ନବରଙ୍ଗପୁର ବିଜେଡି ପକ୍ଷରୁ ୫ଘଣ୍ଟିଆ ହରତାଳ ପାଳନ

ନବରଙ୍ଗପୁର ୧୮-୯ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ବିଜେଡି ଜିଲ୍ଲା ସଭାପତି ଓ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ସଦର ମହକୁମାଠାରେ ୫ ଘଣ୍ଟିଆ ହରତାଳ ପାଳିତ ହୋଇଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ହରତାଳଟି ସଂପୂର୍ଣ୍ଣ ସଫଳ ହୋଇଥିଲା। ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡିମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଦଳ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦୀର ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିଲା। ଜରୂରୀ କାଳୀନ ସେବାକୁ ଏହି ହରତାଳରେ କହଳ କରାଯାଇଥିଲା। ଏହି ଅବସରରେ ଜଗନ୍ନାଥ ମନ୍ଦୀର ସମ୍ମୁଖରେ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠୀତ ହୋଇଥିଲା। କେନ୍ଦ୍ର ସରକାରଙ୍କ ତୈଳଦର ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକାରୀମାନେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ପ୍ରମୋଦ ରଥ,ଛାତ୍ର ସଭାପତି ଦିଲ୍ଲୁ ପଣ୍ଡା,ମଞ୍ଜୁଳା ମାଝୀ,କେଦାର ତ୍ରୀପାଠୀ,ରବି ପଟ୍ଟନାୟକ,ଆଶିଷ ପଟ୍ଟନାୟକ,ଶୈଳବାଳା ପଣ୍ଡା,ପିଣ୍ଟୁ ମିଶ୍ର,ତାପସ ତ୍ରୀପାଠୀ,ସୁସାର ସାମଲଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *