ଓଡ଼ିଶା

Femina Miss India 2018: ତାମିଲନାଡୁର ଅନୁକୃତି ବାସ ହେଲେ ଫେମିନା ମିସ ଇଣ୍ଡିଆ ୨୦୧୮, ମିସ ୱାର୍ଲ୍ଡ ପ୍ରତିଯୋଗିତାରେ କରିବେ ଭାରତର ପ୍ରତିନିଧିତ୍ଵ

ଚଳିତ ବର୍ଷ ଅନୁକୃତି ବାସଙ୍କୁ ଗତ ବର୍ଷର ମିସ ଇଣ୍ଡିଆ ଏବଂ ବର୍ତ୍ତମାନର ବିଶ୍ଵ ସୁନ୍ଦରୀ ମାନୁଷୀ ଛିଲ୍ଲର ତାଜ ପିନ୍ଧାଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ହରିଆଣାର ମୀନାକ୍ଷୀ ଚୌଧରୀ ଏବଂ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଶ୍ରେୟା ରାଓ। ଅନୁକୃତି ବାସଙ୍କର ଆସନ୍ତା ପ୍ରତିଯୋଗିତା ହେବ ମିସ ୱାର୍ଲ୍ଡ ପ୍ରତିଯୋଗିତା ଯେଉଁଠାରେ ସେ ଭାରତର ପ୍ରତିନିଧିତ୍ଵ କରିବେ।

ମୁମ୍ବାଇ ୨୦ ଜୁନ୍ (ଓଡ଼ିଆ ପୁଅ) ଫେମିନା ମିସ ଇଣ୍ଡିଆ ୨୦୧୮ର ତାଜ ଏଥର ତାମିଲନାଡୁର ଅନୁକୃତି ବାସଙ୍କୁ ମିଳିଛି। ସେ ମିସ ୱାର୍ଲ୍ଡ ୨୦୧୮ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିବେ। ମଙ୍ଗଳବାରଦିନ ମୁମ୍ବାଇରେ ଆୟୋଜିତ ହୋଇଥିବା ଫେମିନା ମିସ ଇଣ୍ଡିଆ ୨୦୧୮ର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତାରେ ଫାଷ୍ଟ ରନର୍ସ ଅପ ହରିଆଣାର ମୀନାକ୍ଷୀ ଚୌଧରୀ ଏବଂ ଦ୍ୱିତୀୟ ରନର୍ସ ଅପ ଆନ୍ଧ୍ର ପ୍ରଦେଶର ଶ୍ରେୟା ରାଓ କମ୍ଵାରପୂ ହୋଇଛନ୍ତି। ଏହି ତିନିଜଣଙ୍କର ନାମ ଘୋଷଣା କରାଯିବା ପୂର୍ବରୁ ଏହି ତାଜ ପାଇଁ ଟପ ୫ଜଣ ପ୍ରତିଯୋଗୀମାନଙ୍କୁ ମନୋନୀତ କରିବାର ଥିଲା ଯେଉଁଥିରେ ଦିଲ୍ଲୀର ଗାୟତ୍ରୀ ଚୌଧୁରୀ, ଝାରଖଣ୍ଡର ଷ୍ଟେଫି ପଟେଲ, ତାମିଲନାଡୁର ଅନୁକୃତି ବାସ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରେୟା ରାଓ ଙ୍କର ନାମ ସାମିଲ ଥିଲା।

ଫେମିନା ମିସ ଇଣ୍ଡିଆ ୨୦୧୮ର ତାଜ ଅନୁକୃତି ବାସଙ୍କୁ ଗତ ବର୍ଷର ଫେମିନା ବିଜେତା ମାନୁଷୀ ଛିଲ୍ଲର ପିନ୍ଧାଇଥିଲେ। ଏହି ଇଭେଣ୍ଟର ଗ୍ରାଣ୍ଡ ଫାଇନାଲକୁ ଶାନଦାର ବନାଇବାପାଇଁ କରୀନା କାପୂର ଖାନ ମାଧୁରୀ ଦିକ୍ଷିତ ନିଜର ଦମଦାର ଡାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ। ତା’ ବ୍ୟତୀତ ଏହି ଇଭେଣ୍ଟରେ ବର୍ତ୍ତମାନର ମିସ ୱାର୍ଲ୍ଡ ମାନୁଷୀ ଛିଲ୍ଲର, ବଲିଉଡ଼୍ ଅଭିନେତ୍ରୀ ନେହା ଧୂପିୟା, ଅଭିନେତା ବବୀ ଦେଓଲ, କ୍ରିକେଟର ଇରଫାନ ପଠାନ ମଧ୍ୟ ଉପସ୍ଥିତ ଥିଲେ।

ଫେମିନା ମିସ ଇଣ୍ଡିଆ ୨୦୧୮ ର ତାଜ ପାଇଁ ଦେଶର ୩୦ଟି ରାଜ୍ୟରୁ ବିଜେତାମାନଙ୍କ ସହିତ ଦିଲ୍ଲୀର ବିଜେତାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ଥିଲା। ତାମିଲନାଡୁର ଅନୁକୃତି ବାସ ଏବେ ମିସ ୱାର୍ଲ୍ଡ ୨୦୧୮ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିବେ। ତା’ ବ୍ୟତୀତ ପ୍ରତିଯୋଗିତାରେ ଦୁଇଜଣ ରନର୍ସ ଅପ ମିସ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୧୮ ଏବଂ ମିସ ୟୁନାଇଟେଡ କନ୍ଟିନେଂଟ୍ସ ୨୦୧୮ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିବେ।

ବର୍ତ୍ତମାନର ବିଶ୍ଵ ସୁନ୍ଦରୀ ମାନୁଷୀ ଛିଲ୍ଲର ୨୦୧୮ ର ମିସ ଇଣ୍ଡିଆ ତାଜ ଉପରେ କବ୍ଜା ଜମାଛନ୍ତି। ଏହି ପ୍ରତିଯୋଗିତା ପାଇଁ ଦେଶର ୩୦ ରାଜ୍ୟରେ ଅଡିଶନ ହୋଇଥିଲା। ଯେଉଁଥିରେ ପ୍ରତ୍ୟେକ ରାଜ୍ୟର ବିଜେତାଙ୍କୁ ଫେମିନା ମିସ ଇଣ୍ଡିଆ ୨୦୧୮ ର ଫାଇନାଲରେ ସିଧା ଭାଗ ନେବା ପାଇଁ ମୌକା ଦିଆଯାଇଥିଲା। ଏହି ଗ୍ରାଣ୍ଡ ଫାଇନାଲରେ ମନୋନୀତ ହୋଇଥିବା ୩୦ଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ଟପ ୫ଜଣ ପ୍ରତିଯୋଗିମାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top