ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀଙ୍କୁ ଦେଲେ ଫିଟନେସ ଚ୍ୟାଲେଞ୍ଜ

ନୂଆ ଦିଲ୍ଲୀ ୧୩ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟନେସ ଚ୍ୟାଲେଞ୍ଜର ଭିଡ଼ିଓ ଜାରି କରିଛନ୍ତି। ଯେଉଁଥିରେ ସେ ଗାର୍ଡ଼େନ୍ ରେ ଯୋଗ ଏବଂ ଏକ୍ସରସାଇଜ କରୁଥିବାର ଦେଖାଯାଉଛି। ଏହି ଭିଡ଼ିଓ ଜରିଆରେ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ, ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ମନିକା ବାତ୍ରା ଏବଂ ଆଇପିଏସ ଅଫିସରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଗତ ମାସରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ।

ମୋଦୀ ଟ୍ଵୀଟ କରି ହେଲେ ଲେଖିଛନ୍ତି, “ମୁଁ ଏକ ଏପରି ଟ୍ରାକ ଉପରେ ଚାଲୁଛି ଯାହା ପ୍ରକୃତିର ପାଞ୍ଚ ତତ୍ଵ ପୃଥ୍ଵୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶରେ ପ୍ରେରିତ ଅଟେ।”

ସୂଚନାଯୋଗ୍ୟଯେ, ଗତ ମାସରେ କେନ୍ଦ୍ର ମନ୍ତ୍ରୀ ଏବଂ ଅଲିମ୍ପିକ ରୌପ୍ୟ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର ଟ୍ୱିଟରରେ ଏକ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ କରିଥିଲେ। ସେ ଭିଡ଼ିଓରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ କରିଥିଲେ। କୋହଲି ଏହି ଚ୍ୟାଲେଞ୍ଜ ସ୍ଵୀକାର କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଟନେସ ଚ୍ୟାଲେଞ୍ଜ ଦେଇଥିଲେ।

Leave a Reply

Your email address will not be published. Required fields are marked *