ଜୁଲାଇ ପହିଲା, ୨୦୧୭ରୁ ହିଁ GST ଲାଗୁ କରିବା ନେଇ ସରକାରଙ୍କ ଗୁରୁତ୍ୱାରୋପ

– ଅନ୍ତିମ ବ୍ୟବସାୟୀ ନିକଟରେ ପହଂଚିବା ଲାଗି ସିବିଇସି ରାଜ୍ୟ ସରକାରଙ୍କ ସହ ମିଶି ନିଜ ସମ୍ପର୍କ କାର୍ଯ୍ୟକ୍ରମର ପରିଧି ବଢ଼ାଇଲା

ନୂଆଦିଲ୍ଲୀ ୧୩/୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ୱ ଦେଇ କୁହାଯାଇଛି ଯେ ବସ୍ତୁ ଏବଂ ସେବା କର (GST)କୁ ଜୁଲାଇ ପହିଲା, ୨୦୧୭ ଠାରୁ ହିଁ ଲାଗୁ କରାଯିବା ଲାଗି ପ୍ରସ୍ତୁତି କରାଯାଉଛି। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଇସି) ରାଜ୍ୟ ସରକାରଙ୍କ ସହ ମିଶି GST ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର ପରିଧି ବଢ଼ାଇ ଦେଇଛି, ଯାହାଦ୍ୱାରା ଅନ୍ତିମ ବ୍ୟବସାୟୀ ନିକଟରେ GSTର କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରାଯାଇପାରିବ। GSTର ଢାଂଚାଗୁଡ଼ିକୁ ଅତିଶୀଘ୍ର ଅଧିସୂଚିତ କରାଯିବ। GSTN କୁ ଆପଣାଉଥିବା ସହାୟକ ବ୍ୟବସ୍ଥା ଅର୍ଥାତ୍ ୱିଣ୍ଡୋକୁ ପୁଣିଥରେ ଖୋଲି ଦିଆଯାଇଛି, ଫଳରେ ବାକି ରହିଥିବା ଟିକସଦାତାମାନଙ୍କର ସହାୟତା କରାଯାଇପାରିବ। ଏହି ଐତିହାସିକ ଟିକସ ସୁଧାରକୁ ୧ ଜୁଲାଇ, ୨୦୧୭ ଠାରୁ ସୁଗମତା ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି।

Leave a Reply

Your email address will not be published. Required fields are marked *