ଜଗମୋହନ ମରାମତିକୁ ନେଇ କୋର୍ଟଙ୍କ ସନ୍ତୋଷ ପ୍ରକାଶ

ପୁରୀ,୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜଗମୋହନ ମରାମତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୋଟାଲ ଫ୍ରେମକୁ ଐତିହ୍ୟ ରୂପ ଦେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଜଗମୋହନକୁ ବିମ୍ ଦ୍ୱାରା ସପୋର୍ଟ ଦିଆସରିଛି। କେବଳ ଏବେ ଛାତକୁ ସପୋର୍ଟ ଦିଆ କାମ ଚାଲିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାମ ଉଚିତ୍ ସମୟରେ ସରିଥିବାରୁ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି। ଜଗମୋହନ ମରାମତିକୁ ନେଇ ଆଗତ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଦେଇଥିବା ଏହି ମତ୍ୟକ୍ତ କରିଛନ୍ତି। ଭବନେଶ୍ୱର ସର୍କଲ ଏଏସ୍ ଆଇ ପୂର୍ତ୍ତ ବିଭାଗ ସହ ସମନ୍ୱୟ ରଖି କାମ କରିଥିବାରୁ ସେମାନଙ୍କର କାମ ମଧ୍ୟ ପ୍ରଶଂସନୀୟ। ତା ଛଡା ଏହି କାମକୁ ଅନୁଧ୍ୟାନ କରିଥିବା ଇଞ୍ଜିନିୟର ଏନ୍ . କେ ମହାନ୍ତିଙ୍କ କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ବୋଲି କୋର୍ଟରେ ଦର୍ଶାଇଛନ୍ତି। ବିଭିନ୍ନ ସମୟରେ ମରାମତି କାର୍ଯ୍ୟକୁ ନେଇ ଚର୍ଚ୍ଚାକୁ ଆସିଥିବା ଏଏସ୍ ଆଇ କୋର୍ଟଙ୍କ ସନ୍ତୁଷ୍ଟିକୁ ନେଇ ଆସ୍ୱସ୍ଥ ହୋଇଛନ୍ତି। ଅନ୍ୟପଟେ ରହି ଯାଇଥିବା ବାକି କାମ ସବୁ ଡିସେମ୍ବର ୩୦ତାରିଖ ସୁଦ୍ଧା ଶେଷ ହେବ ବୋଲି ଏଏସ୍ ଆଇ ପ୍ରତ୍ନତତ୍ତ୍ୱ ଅଧିକ୍ଷିକ ଏମ୍ ସାଗର ଅଭୟ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *