ad
ଓଡ଼ିଶା

GST : ୩୩ଟି ବସ୍ତୁ ଉପରେ କମିଲା ଜିଏସଟି: ଶସ୍ତା ହେଲା କୃଷି ଉପକରଣ, ଟିଭି, ସିନେମା ଟିକେଟ, ସିମେଣ୍ଟ

୩୩ ବସ୍ତୁ ଗୁଡ଼ିକୁ ୧୮ପ୍ରତିଶତ ସ୍ଲାବ୍ ରେ ୧୨ଟି ବସ୍ତୁକୁ ୫ ପ୍ରତିଶତ ସ୍ଲାବ୍ ରେ ଅଣାଗଲା।
କେବଳ ୩୪ ଉତ୍ପାଦକୁ ଛାଡ଼ିକରି ବାକୀ ସମସ୍ତ ବସ୍ତୁଗୁଡ଼ିକୁ ୧୮ କିମ୍ବା ସେଥିରୁ କମ ଜିଏସଟି ଦରରେ ରଖାଯାଇଛି।
କମ୍ପ୍ୟୁଟର ମନିଟର, ପାୱାର ବ୍ୟାଙ୍କ, ୟୁପିଏସ, ଟାୟାର, ଏସି, ଡିଜିଟଲ କ୍ୟାମେରା, ୱାସିଂମେସିନ୍ ଏବଂ ପାଣି ଗରମ କରିବା ବାଲା ହିଟର ସାମିଲ ଅଟେ।
ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ ଆଜି GST କାଉଂସିଲର ୩୧ତମ ବୈଠକ ବସିଥିଲା। GST କାଉଂସିଲର ବୈଠକ ସମାପ୍ତ ହୋଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୩୩ଟି ବସ୍ତୁ କୁ ୧୮ପ୍ରତିଶତ ସ୍ଲାବ୍ ରୁ ୧୨ ଏବଂ ୫ ପ୍ରତିଶତ ସ୍ଲାବ୍ କୁ ଅଣାଯାଇଛି ପୁଡ୍ଡୁଚେରୀର ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ ବୈଠକ ପରେ କହିଛନ୍ତି କି ଏହାଦ୍ୱାରା ସାଧାରଣ ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।

ଭି ନାରାୟଣସ୍ୱାମୀ କହିଛନ୍ତି କି କଂଗ୍ରେସର ଦାବୀ ଥିଲା କି ବିଳାଶପୂର୍ଣ୍ଣ ଦ୍ରବ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଉତ୍ପାଦକୁ ୧୮ ପ୍ରତିଶତର ଦରରେ ଅଣାଯିବା ଆବଶ୍ୟକ ଏବଂ ସରକାର ଏଥିରେ ମଧ୍ୟ ସହମତ ଅଛନ୍ତି। କେବଳ ୩୪ଟି ଉତ୍ପାଦକୁ ଛାଡ଼ି କରି ବାକୀ ସମସ୍ତ କୁ ୧୮ କିମ୍ବା ସେଥିରୁ କମ ଜିଏସଟି ଦରରେ ରଖାଯାଇଛି।

GST ଉପରେ ଅର୍ଥ ମନ୍ତ୍ରୀଙ୍କର ଘୋଷଣା

GST କାଉଂସିଲର ବୈଠକ ପରେ ଅର୍ଥ ମନ୍ତ୍ରୀ କହିଲେ କି ଅନେକ ଦ୍ରବ୍ୟ କୁ ଶସ୍ତା କରିବା ଉପରେ ସହମତି ବନିଥିଲା।
GST କାଉଂସିଲରେ ୩୩ଟି ଦ୍ରବ୍ୟ ଉପରେ ଦର କମ କରିବା ପାଇଁ ସହମତି ମିଳିଥିଲା।
୩୩ଟି ବସ୍ତୁ ଉପରେ ଜିଏସଟି ଦର ୧୨ ଏବଂ ୫ ପ୍ରତିଶତ ହେବ।
ହଜ ଯିବାକୁଥିବା ବିମାନ ଉପରେ ଜିଏସଟି କମିଲା।
GST ନେଇକରି ଆମର ଲକ୍ଷ୍ୟ ଅଧିକ ବଡ଼।
୨୮ ପ୍ରତିଶତ ସ୍ଲାବ୍ ରେ ସର୍ବମୋଟ ୩୪ ବସ୍ତୁ ରହିଲେ।
୨୮ ପ୍ରତିଶତରେ ଥିବା ୭ ଟି ଦ୍ରବ୍ୟ ଉପରେ ଜିଏସଟି ୧୮ପ୍ରତିଶତ କରାଗଲା।
୩୨ ଇଞ୍ଚ ବାଲା ଟିଭି ଉପରେ ୧୮ ପ୍ରତିଶତ ଟ୍ୟାକ୍ସ।
ଅଟୋ ମୋବାଇଲର ୧୩ଟି ଆଇଟମ, ସିମେଣ୍ଟ ଏବେ ୧୮ ପ୍ରତିଶତ ଟ୍ୟାକ୍ସ ପରିସରରେ
୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକଟ ଉପରେ ୧୨ ପ୍ରତିଶତ GST
କୃଷି ଉପକରଣ ଶସ୍ତା ହେଲା।

ପିଏମ ପୂର୍ବରୁ ଦେଇଥିଲେ ସଂକେତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ ଡିସେମ୍ବରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଏସଟି ଦର କମ ହେବାର ସଂକେତ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ କି ସରକାର ଶିଘ୍ର ହିଁ ୨୮ ପ୍ରତିଶତ ସ୍ଲାବ୍ ରେ କେବଳ ୧ ପ୍ରତିଶତ ଆଇଟମ ରଖିବେ।

ମୋଦୀ କହିଥିଲେ କି ତାଙ୍କ ସରକାର ଜିଏସଟିରେ ସାମିଲ ୯୯ପ୍ରତିଶତ ବସ୍ତୁକୁ ୧୮ପ୍ରତିଶତ ଏବଂ ତା’ଠାରୁ ତଳ ସ୍ଲାବ୍ ରେ ଆଣିବାକୁ ଚାହୁଁଛନ୍ତି। ୨୮ ପ୍ରତିଶତ ସ୍ଲାବ୍ ରେ କେବଳ ସେହି ବସ୍ତୁ ରହିବେ, ଯାହା ଉପରେ ଅଧିକ ଟ୍ୟାକ୍ସ ନେବା ଠିକ ଲାଗିବ। ସରକାରଙ୍କର ଏହି ପଦକ୍ଷେପ ପରେ ଲୋକମାନଙ୍କୁ ବହୁତ ଆଶ୍ୱସ୍ତି ମିଳିବ।

ଏହି ଉତ୍ପାଦ ଶସ୍ତାହେଲା

ବିଳାଶପୂର୍ଣ୍ଣ ବସ୍ତୁ ଏବଂ ତମାଖୁ-ସିଗାରେଟକୁ ଛାଡ଼ିକରି ଦୈନନ୍ଦିନ ବ୍ୟବହୃତ ସମସ୍ତ ବସ୍ତୁକୁ ୧୮ପ୍ରତିଶତ କିମ୍ବା ତାଠାରୁ ମଧ୍ୟ କମ ଜିଏସଟିର ପରିସରକୁ ଅଣାଗଲା। ଏହି ବସ୍ତୁଗୁଡ଼ିକ ମଧ୍ୟରେ କମ୍ପ୍ୟୁଟର ମନିଟର, ପାୱାର ବ୍ୟାଙ୍କ, ୟୁପିଏସ, ଟାୟାର, ଏସି, ଡିଜିଟଲ କ୍ୟାମେରା, ୱାସିଂମେସିନ୍ ଏବଂ ପାଣି ଗରମ କରିବା ବାଲା ହିଟର ସାମିଲ ଅଛି।

ସିମେଣ୍ଟକୁ ୧୮ ପ୍ରତିଶତର ପରିସରରେ ଅଣାଗଲା। ସିମେଣ୍ଟ ଉପରେ ୨୮ ପ୍ରତିଶତ ଦର ହେବାରୁ କାଲାବଜାରୀରେ ବୃଦ୍ଧି ପରିଲକ୍ଷିତ ହେଉଥିଲା। ଏବେ ଦର କମ କରିବାରୁ ଫରକ ପଡ଼ିବ ଏବଂ ବିକ୍ରୀର ସଂଖ୍ୟା ବଢ଼ିବ। ରାଜସ୍ଵ ସମାନ ରହିବାର ଆଶା ସରକାର କରୁଛନ୍ତି। ସୂତ୍ରରୁ ଜଣାପଡ଼ିଛିଯେ, ସିମେଣ୍ଟର କଳାବଜାରୀରେ ସରକାରଙ୍କୁ ପ୍ରାୟତଃ ୭ ହଜାର କୋଟି ଟଙ୍କାର ରାଜସ୍ଵ କ୍ଷତି ହେଉଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top