ଭାରତୀୟ ବ୍ୟାଡ଼ମିଣ୍ଟନ୍ ଟିମ ରଚିଲା ଇତିହାସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା – ୨୦୧୮ରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ ପଦକ

– ଭାରତକୁ ଏବେ ମିଳିଲା ୧୦ଟି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ ୯-୪ (ଓଡ଼ିଆ ପୁଅ) ଭାରତର ଷ୍ଟାର ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳିମାନେ ସାଇନା ନେହୱାଲଙ୍କ ଯୋଗୁଁ ଭାରତୀୟ ବ୍ୟାଡ଼ମିଣ୍ଟନ୍ ମିକ୍ସ୍ଡ ଟିମ ମାଲେସିଆକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଛି ଏବଂ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି। ସାଇନା ଚତୁର୍ଥ ସିଙ୍ଗଲ୍ସ ପ୍ରତିଯୋଗିତାରେ ମାଲେସିଆର ସୋନିୟା ଚିୟାହଙ୍କୁ ୨୧-୧୧,୧୯-୨୧ ଏବଂ ୨୧-୯ ରେ ହରାଇଥିଲେ ଏବଂ ଏହା ସହିତ ଭାରତୀୟ ବ୍ୟାଡ଼ମିଣ୍ଟନ୍ ମିକ୍ସ୍ଡ ଟିମ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ରହିଥିଲା।

ଏହା ପୂର୍ବରୁ ତୃତୀୟ ଗେମରେ ଭାରତୀୟ ଜୋଡ଼ି ମାଲେସିଆର ଜୋଡ଼ିକୁ ୨୫ ମିନଟ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ୨୧-୧୫ ରେ ହରାଇଥିଲା। ରୋମାଞ୍ଚକ ପ୍ରତିଯୋଗିତାରେ ଭାରତ ମାଲେସିଆକୁ ପ୍ରଥମ ମ୍ୟାଚ୍ ରେ ୨୧-୧୪, ୧୫-୨୧, ୨୧-୧୫ ରେ ହରାଇକରି ଆଗୁଆ ଥିଲା।

ମିକ୍ସ୍ଡ ଟିମ ଇଭେଣ୍ଟର ଦ୍ୱିତୀୟ ମ୍ୟାଚ୍ ରେ କିଦାମ୍ବୀ ଶ୍ରୀକାନ୍ତ ଲୀ ଚୋଙ୍ଗ ବେଇଙ୍କୁ ହରାଇକରି ଭାରତକୁ ମାଲେସିଆ ବିରୁଦ୍ଧରେ ୨-୦ ରେ ଆଗୁଆ ଆଣିପାରିଥିଲେ। ଶ୍ରୀକାନ୍ତ ୨୧-୧୭, ୨୧-୧୪ ରେ ପ୍ରତିଦ୍ୱନ୍ଦିତା ଜିତିଥିଲେ। ତା’ ବ୍ୟତୀତ ତୃତୀୟ ପ୍ରତିଯୋଗିତାରେ ସାତ୍ଵିକ ରଙ୍କୀରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କର ଜୋଡ଼ିକୁ ମାଲେସିଆର ଶେମ ବି ଗୋହ ଏବଂ ବି କିୟୋଂ ଙ୍କର ଜୋଡ଼ି ୧୫-୨୧, ୨୦-୨୨ ଙ୍କଠାରୁ ହାର ମିଳିଥିଲା।

ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚ୍ ରେ ଭାରତୀୟ ମିକ୍ସ୍ଡ ଡବଲ ଜୋଡ଼ି ସାତ୍ଵିକ ରଂକୀରେଡ୍ଡୀ ଏବଂ ଅଶ୍ଵିନୀ ପୋନପ୍ପାଙ୍କର ଜୋଡ଼ି ମାଲେସିଆର ପେଂଗ ସୁନ ଚାନ ଏବଂ ଲୁଇ ଜିଙ୍ଗ ଗୋ ଙ୍କର ଜୋଡ଼ିକୁ ପ୍ରଥମ ଗେମ୍ସରେ ୨୧-୧୪ ରେ ୧୯ ମିନଟ ରେ ବିଜୟ ଲାଭ କରିଥିଲେ। ଦ୍ୱିତୀୟ ଗେମ୍ସରେ ମାଲେସିଆ ଭାରତର ମିକ୍ସ୍ଡ ଡବଲ୍ସ ଜୋଡ଼ି କୁ ୨୧ ମିନଟ ରେ ୨୧-୧୫ ରେ ହରାଇଥିଲା ତା’ ସହିତ ହିଁ ମିକ୍ସ୍ଡ ଟିମ ଇଭେଣ୍ଟ ଫାଇନାଲ ପୂର୍ବରୁ ମ୍ୟାଚ୍ ରେ ଦୁଇ ଟିମ୍ ର ସ୍କୋର ୧-୧ ରେ ବରାବର ରହିଥିଲା।

Leave a Reply

Your email address will not be published. Required fields are marked *