ଓଡ଼ିଶା

ମାଲକାନଗିରି: ପୁଣି ଦବିଲା ଗୁରୁପ୍ରିୟା ସେତୁର ଦୁଇଟି ପାଇଲ

ମାଲକାନଗିରି,୧୧-୪ (ଓଡ଼ିଆ ପୁଅ) ଗୁରୁପ୍ରିୟା ସେତୁ କାମ ସରି ଆସିବା ବେଳକୁ ପୁଣି ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଗତକାଲି ସେତୁର ଶେଷ ଷ୍ଟିଲ ଗାର୍ଡ଼ ପଡିଥିଲା। କାମ ଚାଲିଥିବା ବେଳେ ଦୁଇଟି ପାଇଲା ପୁଣି ଦବିଯାଇଛି। ବିଚିନ୍ନାଞ୍ଚଳକୁ ଯୋଗାଯୋଗ କାମ ସରିବାକୁ ଆଉ ମାତ୍ର କେଇଟା ଦିନ ବାକି ଥିଲାବେଳେ ପୁଣି ସମୟ ସୀମା ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ଏହା ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଡିଜାଇନର ଶ୍ରୀ ଏନ ସି ପାଲ ଗସ୍ତ କରିବା ପରେ ବି ଏଭଳି ଅଘଟଣ। ପୂର୍ବରୁ ପାଇଲ ଭୁସୁଡି ଥିବା ବେଳେ ଡିଜାଇନ ପରିବର୍ତ୍ତନ କରାଯାଇଥିଲା। ବିଛିନ୍ନାଞ୍ଚଳବାସୀଙ୍କ ଅଭିଯୋଗ ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଉଛନ୍ତି ସରକାର। ଆବଶ୍ୟକଠାରୁ ଅଧିକା ରେଟ ତଥା ଏକ୍ସେସରେଟରେ ଟେଣ୍ଡର ଦିଆଯାଇଛି। ଏହି ଠିକା ସଂସ୍ଥା ରିୟଲ ଇନ୍ଫ୍ରାଷ୍ଠକଚରକୁ। ତେଣୁ ଏହାକୁ ସିବିଆଇ ତଦନ୍ତ କରାଯାଉ। ଗୁରୁପ୍ରିୟା ସେତୁର ୧୬ ନମ୍ବର ସ୍ପ।ମର ୨ ଟି ପାଇଲ ଦବି ଯାଇଛି। ତେବେ ସେତୁ କାମ ନିର୍ମାଣଧୀନ ଅବସ୍ଥାରେ ଥିବା ସମୟରେ ଏହି ଭଳି ବାର୍ମବାର ୨ ଥର ପୂର୍ବରୁ ମଧ୍ୟ ଘଟଣା ଘଟି ସାରିଛି। ଗତ କିଛି ମାସ ତଳେ ୪ ଟି ପାଇଲ ଦବି ଯିବା ବେଳେ ଗାର୍ଡର ଭୁଶୁଡି ଯିବା ଘଟଣା ପ୍ରାୟ ସମସ୍ତଙ୍କୁ ମନେଥିବ। ଏହି ସେତୁର ଡେଡ୍ ଲାଇନ୍ ଏପ୍ରିଲ ୨୦ ରେ ରଖା ଯାଇଥିଲା। କିନ୍ତୁ ବାରମ୍ବାର ଏହି ଭଳି ଘଟଣା ଘଟିବା ଯୋଗୁଁ ଡେଡ୍ ଲାଇନ୍ ବିଳମ୍ବ ହେଉଛି। ତେବେ କେବେ ଗୁରୁ ପ୍ରିୟା କାମ ଶେଷ ହେବ ଏବଂ ବିଛିନ୍ନ ଅଚଂଳବାସୀ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top