ଓଡିଶା ଭଳି ରାଜ୍ୟ ଜିଏସଟି ଲାଗୁ ହେଲେ ଅଧିକ ଟିକସ ପାଇବ – ଧର୍ମେନ୍ଦ୍ର ପ୍ରଧାନ

– ଜିଏସଟି ଲାଗୁହେବା ଦିଗରେ ସବୁ ରାଜନୈତିକ ଦଳ ଏକାଠି ହେବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତିବଦ୍ଧତାର ପ୍ରତିଫଳନ
– ଏବେ ଉତ୍ପାଦନକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଉଥିବା ବେଳେ ଜିଏସଟି ବ୍ୟବସ୍ଥା ଲାଗୁ ହେଲେ ବ୍ୟବହାରକାରୀ ରାଜ୍ୟମାନେ ଲାଭବାନ ହେବେ
– ଓଡିଶା ସମେତ କୌଣସି ରାଜ୍ୟର ଯଦି ଆର୍ଥୀକ କ୍ଷତି ହୁଏ ତାହାକୁ କେନ୍ଦ୍ର ସରକାର ଭରଣା କରିବେ

ଭୁବନେଶ୍ୱର, ଜୁନ ୨୧ (ଓଡ଼ିଆ ପୁଅ) – ଓଡିଶା ମୁଖ୍ୟତ ଏକ ବ୍ୟବହାରକାରୀ ରାଜ୍ୟ ହୋଇଥିବାରୁ ଜିଏସଟି ଲାଗୁ ହେଲେ ଓଡିଶାକୁ ଅଧିକ ଟିକସ ରାଜସ୍ୱ ଆକାରରେ ମିଳପାରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ୱରଠାରେ ତୈଳ ଉଦ୍ୟୋଗ ର ଅଂଶିଦାର ମାନଙ୍କ ପାଇଁ ଅନୁଷ୍ଠିତ ଜିଏସଟି ଆଉଟରିଚ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବର୍ତମାନ ଉତ୍ପାଦନକାରୀ ରାଜ୍ୟମାନେ ଅଧିକ ଟିକସ ରାଜସ୍ୱ ପାଉଥିବା ବେଳେ ନୂତନ ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା ଲାଗୁ ହେଲେ ବ୍ୟବହାରକାରୀ ରାଜ୍ୟମାନଙ୍କୁ ଅଧିକ ଲାଭ ମିଳିବ। ଓଡିଶା ସମେତ ପୁର୍ବ ଭାରତର ରାଜ୍ୟମାନଙ୍କୁ ଏହାର ଲାଭ ମିଳିବ।

ଭାରତ ବର୍ଷର ସ୍ୱାଧିନତାର ୭୦ ବର୍ଷ ପରେ ଏକ ସଂସ୍କାରମୂଳକ ଟିକସ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ସବୁ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏହା ଭାରତୀୟ ଗଣତନ୍ତ୍ର, ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜିଏସଟି ହେଉଛି ସମ୍ପୂର୍ଣ୍ଣ ରୂପେ ଟେକ୍ନୋଲଜି ଆଧାରିତ। ଏହାର ପଦ୍ଧତି ସରଳ ଥିବାରୁ ଏଥିରେ କ୍ରମେ କ୍ରମେ ଅଧିକରୁ ଅଧିକ ବ୍ୟବସାୟୀ ତଥା ସେବା ପ୍ରଦାନକାରୀ ଓ ଯୋଗାଣକାରୀ ସାମିଲ ହେବେ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଟିକସ ଆଦାୟ ବୃଦ୍ଧି ପାଇବ। ଗୋଟିଏ ବସ୍ତୁ ବା ସେବା ଉପରେ ଆଗରୁ ଥିବା ବାରମ୍ବାର ଟିକସ ବୋଝ ଆଉ ରହିବ ନାହିଁ।

ଫଳରେ ଉପଭୋକ୍ତାଙ୍କୁ ଏହାର ଲାଭ ମିଳିବ। ଯେଉଁ ବ୍ୟବସାୟୀମାନେ ଉପଭୋକ୍ତାଙ୍କୁ ଜିଏସଟି ଟିକସ ହାରର ସୁଫଳ ଦେବେ ନାହିଁ ସେମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିରି ସରକାରୀ ଟିକସ ଅଧିକାରୀମାନେ କୌଣସି ବ୍ୟବସାୟୀ ବା ସେବା ପ୍ରଦାନକାରୀଙ୍କୁ ଯାଂଚ ନାମରେ ହଇରାଣ ହରକତ କରିବେ ନାହିଁ। ସବୁ ଇନଭଏସର ଡିଜିଟାଲକରଣ ହେବ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ଜିଏସଟି ଆଦାୟ କ୍ଷେତ୍ରରେ ଆର୍ଥୀକ କ୍ଷତି ସହେ ତା’ହେଲେ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ର ସରକାର ସେହିରିମାଣର ରାଶି ସେହି ରାଜ୍ୟକୁ ଭରଣା କରିବେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜୁଲାଇ ୧ ତାରିଖ ମଧ୍ୟରାତ୍ର ହେବା ମାତ୍ରେ ଐତିହାସିକ ଜିଏସଟି ବ୍ୟବସ୍ଥା ଲାଗୁ ହେବା ବିଷୟ ଘୋଷଣା କରାଯିବ। ଏଥିାଇଁ ସଂସଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରତି ଶ୍ରୀ ପ୍ରଣବ ମୁଖାର୍ଜୀ, ଉପ-ରାଷ୍ଟ୍ରତି ଶ୍ରୀ ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲୋକସଭାର ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ, ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ – ଡଃ ମନମୋହନ ସିଂ ଏବଂ ଶ୍ରୀ ଏଚ.ଡି.ଦେବେଗୌଡା, ସବୁ ସାଂସଦ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଜିଏସଟି ପରିଷଦର ସମସ୍ତ ସଦସ୍ୟ ଏବଂ ଜିଏସଟି ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ନିୟୋଜିତ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *