ହାଇବା ଧକ୍କାରେ ଜଣେ ମୃତ

ପୁରୁଷୋତ୍ତମପୁର,୩୧/୩ (ଓଡିଆପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ଡି.ପାଟପୁର ଗ୍ରାମରେ ଏକ ପଥର ବୋଝେଇ ହାଇୱା ସ୍ବରାଜ୍ୟ ବେହେରା (୪୦) ନାମକ ଜଣେବ୍ୟକ୍ତି ଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତାଅବରୋଧ କରିଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଆୟତ କରିଥିବା ବେଳେ ହାଇବା ଡ୍ରାଇଭର ଶ୍ରୀକାନ୍ତ ପାଣିଗ୍ରାହୀ କୁ ପୋଲିସ ଗିରଫ କରିବା ସହ ହାଇୱା ଜବତ କରିଛି।ଏହାନେଇ ଥାନା କେସ ନମ୍ବର ୭୨/୧୮ଏକ ମାମଲା ରୁଜ୍ଜୁ ହୋଇଛି। ଶବବ୍ୟବଛଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *