ad
ଓଡ଼ିଶା

ବିଜୁ ଜୟନ୍ତୀ ଠାରୁ ବିଜେଡ଼ିର ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ

ସମ୍ବଲପୁର, ୩/୩ -(ଓଡ଼ିଆ ପୁଅ) ଆସନ୍ତା ୫ ତାରିଖ ହେଉଛି ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ଏହି ଦିନଠାରୁ ବିଜୁ ଜନତା ଦଳ ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏ ବାବଦରେ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେଇ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁଙ୍କ ଜନ୍ମ ଦିବସକୁ ସମଗ୍ର ଓଡ଼ିଶାରେ ମହାସମାରୋହରେ ପାଳନ କରାଯାଏ। ଓଡ଼ିଶାର ଦ୍ରୁତ ଉନ୍ନତି ଏବଂ ଓଡ଼ିଆ ସ୍ୱାଭିମାନ ପାଇଁ ବିଜୁବାବୁ ନିରନ୍ତର କାର୍ଯ୍ୟ କରିଥିଲେ। ତାଙ୍କ ନୀତି ଆଦର୍ଶକୁ ଆଧାର କରି ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବିଜୁବାବୁଙ୍କ ୧୦୩ ତମ ଜୟନ୍ତୀ ଉତ୍ସବ ଅବସରରେ ୫ ତାରିଖ ଠାରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ମା’ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ପ୍ରତି ଘରେ ଶଂଖ ଚିହ୍ନଥିବା ଷ୍ଟିକର ଲଗାଇବେ। ପ୍ରତି ବୁଥରେ ୱାର୍ଡ଼ କମିଟୀ ସଦସ୍ୟମାନଙ୍କ ବୈଠକ କରି ୩୦ ଜଣିଆ ବୁଥ କମିଟୀ ଗଠନ କରିବେ। ଏହି ୩୦ ଜଣିଆ କମିଟୀର ସଭ୍ୟସଭ୍ୟାଙ୍କ ନାମ ଓ ଟେଲିଫୋନ ନମ୍ବର ଆଦି ଦଳର ରାଜ୍ୟ କାର୍ଯ୍ୟାଳୟକୁ ପଠାଇବା ସହିତ ବିଜୁ ଜୟନ୍ତୀ ପାଳନ ସମ୍ପର୍କୀତ ବିବରଣୀ, ଫୋଟ, ଭିଡ଼ିଓ ମଧ୍ୟ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top