ଶବ ସତ୍କାର ବେଳେ ଗଣ୍ଡଗୋଳ: ଜଣେ ମୃତ

ବ୍ରହ୍ମପୁର:୨/୧୦ (ଓଡ଼ିଆ ପୁଅ/ଜ୍ୟୋତିରଂଜନ ଦାସ) ଜରଡ଼ା ଥାନା ଠାରୁ ଅଳ୍ପ ଦୂରରେ ଏକ ସ୍ମଶାନରେ ଶବ ସତ୍କାର ବେଳେ ଗଣ୍ଡଗୋଳ ଲାଗି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଇଛି।ଏହି ଘଟଣା ସାରା ଜିଲାରେ ଚାଂଚଲ୍ୟ ସୃଷ୍ଟି କରିଛି।ସୂଚନା ମୁତାବକ ଜରଡ଼ା ଦଳିତ ବସ୍ତିର ରାମ ନାଇକର ଶବ ସତ୍କାର ପାଇଁ ସାହି ଲୋକେ ଯାଇଥିଲେ। ସତ୍କାର ବେଳେ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ହଠାତ ଶିବ ନାଇକ ଜୁଇ ଉପରୁ ଏକ କାଠ ଫାଳିଆ ଟାଣି ଆଣି କାଳୁ ନାଇକ କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଡାକ୍ତର ଖାନାକୁ ନିଆଯାଇଥିବା ବେଳେ ତାର ମୃତ୍ୟୁ ହୋଇଯାଇ ଥିଲା। ଘଟଣା ସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଲୋକେ ଶିବକୁ ଉତ୍ତମ ମଧ୍ୟମ ଛେଚିବା ବେଳେ ପୋଲିସ ପହଁଚି ଅଭିଯୁକ୍ତକୁ ଗିରଫ କରିଛି। ଶବ ବ୍ୟବଛେଦ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *