Home ଓଡ଼ିଶା ଆର୍ଥିକ ସ୍ୱଚ୍ଛଳତା ହିଁ କଂଗ୍ରେସ ଟିକେଟର ମାପକାଠି-ପିସିସି

ଆର୍ଥିକ ସ୍ୱଚ୍ଛଳତା ହିଁ କଂଗ୍ରେସ ଟିକେଟର ମାପକାଠି-ପିସିସି

614

ଭୁବନେଶ୍ୱର ୧୨-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଯଦି ପଇସାର ତାକତ ଅଛି ତେବେ କଂଗ୍ରେସ ଟିକେଟ ମିଳିବ ବୋଲି ଏକ ନୂଆ ଫର୍ମୂଲା ଆପଣାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ। ଯୋଗ୍ୟତା ଜରୁରୀ ନୁହେଁ, ରାଜ୍ୟନୈତିକ ଅଭିଜ୍ଞତା ଜରୁରୀ ନୁହେଁ, ଯଦି ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଅର୍ଥ ବଳରେ ଟକ୍କର ଦେଇପାରିବ ତେବେ ଯାଇ କଂଗ୍ରେସ ବିଧାୟକ ଓ ସାଂସଦ ଟିକେଟ ମିଳିବ ବୋଲି ଓଡ଼ିଶା ପିସିସି ମୁଖିଆଙ୍କର ଖୋଲା ବକ୍ତବ୍ୟ ଦଳ ଭିତରେ ଆଲୋଡ଼ନ ସୃଷ୍ଟି କରିଛି। ନିରଞ୍ଜନ ପଟ୍ଟନାୟକ ପିସିସି ମୁଖିଆ ପଦ ସମ୍ଭାଳିବା ଦିନ ଘୋଷଣା କରିଥିଲେଯେ, ୨୦୧୮ ଅଗଷ୍ଟମାସ ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହାକୁ ସମର୍ଥନ କରିଥିଲେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ। ମାତ୍ର ଆଜି ପର୍ଯ୍ୟନ୍ତ ଅଙ୍କ ଛିଡ଼ୁନାହିଁ। ନିର୍ବାଚନ ପାଇଁ ଏଆଇସିସିରୁ ଆସୁଥିବା ଖର୍ଚ୍ଚ ଅତି ନଗନ୍ୟ। ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯେଉଁ ନିର୍ବାଚନ ପରିଚାଳନା ଖର୍ଚ୍ଚ ଆସେ ତାହା ବିଜେଡ଼ି ଓ ବିଜେପି ତୁଳନାରେ ସମୁଦ୍ରକୁ ଶଂଖେ। ଦୀର୍ଘ କୋଡ଼ିଏ ବର୍ଷ ଧରି ଓଡ଼ିଶା କଂଗ୍ରେସ ସଫଳତା ପାଉନଥିବାର ଏହା ଏକ ଅନ୍ୟତମ କାରଣ। ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ମୁଖିଆ ପଦରେ ବସାଇବାର ଏହାଥିଲା ଏଆଇସିସିର ମୁଖ୍ୟ ଲକ୍ଷ। ମାତ୍ର ଏହି ଲକ୍ଷ ଆଜି ବିଚ୍ୟୁତ ହେବାକୁ ବସିଛି। ନିଜ ପ୍ରତିଶୃତିରୁ ନିରଂଜନ ପଟ୍ଟନାୟକ ଓହରି ସାରିଛନ୍ତି ବୋଲି ଜଣେ କଂଗ୍ରେସ ଟିକେଟ ଆଶାୟୀ ଆମ ନିକଟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମୁଖିଆଙ୍କର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିବା ପରିବର୍ତ୍ତେ ଆର୍ଥିକ ମାନଦଣ୍ଡକୁ ଗୁରୁତ୍ତ୍ୱ ଦେଉଛନ୍ତି ବୋଲି ସ୍ପଷ୍ଟ ସୂଚନା ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.