ଆନ୍ତର୍ଜାତୀୟ

ଗୁଡ ଫ୍ରାଇଡେ ୨୦୧୮: କ’ଣ ଭାରତରେ ହୋଇଥିଲା ଈସା ମସୀହାଙ୍କର ମୃତ୍ୟୁ, ଏଠାରେ ଅଛି ମକବରା ?

୩୦ ମାର୍ଚ୍ଚରେ ସମଗ୍ର ବିଶ୍ୱରେ ଗୁଡ ଫ୍ରାଇଡେ ପର୍ବ ମନାଯାଇଥିଲା। ଏପରି ମାନ୍ୟତା ଅଛି କି ଗୁଡ ଫ୍ରାଇଡେ ଦିନ ହିଁ ଈସା ମସିହାଙ୍କୁ ଶୂଳୀ ଉପରେ ଲଟକାଇ ଦିଆଯାଇଥିଲା। ଏବଂ ତାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଏକ ରହସ୍ୟ ଅଟେ। କୁହାଯାଉଛିକି ମୃତ୍ୟୁର କିଛି ଦିନ ପରେ ଈସା ମସୀହା ଜୀବିତ ଥିଲେ ଏବଂ ନିଜର ଅନୁଗାମୀମାନଙ୍କ ସହିତ ମିଶିଥିଲେ। ଏହିଦିନକୁ ଈଷ୍ଟର ରୂପରେ ପୂରା ଦୁନିଆରେ ମାନାଯାଉଛି।

ଈସା ମସୀହାଙ୍କର ମୃତ୍ୟୁର ରହସ୍ୟ
ଏହି କଥାରେ କିଛି ବିଦ୍ଵାନ ଏହା ଅନୁମାନ ଲଗାଇଛନ୍ତି କି ଶୂଳୀ ଉପରେ ଚଢ଼ାଇବା ପରେ ମଧ୍ୟ ଈସା ମସୀହାଙ୍କର ମୃତ୍ୟୁ ହୋଇନଥିଲା। ଏପରି ହିଁ ଧାରଣା ରଖିବା ବିଦ୍ଵାନଙ୍କ ମଧ୍ୟରେ ଋଷ ସ୍କଲାର ‘ନିକୋଲାଈ ନୋଟୋବିଚ’। ସେ ‘ଦ ଅନନୋନ ଲାଇଫ ଅଫ ଜୀସସ କ୍ରାଇଷ୍ଟ’ ନାମକ ପୁସ୍ତକରେ ଲେଖିଛନ୍ତି କି ଶୂଳୀ ଉପରେ ଚଢ଼ାଇବା ପରେ ମଧ୍ୟ ଈସା ମସୀହା ଜୀବିତ ରହିଥିଲେ।

ଏହି କାରଣରୁ ଶୂଳୀରେ ହୋଇନଥିଲା ମୃତ୍ୟୁ
ଶୂଲୀ ଉପରେ ଲଟକାଇବା ପରେ ମଧ୍ୟ ଜୀବିତ ରହିଥିବାର ରହସ୍ୟ କ’ଣ? ଏହି ବିଷୟରେ ଇତିହାସକାର ସାଦିକ ‘ଇକମାଲ-ଉଦ୍-ଦୀନ’ ନାମକ ପୁସ୍ତକରେ ଲେଖିଛନ୍ତି କି ଈସା ମସୀହା ଅନେକ ଥର ଭାରତ ଆସିଥିଲେ। ନିଜର ପ୍ରଥମ ଯାତ୍ରା ସମୟରେ ସେ ଭାରତରେ ତାନ୍ତ୍ରିକ ସାଧନା ଏବଂ ଯୋଗାଭ୍ୟାସ କରିଥିଲେ। ଏହି କାରଣରୁ ସେ ମୃତ୍ୟୁ ଉପରେ ବିଜୟ ପାଇବାରେ ସଫଳ ହୋଇଥିବା ଜଣାପଡ଼େ।

ଭାରତରେ ଈସା ମସୀହା
ଶୂଳୀ ଉପରେ ଲଟକାଇବା ଘଟଣା ପରେ ଈସା ମସୀହା ନିଜର ମାତା ମୈରୀଙ୍କ ସହିତ ତିବ୍ବତ ରାସ୍ତାରେ ଭାରତର ଶ୍ରୀନଗରରେ ଆସି ବାସ କରିଥିଲେ ଏବଂ ୮୦ ବର୍ଷ ବୟସରେ ସେଠାରେ ସେ ଶରୀର ତ୍ୟାଗ କଲେ। ଶ୍ରୀନଗରର ରୋଜା ବଲ ବିଲ୍ଡିଂଗରେ ଏକ ସନ୍ଥଙ୍କର ମକବରା ଅଛି। ଅହମଦିଆ ଆନ୍ଦୋଳନର ପ୍ରବର୍ତକ ମିର୍ଜା ଗୁଲାମ ଅହମ୍ମଦଙ୍କ ମୁତାବକ ଏହି ମକବରା ଈସା ମସୀହାଙ୍କର ଅଟେ। କିନ୍ତୁ ଏହି ବିଷୟରେ ଲୋକମାନଙ୍କର ଅଲଗା-ଅଲଗା ଧାରଣା ଅଛି।

ଭବିଷ୍ୟ ପୁରାଣରେ ଈସା ମସୀହା
ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ଭବିଷ୍ୟ ପୁରାଣର ପ୍ରତିସର୍ଗ ପର୍ବର ତୃତୀୟ ଖଣ୍ଡର ଦ୍ଵିତୀୟ ଅଧ୍ୟାୟରେ ମଧ୍ୟ ଈସା ମସୀହାଙ୍କର ଭାରତ ଆଗମନ ବିଷୟରେ କୁହାଯାଇଛି। ଏଥିରେ କୁହାଯାଇଛିଯେ, ଈସା ମସୀହାଙ୍କ ସହ ସାକ୍ଷାତ ସେ ସମୟର ରାଜା ଶାଳିବାହନଙ୍କ ସହ ହୋଇଥିଲା ଏବଂ ସେ ଉତ୍ତରାଖଣ୍ଡରେ ବହୁତ ସମୟ ପର୍ଯ୍ୟନ୍ତ ତପସ୍ୟା ଏବଂ ଯୋଗ ସାଧନାର ଅଭ୍ୟାସ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top