ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ

ଘଟଗାଁ ୨୪-୪ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଚିଟଫଣ୍ଡ ଠକେଇ ଶୀକାର ହୋଇ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖି ନଥିବା ବେଳେ ଏବେ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଷ୍ଟେଟ ବ୍ୟାଙ୍କ ଅଧିନରେ ଥିବା ଚିନାମାଳିପଷି ଗ୍ରାମର ଗ୍ରାହକ ସେବା କେନ୍ଦ୍ରରେ। ବ୍ୟାଙ୍କ ସିକୃତିରେ ଖୋଲା ଯାଇଥିବା ଏହି କେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଫେରାର ହୋଇଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀ ଠକର ଟେର ପାଉ ନାହାଁନ୍ତି। ଅନ୍ୟ ପଟେ ପେଟରୁ କାଟି ବ୍ୟାଙ୍କରେ ସଂଚୟ କରିଥିବା ଥିବା ଜମାକାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚିନାମାଳିପଷି ଗ୍ରାମରେ ଲୋକଙ୍କୁ ଗ୍ରାମ ନିକଟରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା ଖୋଲା ଯାଇଥିଲା। ଗତ ଜାନୁଆରୀ ମାସରେ ଷ୍ଟେଟ ବ୍ୟାଙ୍କର ସ୍ୱୀକୃତି  ଘଟଗାଁ ଶାଖାରୁ ଗ୍ରାମର ସୌମ୍ୟ ରଞନ ମହାନ୍ତ ନାମରେ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ପାଖରେ ବ୍ୟାଙ୍କ ସେବା ପାଇଥିବା ସହ ଲୋକ ମାନେ ପେଟରୁ କାଟି ସଂଞୟ କରିବା ଆରମ୍ଭ କରିଥିଲେ। ଚାରି ମାସ ମଧ୍ୟରେ କେତେକ ଲୋକଙ୍କୁ ବ୍ୟାଙ୍କ ଖାତା ଦିଆଯାଇଥିବା ବେଳେ କେତେକ ଖାତା ମଧ୍ୟ ପାଇ ନାହାଁନ୍ତି। ଲୋକେ ଜମାକରୁଥିବା ଟଙ୍କା ରସିଦ ଆଜି କାଲି ଦିଆଯିବ କହି କେନ୍ଦ୍ରରେ କ୍ୟାସିୟର ଦାୟିତ୍ୱରେ ଥିବା ଠକ ସମସ୍ତ ଟଙ୍କା ନେଇ ଫେରାର ହୋଇ ଯାଇଛି। ଏହି କେନ୍ଦ୍ରର ରେଜିଷ୍ଟର ଅନୁଯାୟୀ ୮୨ ଜଣ ଜମାକାରୀ ୪ ମାସ ମଧ୍ୟରେ ପାଖା ପାଖି ୧୦ ଲକ୍ଷ ଜମା କରିଥିବା ବେଳେ ଲୋକଙ୍କ ଏକାଉଂଟରେ ଟଙ୍କା ନାହିଁ। ଫଳରେ ଜମାକାରୀଙ୍କ ମୁଣ୍ଡରେ ଚଡକ ପଡିଯାଇଥିବା ବେଳେ ଲାଇସେନ୍ସ ଧାରିକୁ ଅଟକ ରଖିଛନ୍ତି। ଅନ୍ୟ ପଟେ ଲାଇସେନ୍ସ ଧାରି ଜଣେ ଅଟୋ ଡ୍ରାଇଭର ନିଜେ ଠକାମୀର ଶୀକାର ହେଇଥିବା ସଫେଇ ଦେଇଛନ୍ତି। ଢେଙ୍କିକୋଟରେ ସତ୍ୟରଞନ ନାମକ ଯୁବକ ସହ ଭେଟ ହେଇଥିବା ସହ ପ୍ରଲୋଭନ ଶୀକାର ହୋଇଥିଲା। ୫ ହଜାର ଦରମା ପଇବା ସହ ବ୍ୟାଙ୍କ ମ୍ୟାନେଜର ଆଶାରେ ନିଜ ନାମରେ ଲାଇସେନ୍ସ ବାହାର କରିଥିଲା ମାତ୍ର ବ୍ୟାଙ୍କର କୌଣସି କାମ ଜାଣି ନଥିବା କାରଣରୁ ସତ୍ୟରଞନ ନାମକ ଯୁବକ ସମସ୍ତ କାମ ତୁଲାଇବା ସହ କ୍ୟାସ ରଖୁଥିଲେ। ଏବଂ କିଛି ଦିନ  ହେଲା ସେ ସମସ୍ତ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ତେବେ ଜଣେ ଅନଭୀଜ୍ଞ ଯୁବକକୁ ଶାଖା ଲାଇସେନ୍ସ କିପରି ମିଲିଲା। ୪ ମାସ ମଧ୍ୟରେ କେନ୍ଦ୍ର ସଠିକ ଭାବେ ପରିଚାଳିତ ହେଇଛି କି ନାହିଁ ବ୍ୟାଙ୍କ ପକ୍ଷରୁ ଅନୁଧ୍ୟାନ କାହିଁକି କରାଯାଇ ନଥିଲା। ଜଣେ ଠକ ବିନା ପରିଚୟ ପତ୍ରରେ କିପରି କେନ୍ଦ୍ରର ସମସ୍ତ ଦାଇତ୍ୱ ତୁଲାଉଥିଲା। ଜମାକାରୀ ତାଙ୍କ ଟଙ୍କା କିପରି ଫେରି ପାଇବେ  ଏ ସବୁ ପ୍ରଶ୍ନ ଉତ୍ର ପାଇଁ ଆମେ ଘଟଗାଁ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପଚାରିବାରୁ କହିଥିଲେ ଯେ ସତ୍ୟରଞନ ଉପରେ ତାଙ୍କର ମୂଳରୁ ସନ୍ଦେହ ହେଇଥିଲା, ମାତ୍ର ଲାଇସେନ୍ସ ଧାରୀ ତାଙ୍କୁ ତାଙ୍କ ଭାଇ ବୋଲି ପରିଚୟ ଦେଇଥିଲେ, ଠକେଇ ପରେ ପରେ ପୋଲିସ କମ୍ପେଲ ପାଇଁ ବ୍ୟାଙ୍କ ମ୍ୟାନେଜର ଲାଇସେନ୍ସ ଧାରୀକୁ ମନା କରିବା ସହ ଲୋକଙ୍କ ଟଙ୍କାକୁ ବୁଝା ମଣା ମାଧ୍ୟମରେ ଫେରାଇବାକୁ କହିଥିଲେ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *