ଓଡ଼ିଶା

ପରୀକ୍ଷା ପ୍ରଶ୍ନପତ୍ର ଲିକ ନ ହେବାପାଇଁ ସରକାର ଉଠାଇବେ ଏହି ସବୁ ପଦକ୍ଷେପ

ନୂଆଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ସିବିଏସ୍ଇ ପେପର ଲିକ ମାମଲାରେ ବୋର୍ଡର ନିଷ୍ପତି ପରେ ସରକାର ମଧ୍ୟ ଏକ ନିଷ୍ପତିକୁ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସୀକୁ ଆସନ୍ତା ବର୍ଷରେ ଲାଗୁ କରିବାପାଇଁ ମଞ୍ଜୁରୀ ଦେଇଛନ୍ତି ଯେପରିକି ଲିକ-ପ୍ରୁଫ ପରୀକ୍ଷା ସୁନିଶ୍ଚିତ ହେବ। ମାନବ ସମ୍ବଳ ବିକାସ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସିବିଏସ୍ଇ ପେପର ଲିକ ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇ କଡ଼ କାର୍ଯ୍ୟାନୁଷ୍ଠାନର କଥା କହିଥିଲେ।

କୁହାଯାଇପାରେଯେ, ସିବିଏସ୍ଇ ଦଶମର ଗଣିତ ଏବଂ ଦ୍ୱାଦଶର ଅର୍ଥଶାସ୍ତ୍ରର ପରୀକ୍ଷା ପୁନଃ କରାଇବା ପାଇଁ ନିଷ୍ପତି ନେଇଛି। ସମଗ୍ର ଦେଶରେ ହେଉଥିବା ଏହି ବୋର୍ଡ ପରୀକ୍ଷା ବିରୁଦ୍ଧରେ ଦିଲ୍ଲୀରେ କିଛି ଅଭିଯୋଗ ହୋଇଥିଲା। ସୋସିଆଲ ମିଡ଼ିଆ ଉପରେ ପ୍ରଶ୍ନପତ୍ର ଲିକ ହେବାର ଖବର ପରେ ବୋର୍ଡ ବୁଧବାରଦିନ ଏହି ନିଷ୍ପତି ନେଇଛନ୍ତି।

କେନ୍ଦ୍ର ସରକାର ମାମଲାର ଗମ୍ଭୀରତାକୁ ଦେଖି ତୁରନ୍ତ ପରୀକ୍ଷାଗୁଡ଼ିକୁ ସୁରକ୍ଷିତ କରାଇବାପାଇଁ ନିୟମ ଉପରେ ଜୋର ଦେଇଛନ୍ତି। ମାନବ ସମ୍ବଳ ବିକାସ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି କି ସିବିଏସ୍ଇ ର ଲିକ ପ୍ରଶ୍ନପତ୍ର ମାମଲାରେ ଜାଞ୍ଚ ଚାଲୁଛି ଏବଂ ଶକ୍ତିର ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହିତ ସେ କହିଛନ୍ତିଯେ ଆମେ ଏହା ମଧ୍ୟ ସ୍ଥିର କରିଛୁ କି ଯେତେବେଳେ ପ୍ରଶ୍ନପତ୍ର ବିତରିତ କରାଯିବ, ସେହି ସମୟରେ ମଧ୍ୟ ସୁରକ୍ଷା ମଜଭୁତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top