ଡ. ଏମ.ଜୀ.ରାମଚନ୍ଦ୍ରନଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୦୦ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରାର ଶୁଭାରମ୍ଭ କରିବ ଅର୍ଥ ମନ୍ତ୍ରାଣାଳୟ

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଅର୍ଥ ମନ୍ତ୍ରାଣାଳୟ ଡ. ଏମ.ଜୀ.ରାମଚନ୍ଦ୍ରନଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୦୦ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରାର ଶୁଭାରମ୍ଭ କରିବ ବୋଲି ଅଧିସୂଚନା ଜାରି କରିଛି।

ମରୁଥୁର ଗୋପାଲନ ରାମଚନ୍ଦ୍ରନ: ଏମଜୀ ରାମଚନ୍ଦ୍ରନଙ୍କ ନାମରେ ଅଧିକ ବିଖ୍ୟାତ। ତାଙ୍କର ଫ୍ୟାନ ତାଙ୍କୁ ଏମଜୀଆର ନାମ ମନେ ପକାନ୍ତି। ସେ ଏକ ପ୍ରସିଦ୍ଧ ଭାରତୀୟ ଅଭିନେତା, ଫିଲ୍ମ ନିର୍ମାତା ଏବଂ ରାଜନେତା। ଅଭିନୟ ଏବଂ ରାଜନୀତି ଏମଜୀଆରଙ୍କ ଜୀବନର ପ୍ରମୁଖ ଅଂଶ ଅଟେ। ସେ ଯୁବ ଅବସ୍ଥାରେ ନାଟ୍ୟ ସମୂହ ସାଥିରେ ନାଟକର ମଞ୍ଚନରେ ବ୍ୟସ୍ତ ରହୁଥିଲେ। ତାଙ୍କର ଯୁବାବସ୍ଥା ଦିନମାନଙ୍କରେ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ସାମିଲ ହୋଇ ନିଜର ସିଦ୍ଧାନ୍ତ ଏବଂ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ। ତାମିଲ ସିନେମାରେ ଅଧିକ ସମୟ ରାଜ କରିଥିବା ଏମଜୀ ରାମଚନ୍ଦ୍ରନ ପରେ ଡିଏମକେ ପାର୍ଟି ସହ ହାତ ମିଳାଇଥିଲେ। ଏମ ଜୀ ରାମଚନ୍ଦ୍ରନଙ୍କ ରାଜନୀତିରେ ସଫଳ ହେବାର ବହୁତ ବଢ଼ିଆ ମୌକା ଥିଲା। କାରଣ ସେ ତାମିଲ ଫିଲ୍ମ ଅଭିନେତା ଭାବରେ ସୁପ୍ରସିଦ୍ଧ ହୋଇଥିଲେ। ପରେ ଏମଜୀଆର ନିଜର ସ୍ୱୟଂ ରାଜନୀତିକ ପାର୍ଟି ସ୍ଥାପନା କରିଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ବନିକରି ଇତିହାସ ରଚିଥିଲେ ଏମଜୀ ରାମଚନ୍ଦ୍ରନ। ଭାରତର ସେ ପ୍ରଥମ ଫିଲ୍ମୀ ହସ୍ତୀ ଥିଲେ ଯିଏ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଏମଜୀ ରାମଚନ୍ଦ୍ରନଙ୍କୁ ଲୋକ ବହୁତ ପସନ୍ଦ କରୁଥିଲେ। କାରଣ ସେଥିଲେ ପରୋପକାରୀ ଏବଂ ଗରୀବଙ୍କ ପ୍ରତି ତାଙ୍କର ପ୍ରେମ ପାଇଁ ସମସ୍ତଙ୍କ ହୃଦୟରେ ସେ ଜାଗା ବନାଇପାରିଥିଲେ।

Leave a Reply

Your email address will not be published. Required fields are marked *