋଦିତ ନୁହେଁ ତା ଉପରେ ମଧ୍ୟ ଦୃଷ୍ଟି ଦେଇ ନାହାନ୍ତି। କେବଳ ଅଧିକ ବ୍ୟୟବରାଦକୁ ସଠିକ ଦେଖାଇବା ପାଇଁ ନିଜ ଅଜାଣତରେ ନିଜର ଦୋଷ ତ୍ରୁଟିକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଯେତିକି ଅର୍ଥ ବଜେଟରେ ବ୍ୟୟବରାଦ ହେଉଛି ସେତିକି ଅର୍ଥ ରେଳବାଇ ଖର୍ଚ କରୁ ନାହିଁ ବୋଲି ବିଜେଡିର ଅଭିଯୋଗକୁ ଉଲଟା ଚୋର କୋୁଟବାଲ କୋ ଡାଁଟେ ପରି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ସେ କହିଛନ୍ତି ଯେ ଜମି ଅଧିଗ୍ରହଣ ଓ ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ଦାୟିତ୍ୱ। ମାତ୍ର ଜମି ଅଧିଗ୍ରହଣ କରିବାର ବିଫଳତା କାରଣରୁ ରାଜ୍ୟରେ ଦୀର୍ଘ ଦିନରୁ ପଡିଥିବା ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। କେନ୍ଦ୍ରକୁ ଦୋଷ ଦେବା ପରିବର୍ତେ ରାଜ୍ୟ ସରକାର ତାଙ୍କର ଏହି ଭୁଲ ସୁଧାରିଲେ ରାଜ୍ୟବାସୀଙ୍କୁ ଲାଭ ମିଳି ପାରିବ ବୋଲି ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ଡା ଏବଂ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top