ନର୍ସିଂ ଛାତ୍ରୀ ନିବାସରେ ସିଲିଣ୍ଡରରୁ ଗ୍ୟାସ ଲିକ୍

କେନ୍ଦ୍ରାପଡ଼ା, ୨୨/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲା ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ସରକାରୀ ନର୍ସିଂ ଛାତ୍ରୀ ନିବାସରେ ଶନିବାର ସକାଳେ ଗୋଟିଏ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବାଫଳରେ ଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଛାତ୍ରୀମାନେ ଭୟଭୀତ ହୋଇ ଛାତ୍ରୀ ନିବାସର ବାହାରକୁ ପଳାଇ ଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନର୍ସିଂ ଛାତ୍ରୀ ନିବାସକୁ ଆସି ଲିକ୍ ହେଉଥିବା ଗ୍ୟାସ ସିଲିଣ୍ଡରଟିକୁ ଅଚଳ କରିଦେଇଥିଲେ। ଫଳରେ ନର୍ସିଂ ଛାତ୍ରୀ ନିବାସରେ ସ୍ୱାଭାବିକ ଅବସ୍ଥା ଫେରି ଆସିଥିଲା। ଛାତ୍ରୀମାନେ ପୁଣି ଛାତ୍ରୀ ନିବାସକୁ ଫେରିଆସିଥିଲେ।

Leave a Reply

Your email address will not be published. Required fields are marked *