ହନୁମାନ ଜୟନ୍ତୀ ୨୦୧୮: ଏହି କାରଣରୁ ରାମ ଜନ୍ମ ହେବାର ୬ ଦିନ ପରେ ଜନ୍ମ ହୋଇଥିଲେ ହନୁମାନ

ଭଗବାନ ରାମଙ୍କର ଜନ୍ମଦିନର ଠିକ ୬ ଦିନ ପରେ ତାଙ୍କର ପରମ ଭକ୍ତ ହନୁମାନଙ୍କର ଜନ୍ମଦିନ ଚୈତ୍ର ମାସର ପୂର୍ଣିମା ତିଥିକୁ ହନୁମାନ ଜୟନ୍ତୀ ରୂପରେ ମନାଯାଇଥାଏ। ଏହା କେବଳ ସଂଯୋଗ ନୁହେଁ, ଏହାର ପଛରେ ଏକ ବଡ଼ କାରଣ ଅଛି।

ରାମଚରିତ ମାନସ ରଚୟିତା ତୁଲସୀଦାସ ହନୁମାନଙ୍କ ବିଷୟରେ ଲେଖିଛନ୍ତି କି ଭୀମ ରୂପ ଧରି ଅସୁର ସଂହାରେ। ରାମଚନ୍ଦ୍ରଜୀକେ କାଜ ସମ୍ବାରେ।। ଅର୍ଥାତ ରାମଚନ୍ଦ୍ର ସମସ୍ତଙ୍କ କାମ କରିଥାନ୍ତି। କିନ୍ତୁ ତାଙ୍କର କାମ ହନୁମାନଜୀ ନିଜେ କରିଥାନ୍ତି। ଏହି କାରଣରୁ ରାମଙ୍କର ଅବତାର ନେବାର ୬ ଦିନ ପରେ ହଁ ରୁଦ୍ର ନିଜର ଏଗାରତମ ଅବତାର ହନୁମାନ ରୂପ ଧାରଣ କରିଥିଲେ। ରୂଦ୍ର ଅର୍ଥାତ୍ ଭଗବାନ ଶିବ ରାମଙ୍କର ପରମ ଭକ୍ତ ଅଟନ୍ତି। ଯେତେବେଳେ ଭଗବାନ ବିଷ୍ଣୁ ଶ୍ରୀରାମ ରୂପରେ ପୃଥ୍ଵୀ ଉପରେ ବିରାଜମାନ ହେଲେ ଅସୁରମାନଙ୍କର ବିନାଶ କରିବା ପାଇଁ ସାମାନ୍ୟ ମନୁଷ୍ୟର ରୂପରେ ଅବତାର ନେଲେ ତେବେ ସେ ଚିନ୍ତିତ ହୋଇ ଉଠିଲେ ଏବଂ ନିଜର ପ୍ରଭୁଙ୍କର ସହାୟତା ପାଇଁ ସ୍ଵୟଂ ମଧ୍ୟ ଅବତାର ଧାରଣ କରିକି ପୃଥ୍ଵୀ ଉପରକୁ ଆସି ପହଁଞ୍ଚିଲେ।

ଏହି ସ୍ଥାନକୁ ନିଶ୍ଚିତ ଆସନ୍ତି ହନୁମାନ
ରାମଚନ୍ଦ୍ରଙ୍କର କାର୍ଯ୍ୟକୁ ପୂରା କରିବା ପାଇଁ ହନୁମାନଜୀ ଆଜି ମଧ୍ୟ ପୃଥ୍ଵୀ ଉପରେ ସଶରୀର ବିରାଜମାନ ଅଛନ୍ତି। ଏହି କଥାର ପ୍ରମାଣ ମହାଭାରତରୁ ମିଳିଛି। ହନୁମାନ ଚୀରାୟୁ ଅଟନ୍ତି। ଭଗବାନ ରାମଚନ୍ଦ୍ର ତାଙ୍କୁ ବରଦାନ ଦେଇଥିଲେ କି ଯେତେବେଳ ପର୍ଯ୍ୟନ୍ତ ଏହି ସୃଷ୍ଟି ରହିବ ସେତେବେଳ ପର୍ଯ୍ୟନ୍ତ ଧର୍ମର ରକ୍ଷା ପାଇଁ ସେ ପୃଥ୍ଵୀ ଉପରେ ହିଁ ରହିବେ। କୁହାଯାଇଥାଏକି ଯେଉଁଠାରେ ମଧ୍ୟ ରାମକଥା ହୋଇଥାଏ ହନୁମାନ କୌଣସି ନା କୌଣସି ରୂପରେ ସେଠାରେ ନିଶ୍ଚିତ ଭାବରେ ଉପସ୍ଥିତ ହୋଇଥାନ୍ତି। ସେଥିପାଇଁ ରାମଚନ୍ଦ୍ରଙ୍କର ପୂଜାରେ ହନୁମାନଙ୍କର ପୂଜା ନିଶ୍ଚିତ ଭାବେ ହୋଇଥାଏ। ଅନ୍ୟପକ୍ଷରେ ହନୁମାନଙ୍କର ପୂଜାରେ ରାମଚନ୍ଦ୍ରଙ୍କର ପୂଜା ମଧ୍ୟ ନିଶ୍ଚିତ ଭାବେ କରିବା ଆବଶ୍ୟକ କାରଣ ବିନା ଶ୍ରୀରାମଙ୍କର ପୂଜାରେ ହନୁମାନ ପ୍ରସନ୍ନ ହୁଅନ୍ତି ନାହିଁ।

ହନୁମାନ ଜୟନ୍ତୀରେ ହନୁମାନଙ୍କୁ ପ୍ରସନ୍ନ କରିବାର ଉପାୟ
ହନୁମାନ ଜୟନ୍ତୀ ଅବସରରେ ଆପଣ ହନୁମାନ ଙ୍କର ପୂଜା କରନ୍ତି ତେବେ ସାଥିରେ ତାଙ୍କର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପୂଜା ମଧ୍ୟ ନିଶ୍ଚିତ ଭାବେ କରିବେ। ହନୁମାନ ଜୟନ୍ତୀ ଦିନ ରାମଚରିତ ମାନସ ଏବଂ ସୁନ୍ଦରକାଣ୍ଡର ପାଠ ବହୁତ ମଙ୍ଗଳଦାୟକ ମାନାଯାଇଥାଏ। ଏପରି ମାନ୍ୟତା ଅଛି କି ଏହାକୁ ପାଠକଲେ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ମନୋକାମନା ପୂର୍ଣ୍ଣ କରିଥାନ୍ତି।

Leave a Reply

Your email address will not be published. Required fields are marked *