ପୋଲିସ ମାଓବାଦୀ ଗୁଳି ବିନିମୟ : ଦୁର୍ଦ୍ଦାନ୍ତ ମାଓବୀଦୀ ପୋଲିସ୍ ଏନ୍ କାଉଣ୍ଟରରେ ନିହତ

ମାଲକାନଗିରି ୩/୬ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଆଜି ଭୋର ୪ଟା ବେଳେ ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ କତାପେଟି ଜଙ୍ଗଲରେ ଏସ୍.ଓ.ଜି ଏବଂ ଡି.ବି.ଏଫ. ଜବାନମାନେ କୁମ୍ବିଂ ଅପରେସନ୍ କରୁଥିବା ସମୟରେ ହଠାତ୍ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା।

ପୋଲିସ୍ ଏନ୍କାଉଣ୍ଚରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚିନ୍ନାବାଇ ଓରଫ ଡି. ନାଗେଶ୍ୱର ରାଓ (୩୮) ନିହତ ହୋଇଥିବା ବେଳେ ତା’ ନିକଟରୁ ଏକ ପିସ୍ତଲ ୮ଟା ଜୀବନ୍ତ ଗୁଳି, ୨ଟି ଖୋକା ସହିତ ୱାକି ଟକି, ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ପାଇଁ ଡିଜିଟାଲ୍ ମିଟର, ବହୁପରିମାଣର ଔଷଧ, ଲ୍ୟାଣ୍ଡମାଇନ ବ୍ୟବହୃତ ଇଲେକ୍ଟ୍ରୋନିକ୍ସ ଡେଟୋନିଟର ଫ୍ୟୁଜ ୱେୟାର, ମାଓ ପୁସ୍ତକ, ଡ୍ରମରେ ତରଳ ପଦାର୍ଥ ସହିତ ବିସ୍ପୋରକ ଦ୍ରବ୍ୟ ସହ ଏକ ଟିଫିନ ବୋମା ସହ ମାଓ କିଟ୍ ବ୍ୟାଗ ଆଦି ଜବତ ହୋଇଛି।

ନିହତ ମାଓବାଦୀ କାଲିମେଳା ପିପୁଲ୍ସ ମାଓବାଦୀ ଦଳମ୍ ର ACM ଥିଲା। ସେ ଗତ 2008 ମସିହାରୁ ଅଦ୍ୟାବଧି ମାଓ ସଂଗଠନରେ କାର୍ଯ୍ୟକରି ନରହତ୍ୟା ଏବଂ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ, ପୋଲିସ ଉପରେ ଆକ୍ରମଣ କରିବା ଭଳି ବହୁ ମାଓ ହିଂସାରେ ଲିପ୍ତ ଥିଲା। ତା’ ମୁଣ୍ଡ ଉପରେ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି  ଘୋଷଣା କରିଥିଲେ। ସେ ଆନ୍ଧ୍ର ଓଡ଼ିଶା କ୍ୟାଡ଼ରର ମାଓବାଦୀ ଥିଲା ବୋଲି ଉପରୋକ୍ତ ସମସ୍ତ ତଥ୍ୟ ମାଲକାନଗିରି ଏସ୍.ପି.ମିତ୍ରଭାନୁ ମହାପାତ୍ର ଆଜି ସକାଳେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *