ଓଡ଼ିଶା

ମାଇ ହରିଣ ଉଦ୍ଧାର

ଖଇରା, ୧୧/୩/୨୦୧୮(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ଅଞ୍ଚଳରୁ ଏକ ଜୀବିତ ମାଇ ହରିଣ ଉଦ୍ଧାର ହୋଇଛି। ଆଜି ଭୋର ସମୟରେ ହରିଣଟି କୌଣସି କାରଣ ବଶତଃ ଜନବସତି ଅଞ୍ଚଳକୁ ପଳାଇ ଆସିଥିଲା। ଦିନ ହୋଇଯାଇଥିବାରୁ ଫେରି ପାରିନଥିଲା। ସୁନ୍ଦରପୁର ଅଞ୍ଚଳର ଯୁବକ ମାନେ ହରିଣଟିକୁ ଉଦ୍ଧାର କରି କୁପାରୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ। ଆହତ ହରିଣଟି ୨ ବର୍ଷର ବୋଲି ଜଣାପଡିଛି। ଆହତ ହରିଣକୁ ଚିକିତ୍ସା ପରେ କୁଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ଫରେଷ୍ଟର ସୁମତି ଦାସ ପ୍ରକାଶ କରିଛନ୍ତି। ଶାରିଶୁଆ ପାହାଡରେ ବ୍ଲାଷ୍ଟିଂ ଓ ଭାରି ଜାନ ଚଳାଚଳ ଯୋଗୁଁ ଯିବଜନ୍ତୁ ମାନେ ଜନବସତିକୁ ପଳାଇ ଆସୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top