Odiapua.com http://odiapua.com Odiapua.com Mon, 24 Sep 2018 01:30:37 +0000 en-US hourly 1 https://wordpress.org/?v=4.9.8 http://odiapua.com/wp-content/uploads/2017/04/logo-150x150.jpg Odiapua.com http://odiapua.com 32 32 ୨୪ ସେପ୍ଟେମ୍ବର ସୋମବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ http://odiapua.com/24th-september-horoscope/ http://odiapua.com/24th-september-horoscope/#respond Mon, 24 Sep 2018 01:30:37 +0000 http://odiapua.com/?p=116469 ୨୪ ସେପ୍ଟେମ୍ବର ସୋମବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ : ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ। ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ। ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଗଣ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ସନ୍ତାନମାନଙ୍କର ଅଧ୍ୟୟନ କିମ୍ବା ଅନ୍ୟ କାରଣରୁ ଧନ ଖର୍ଚ୍ଚ ହୋଇପାରେ।

ବୃଷ : ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ। ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ। ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ ଏବଂ ତାଙ୍କର ଆଜି ଭଲ ଦିନ ଅଟେ। ନିଜର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ମିଥୁନ : ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ। ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗଅଛି ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ ଅଛି। ଅଧିକ ବିଚାର କାରଣରୁ ହୋଇଥିବା ମାନସିକ ଆଳସ୍ୟରେ ନିଦରେ ବାଧା ଉପୁଜିପାରେ।

କର୍କଟ : ଆଜି ଆପଣ ପ୍ରଫୁଲ୍ଲିତ ରହିବେ। ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ ଆଜି କରିପାରନ୍ତି। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ। କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ। ସମ୍ବନ୍ଧରେ ଭାବନାତ୍ମକତା ଅଧିକ ରହିବ। ଯାତ୍ରା ମଧ୍ୟ ଆନନ୍ଦମୟ ହେବ।

ସିଂହ : ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ। ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ। ତାଙ୍କର ସହଯୋଗ ମଧ୍ୟ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ। ତଥାପି ମଧ୍ୟ ବାଣୀ ଦ୍ଵାରା ଆପଣ ସମସ୍ତଙ୍କ ମନକୁ ଜୀତି ପାରିବେ। ମନ ଆନନ୍ଦିତ ରହିବ।

କନ୍ୟା : ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ। ଯାତ୍ରା କରିପାରନ୍ତି। ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ। ଦାମ୍ପତ୍ୟଜୀବନରେ ଆନନ୍ଦ ପ୍ରାପ୍ତ ହେବ।

ତୁଳା : ଆଜି ଆପଣଙ୍କ ଘର ଏବଂ କାର୍ଯ୍ୟସ୍ଥଳ ଉପରେ ଉତ୍ତମ ବାତାବରଣ ରହିବାରୁ ବହୁତ ପ୍ରସନ୍ନତା ରହିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି। ଆପଣଙ୍କ ବାଣୀରେ ଅସୁବିଧା ହୋଇପାରେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନିଜର କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ରଖିବେ।

ବିଚ୍ଛା : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ। ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଆୟ ବଢ଼ିବ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଦାମ୍ପତ୍ୟଜୀବନରେ ବାତାବରଣ ଆନନ୍ଦମୟ ରହିବ। ପ୍ରବଳ ଧନ ଲାଭର ଯୋଗ ଅଛି।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଆଜି ଆପଣ ଆର୍ଥିକ ମାମଲାରେ ଉଚିତ ଯୋଜନା ବନାଇପାରିବେ। ଅନ୍ୟ ଲୋକମାନଙ୍କର ସହାୟତା କରିବାର ପ୍ରଯତ୍ନ କରିବେ। ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ସାର୍ବଜନିକ ଜୀବନରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟଗୁଡ଼ିକ ସଫଳତାର ସହିତ ହେବା ସହିତ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆମୋଦ-ପ୍ରମୋଦରେ ଦିନ କଟିବ।

ମକର : ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। କିନ୍ତୁ ବୌଦ୍ଧିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ। ଆଜି ଲେଖନ ପ୍ରବୃତ୍ତି କିମ୍ବା ସାହିତ୍ୟ ସମ୍ବନ୍ଧିତ କୌଣସି ପ୍ରବୃତ୍ତି ଭଲ ଭାବରେ ନିଭାଇ ପାରିବେ। ଏଥିପାଇଁ ଆପଣ ଯୋଜନା ମଧ୍ୟ ବନାଇ ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକର ପରିସ୍ଥିତି ପ୍ରତିକୂଳ ଅନୁଭବ ହେବ।

କୁମ୍ଭ : ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି। ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି। ପରିବାରରେ କୌଣସିର ବିବାହ ହେବାର ସମ୍ଭାବନା ଅଛି। ଖର୍ଚ୍ଚରେ ବୃଦ୍ଧି ହେବା କାରଣରୁ ହାତରେ ଅର୍ଥାଭାବ ରହିବ।

ମୀନ : ଆଜିର ଦିନ ଆପଣଙ୍କ ଭିତରେ ଛୁପିରହିଥିବା ଲେଖକ କିମ୍ବା କଲାକାରକୁ ନିଜର କଳା ଦେଖାଇବାକୁ ଅବସର ମିଳିବ। ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ। ଆଜି ଆପଣଙ୍କ ସମୟ ଆମୋଦ-ପ୍ରମୋଦରେ ବିତିବ। ଯଶକୀର୍ତ୍ତିରେ ବୃଦ୍ଧି ହେବ।

Continue reading ୨୪ ସେପ୍ଟେମ୍ବର ସୋମବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

]]>
୨୪ ସେପ୍ଟେମ୍ବର ସୋମବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

http://odiapua.com/24th-september-horoscope/feed/ 0
ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ http://odiapua.com/%e0%ac%a7%e0%ac%b0%e0%ad%8d%e0%ac%ae%e0%ac%be%e0%ac%a8%e0%ad%8d%e0%ac%a4%e0%ac%b0%e0%ad%80%e0%ac%95%e0%ac%b0%e0%ac%a3-%e0%ac%b8%e0%ac%be%e0%ac%9c%e0%ac%bf%e0%ac%b2%e0%ac%be-%e0%ac%ac%e0%ac%be%e0%ac%a7/ http://odiapua.com/%e0%ac%a7%e0%ac%b0%e0%ad%8d%e0%ac%ae%e0%ac%be%e0%ac%a8%e0%ad%8d%e0%ac%a4%e0%ac%b0%e0%ad%80%e0%ac%95%e0%ac%b0%e0%ac%a3-%e0%ac%b8%e0%ac%be%e0%ac%9c%e0%ac%bf%e0%ac%b2%e0%ac%be-%e0%ac%ac%e0%ac%be%e0%ac%a7/#respond Sun, 23 Sep 2018 20:15:17 +0000 http://odiapua.com/?p=116460 ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ ) ଶବ ସତ୍କାର ପାଇଁ ଧର୍ମାନ୍ତରୀକରଣ ସାଜିଲା ବାଧକ। ଧର୍ମ ପରିବର୍ତ୍ତନ ଯୋଗୁଁ ଗାଁ ମଶାଣିରେ ମିଳିଲା ନାହିଁ ଜାଗା। ସାହି ଭାଇ ଆସିଲେ ନାହିଁ କି କାନ୍ଧ ଦେଲେ ନାହିଁ। ଖାଲି ମଶାଣି ନୁହଁ ଏପରିକି ଗାଁ ମଧ୍ୟରେ କେଉଁ ସ୍ଥାନରେରେ ବି ଶବ ପୋତିବାକୁ ଦେବେ ନାହିଁ ବୋଲି ଅଡି ବସିଲେ ଗାଁ ଲୋକ। ଏପରି ବିବାଦ ମଧ୍ୟରେ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଲା ମୃତ ଦେହ। ଶେଷରେ ଖବର ପହଁଚିଲା ପୁଲିସ ନିକଟରେ। ପୁଲିସ ହସ୍ତକ୍ଷେପ ପରେ ଶେଷରେ ମୃତକଙ୍କ ବାଡିରେ ମୃତଦେହ ପୋତାଗଲା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ମହାଦେଇଯୋଡା, ରନ୍ଥମରା ସାହିରେ।

କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ଗ୍ରାମ ପନ୍ଚାୟତର ରନ୍ଥମରା ସାହୀର ବାସିନ୍ଦା ପର୍ଶୁରାମ ହାଇବୁର। ପର୍ଶୁରାମଙ୍କ ପରିବାର ସମେତ ଗ୍ରାମର ୧୫ଟି ପରିବାର ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ, ଧର୍ମ ପରିବର୍ତ୍ତନ କରିଥିଲେ। ଡାଇବିଡିଟସ୍ ଓ କିଡନୀ ରୋଗରେ ପୀଡିତ ପର୍ଶୁରାମ ଗତ ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ କାରଣରୁ ପର୍ଶୁରାମଙ୍କ ମୃତଦେହକୁ ଗାଁ ମଣାଣିରେ ସତ୍କାର କରିବାକୁ ଗ୍ରାମବାସୀ ବାରଣ କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବା ମୃତକ ପର୍ଶୁରାମ ଗାଁର ସାମାଜିକ କାମରେ ସହେଯାଗ କରୁ ନଥିବା ଗ୍ରାମ ଲୋକମାନେ ଅଭିଯୋଗ କରିବା ସହ ଗ୍ରାମ ମଧ୍ୟରେ କୌଣସି ସ୍ଥାନରେ ଶବ ସତ୍କାର କରାଇଦେବେ ନାହିଁ ବୋଲି ଅଡି ବସିଥିଲେ। ଏହି କାରଣରୁ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ପାଖରେ ପହଞ୍ଚିଲା ପରେ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ପରେ କିଛି ସାମାଜିକ କର୍ମୀ ଏବଂ ପୁଲିସର ଉଦ୍ୟମରୁ ଶେଷରେ ମୃତକଙ୍କ ନିଜ ବାଡିରେ ମୃତଦେହ ପୋତା ଯିବାକୁ ନିଷ୍ପତି ହୋଇଥିଲା। ଏଥିପାଇିଁ ପର୍ଶୁରାମ ଙ୍କ ମୃତଦେହକୁ ପ୍ରାୟ ୩୦ ଘଂଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଶବ ସତ୍କାର ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗି ରହିଛି। ମୃତକ ର ପରିବାର ଗାଁ ଲୋକ ଙ୍କ ସହ ମିଶି କରି ରହିଲେ ଗାଁ ଲୋକେ ତାଙ୍କୁ ଆପଣାଇ ନେବାକୁ ପ୍ରସ୍ତୁତ ଅଛନ୍ତି ନଚେତ ତାଙ୍କୁ ବିରୋଧ କରାଯିବ ବୋଲି ଗାଁ ଲୋକ ରୋକଠୋକ ଶୁଣାଇ ଦେଇଛନ୍ତି।

Continue reading ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ

]]>
ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ ) ଶବ ସତ୍କାର ପାଇଁ ଧର୍ମାନ୍ତରୀକରଣ ସାଜିଲା ବାଧକ। ଧର୍ମ ପରିବର୍ତ୍ତନ ଯୋଗୁଁ ଗାଁ ମଶାଣିରେ ମିଳିଲା ନାହିଁ ଜାଗା। ସାହି ଭାଇ ଆସିଲେ ନାହିଁ କି କାନ୍ଧ ଦେଲେ ନାହିଁ। ଖାଲି ମଶାଣି ନୁହଁ ଏପରିକି ଗାଁ ମଧ୍ୟରେ କେଉଁ ସ୍ଥାନରେରେ ବି ଶବ ପୋତିବାକୁ ଦେବେ ନାହିଁ ବୋଲି ଅଡି ବସିଲେ ଗାଁ ଲୋକ। ଏପରି ବିବାଦ ମଧ୍ୟରେ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଲା ମୃତ ଦେହ। ଶେଷରେ ଖବର ପହଁଚିଲା ପୁଲିସ ନିକଟରେ। ପୁଲିସ ହସ୍ତକ୍ଷେପ ପରେ ଶେଷରେ ମୃତକଙ୍କ ବାଡିରେ ମୃତଦେହ ପୋତାଗଲା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ମହାଦେଇଯୋଡା, ରନ୍ଥମରା ସାହିରେ।

କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ଗ୍ରାମ ପନ୍ଚାୟତର ରନ୍ଥମରା ସାହୀର ବାସିନ୍ଦା ପର୍ଶୁରାମ ହାଇବୁର। ପର୍ଶୁରାମଙ୍କ ପରିବାର ସମେତ ଗ୍ରାମର ୧୫ଟି ପରିବାର ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ, ଧର୍ମ ପରିବର୍ତ୍ତନ କରିଥିଲେ। ଡାଇବିଡିଟସ୍ ଓ କିଡନୀ ରୋଗରେ ପୀଡିତ ପର୍ଶୁରାମ ଗତ ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ କାରଣରୁ ପର୍ଶୁରାମଙ୍କ ମୃତଦେହକୁ ଗାଁ ମଣାଣିରେ ସତ୍କାର କରିବାକୁ ଗ୍ରାମବାସୀ ବାରଣ କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବା ମୃତକ ପର୍ଶୁରାମ ଗାଁର ସାମାଜିକ କାମରେ ସହେଯାଗ କରୁ ନଥିବା ଗ୍ରାମ ଲୋକମାନେ ଅଭିଯୋଗ କରିବା ସହ ଗ୍ରାମ ମଧ୍ୟରେ କୌଣସି ସ୍ଥାନରେ ଶବ ସତ୍କାର କରାଇଦେବେ ନାହିଁ ବୋଲି ଅଡି ବସିଥିଲେ। ଏହି କାରଣରୁ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ପାଖରେ ପହଞ୍ଚିଲା ପରେ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ପରେ କିଛି ସାମାଜିକ କର୍ମୀ ଏବଂ ପୁଲିସର ଉଦ୍ୟମରୁ ଶେଷରେ ମୃତକଙ୍କ ନିଜ ବାଡିରେ ମୃତଦେହ ପୋତା ଯିବାକୁ ନିଷ୍ପତି ହୋଇଥିଲା। ଏଥିପାଇିଁ ପର୍ଶୁରାମ ଙ୍କ ମୃତଦେହକୁ ପ୍ରାୟ ୩୦ ଘଂଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଶବ ସତ୍କାର ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗି ରହିଛି। ମୃତକ ର ପରିବାର ଗାଁ ଲୋକ ଙ୍କ ସହ ମିଶି କରି ରହିଲେ ଗାଁ ଲୋକେ ତାଙ୍କୁ ଆପଣାଇ ନେବାକୁ ପ୍ରସ୍ତୁତ ଅଛନ୍ତି ନଚେତ ତାଙ୍କୁ ବିରୋଧ କରାଯିବ ବୋଲି ଗାଁ ଲୋକ ରୋକଠୋକ ଶୁଣାଇ ଦେଇଛନ୍ତି।

]]>
http://odiapua.com/%e0%ac%a7%e0%ac%b0%e0%ad%8d%e0%ac%ae%e0%ac%be%e0%ac%a8%e0%ad%8d%e0%ac%a4%e0%ac%b0%e0%ad%80%e0%ac%95%e0%ac%b0%e0%ac%a3-%e0%ac%b8%e0%ac%be%e0%ac%9c%e0%ac%bf%e0%ac%b2%e0%ac%be-%e0%ac%ac%e0%ac%be%e0%ac%a7/feed/ 0
ରାଇଘରରେ ମାଓ ପୋଷ୍ଟର ଜବତ http://odiapua.com/%e0%ac%b0%e0%ac%be%e0%ac%87%e0%ac%98%e0%ac%b0%e0%ac%b0%e0%ad%87-%e0%ac%ae%e0%ac%be%e0%ac%93-%e0%ac%aa%e0%ad%8b%e0%ac%b7%e0%ad%8d%e0%ac%9f%e0%ac%b0-%e0%ac%9c%e0%ac%ac%e0%ac%a4/ http://odiapua.com/%e0%ac%b0%e0%ac%be%e0%ac%87%e0%ac%98%e0%ac%b0%e0%ac%b0%e0%ad%87-%e0%ac%ae%e0%ac%be%e0%ac%93-%e0%ac%aa%e0%ad%8b%e0%ac%b7%e0%ad%8d%e0%ac%9f%e0%ac%b0-%e0%ac%9c%e0%ac%ac%e0%ac%a4/#respond Sun, 23 Sep 2018 19:47:55 +0000 http://odiapua.com/?p=116453 ରାଇଘରରେ ମାଓ ପୋଷ୍ଟର ଜବତ

ନବରଙ୍ଗପୁର ୨୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ରାଇଘର ବ୍ଲକ ଅର୍ନ୍ତଗତ ଜଡିଙ୍ଗା ଅଞ୍ଚଳରୁ ମାଓ ପୋଷ୍ଟର ଉଦ୍ଧାର କରାଯାଇଛି। ରବିବାର ଦିନ ସକାଳେ ଉକ୍ତ ଗ୍ରାମର ଆଶ୍ରମ ସ୍କୁଲ ରାସ୍ତା ପାଶ୍ୱର୍ରେ ଏହି ପୋଷ୍ଟର ଲାଗିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ଖବର ପାଇ ରାଇଘର ଆଇ ଆଇ ସି ରଶ୍ନୀ ରଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ଗୋଟିଏ ପୋଷ୍ଟର ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ପୋଷ୍ଟରଟି ମେନପୁର ନୂଆପଡା ଡିଭିଜନ କମିଟି ପକ୍ଷରୁ ଲଗାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପୋଷ୍ଟରଟିରେ ମୁଖ୍ୟତଃ କେନ୍ଦ୍ରରେ ଭାଜପା ମୋଦି ନେତୃତ୍ୱରେ ୫ବର୍ଷରେ ପ୍ରବେଶ କରିଛି, ନିର୍ବାଚନ ପ୍ରତିଶ୍ରୁତି ଅଳିଆଗଦାରେ ପକାଯାଇ ଫାସିବାଦି ତାରିକାରେ ସରକାର ଚଳାଯାଉଛି ବୋଲି ହିନ୍ଦି ଭାଷାରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ୨୧ ସେପଟେମ୍ବରମାସକୁ ପାର୍ଟି ସ୍ଥାପନା ଦିବସ ବୋଲି ଉଲ୍ଲେଖ କରାଯିବା ସହ ୨୧ରୁ ୨୭ ପର୍ଯ୍ୟନ୍ତ ଗ୍ରାମରେ ଓ ସହରରେ ଉତ୍ସାହ ପୂର୍ବକ ଏହି ସପ୍ତାହ ପାଳନ କରିବାକୁ ଜନତାଙ୍କୁ ଆହ୍ୱାନ କରାଯାଇଛି। ଦୀର୍ଘ ବର୍ଷପରେ ରାଇଘର ଅଞ୍ଚଳରେ ପୂର୍ନବାର ଏଭଳି ମାଓ ପୋଷ୍ଟର ଦେଖାଯାଇଥିବାରୁ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲିଟିଛି।

Continue reading ରାଇଘରରେ ମାଓ ପୋଷ୍ଟର ଜବତ

]]>
ରାଇଘରରେ ମାଓ ପୋଷ୍ଟର ଜବତ

http://odiapua.com/%e0%ac%b0%e0%ac%be%e0%ac%87%e0%ac%98%e0%ac%b0%e0%ac%b0%e0%ad%87-%e0%ac%ae%e0%ac%be%e0%ac%93-%e0%ac%aa%e0%ad%8b%e0%ac%b7%e0%ad%8d%e0%ac%9f%e0%ac%b0-%e0%ac%9c%e0%ac%ac%e0%ac%a4/feed/ 0
ଶ୍ମସାନ ଜମି ବିବାଦକୁ ନେଇ ରାଇଘରରେ ରାସ୍ତାରୋକ http://odiapua.com/%e0%ac%b6%e0%ad%8d%e0%ac%ae%e0%ac%b8%e0%ac%be%e0%ac%a8-%e0%ac%9c%e0%ac%ae%e0%ac%bf-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ad%87%e0%ac%87-%e0%ac%b0%e0%ac%be/ http://odiapua.com/%e0%ac%b6%e0%ad%8d%e0%ac%ae%e0%ac%b8%e0%ac%be%e0%ac%a8-%e0%ac%9c%e0%ac%ae%e0%ac%bf-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ad%87%e0%ac%87-%e0%ac%b0%e0%ac%be/#respond Sun, 23 Sep 2018 19:40:59 +0000 http://odiapua.com/?p=116450 ନବରଙ୍ଗପୁର ୨୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ):ଶ୍ମସାନ ଜମିକୁ ନେଇ ରାଇଘରରେ ରାସ୍ତାରୋକ କରାଯାଇଛି। ଏହି ରାସ୍ତାରୋକକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇପାରିନାହିଁ।ଘଟଣା ଅନୁଯାୟୀ, ରାଇଘରର ପତ୍ରକୋଟି ଓ ଧଡ୍ରାପାରା ବାସୀଙ୍କ ମଧ୍ୟରେ ଶବସତ୍ସାରକୁ ନେଇ ବିବାଦ ଆରମ୍ଭ ହୋଇଛି। ରାଇଘରର ପତ୍ରକୋଟି ସାହି ଓ ହରିଜନ ବସ୍ତିବାସୀଙ୍କ ପାଇଁ ଶବ ସତ୍ସାର ଶକାସେ ଧଡ୍ରାପାରାଠାରେ ଥିବା ଶ୍ନସାନକୁ ଦୀର୍ଘ ବର୍ଷଧରି ବ୍ୟବହାର କରାଯାଉଥିଲା। କିଛିଦିନ ପୂର୍ବେ ଏହି ଶ୍ନଶାନରେ ଥିବା ଏକ ଗୃହକୁ ପତ୍ରକୋଟି ଗାମ୍ରବାସୀ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ସେଠାରୁ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବଢି ଏହି ଘଟଣା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପହଞ୍ଚିଥିଲା। ଜିଲ୍ଲାପାଳ ଏହି ବିବାଦୀୟ ଶ୍ନସାନ ଘଟଣାରେ ଆପୋଷ ବୁଛାମଣା ନହେବା ଯାଏଁ ଉଭୟ ପକ୍ଷଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ବାରଣ କରିଥିଲେ। ତେବେ ବୁଧବାର ଦିନ ୧୧ଟା ସମୟରେ ପତ୍ରକୋଟି ଭିମାଛକ ବାସୀନ୍ଦା ଜଗନ୍ନାଥ ହରିଜନଙ୍କ ମାଆ ଗୁରୁବାରୀ ହରିଜନଙ୍କ ମୃତ୍ତୁ୍ୟ ଘଟିଥିଲା। ଶବକୁ ନେଇ ଗ୍ରାମବାସୀମାନେ ଶ୍ନସାନକୁ ପହଞ୍ଚିବାରେ ଧଡ୍ରାପାରା ବାସୀନ୍ଦା ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ପକ୍ଷରେ ଗଣ୍ଡଗଳ ସୃଷ୍ଟି ହୋଇଥିଲା। ଉତ୍ତେଜନା ପ୍ରକାଶ ପାଇବାପରେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସକୁ ନିୟୋଜିତ କରାଯାଇଥିବା ରାଇଘର ଥାନା ଅଧିକାରୀ ରଶ୍ନୀ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତହସିଲଦାର ହଳଧର ଶବର ଘଟଣାକୁ ଅନୁଧ୍ୟାନ କରୁଥିବାବେଳେ ଖବର ଲେଖା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନାହାଁନ୍ତି। ଏ ପର୍ଯ୍ୟନ୍ତ ଶବକୁ ନେଇ ରାସ୍ତା ଅବରୋଧ କରାଯାଇଥିବାବେଳେ ଶ୍ନସାନ ଜମି ଚିହ୍ନଟ ନହେବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରି ବସିଛନ୍ତି।

Continue reading ଶ୍ମସାନ ଜମି ବିବାଦକୁ ନେଇ ରାଇଘରରେ ରାସ୍ତାରୋକ

]]>
ନବରଙ୍ଗପୁର ୨୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ):ଶ୍ମସାନ ଜମିକୁ ନେଇ ରାଇଘରରେ ରାସ୍ତାରୋକ କରାଯାଇଛି। ଏହି ରାସ୍ତାରୋକକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇପାରିନାହିଁ।ଘଟଣା ଅନୁଯାୟୀ, ରାଇଘରର ପତ୍ରକୋଟି ଓ ଧଡ୍ରାପାରା ବାସୀଙ୍କ ମଧ୍ୟରେ ଶବସତ୍ସାରକୁ ନେଇ ବିବାଦ ଆରମ୍ଭ ହୋଇଛି। ରାଇଘରର ପତ୍ରକୋଟି ସାହି ଓ ହରିଜନ ବସ୍ତିବାସୀଙ୍କ ପାଇଁ ଶବ ସତ୍ସାର ଶକାସେ ଧଡ୍ରାପାରାଠାରେ ଥିବା ଶ୍ନସାନକୁ ଦୀର୍ଘ ବର୍ଷଧରି ବ୍ୟବହାର କରାଯାଉଥିଲା। କିଛିଦିନ ପୂର୍ବେ ଏହି ଶ୍ନଶାନରେ ଥିବା ଏକ ଗୃହକୁ ପତ୍ରକୋଟି ଗାମ୍ରବାସୀ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ସେଠାରୁ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବଢି ଏହି ଘଟଣା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପହଞ୍ଚିଥିଲା। ଜିଲ୍ଲାପାଳ ଏହି ବିବାଦୀୟ ଶ୍ନସାନ ଘଟଣାରେ ଆପୋଷ ବୁଛାମଣା ନହେବା ଯାଏଁ ଉଭୟ ପକ୍ଷଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ବାରଣ କରିଥିଲେ। ତେବେ ବୁଧବାର ଦିନ ୧୧ଟା ସମୟରେ ପତ୍ରକୋଟି ଭିମାଛକ ବାସୀନ୍ଦା ଜଗନ୍ନାଥ ହରିଜନଙ୍କ ମାଆ ଗୁରୁବାରୀ ହରିଜନଙ୍କ ମୃତ୍ତୁ୍ୟ ଘଟିଥିଲା। ଶବକୁ ନେଇ ଗ୍ରାମବାସୀମାନେ ଶ୍ନସାନକୁ ପହଞ୍ଚିବାରେ ଧଡ୍ରାପାରା ବାସୀନ୍ଦା ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ପକ୍ଷରେ ଗଣ୍ଡଗଳ ସୃଷ୍ଟି ହୋଇଥିଲା। ଉତ୍ତେଜନା ପ୍ରକାଶ ପାଇବାପରେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସକୁ ନିୟୋଜିତ କରାଯାଇଥିବା ରାଇଘର ଥାନା ଅଧିକାରୀ ରଶ୍ନୀ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତହସିଲଦାର ହଳଧର ଶବର ଘଟଣାକୁ ଅନୁଧ୍ୟାନ କରୁଥିବାବେଳେ ଖବର ଲେଖା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନାହାଁନ୍ତି। ଏ ପର୍ଯ୍ୟନ୍ତ ଶବକୁ ନେଇ ରାସ୍ତା ଅବରୋଧ କରାଯାଇଥିବାବେଳେ ଶ୍ନସାନ ଜମି ଚିହ୍ନଟ ନହେବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରି ବସିଛନ୍ତି।

]]>
http://odiapua.com/%e0%ac%b6%e0%ad%8d%e0%ac%ae%e0%ac%b8%e0%ac%be%e0%ac%a8-%e0%ac%9c%e0%ac%ae%e0%ac%bf-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ad%87%e0%ac%87-%e0%ac%b0%e0%ac%be/feed/ 0
କେତେ ସ୍ମାର୍ଟ ରାଉରକେଲା ରେଳ ଷ୍ଟେସନ? ସାହେବ ଆସିଲେ ଚକାଚକ୍ ହୁଏ ଷ୍ଟେସନ ପରିସର! http://odiapua.com/%e0%ac%95%e0%ad%87%e0%ac%a4%e0%ad%87-%e0%ac%b8%e0%ad%8d%e0%ac%ae%e0%ac%be%e0%ac%b0%e0%ad%8d%e0%ac%9f-%e0%ac%b0%e0%ac%be%e0%ac%89%e0%ac%b0%e0%ac%95%e0%ad%87%e0%ac%b2%e0%ac%be-%e0%ac%b0%e0%ad%87/ http://odiapua.com/%e0%ac%95%e0%ad%87%e0%ac%a4%e0%ad%87-%e0%ac%b8%e0%ad%8d%e0%ac%ae%e0%ac%be%e0%ac%b0%e0%ad%8d%e0%ac%9f-%e0%ac%b0%e0%ac%be%e0%ac%89%e0%ac%b0%e0%ac%95%e0%ad%87%e0%ac%b2%e0%ac%be-%e0%ac%b0%e0%ad%87/#respond Sun, 23 Sep 2018 19:35:07 +0000 http://odiapua.com/?p=116446 କେତେ ସ୍ମାର୍ଟ ରାଉରକେଲା ରେଳ ଷ୍ଟେସନ? ସାହେବ ଆସିଲେ ଚକାଚକ୍ ହୁଏ ଷ୍ଟେସନ ପରିସର!

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସିଲଭର ସିଟି କଟକ ପରେ ବହୁ ପୁରାତନ ସହର ଷ୍ଟିଲ ସିଟି ରାଉରକେଲା ପାଇଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା। ମାତ୍ର କେତେକ ସ୍ଥଳେ ପ୍ରଶାସନର ସ୍ଥାଣୁତା ଓ ବିଭିନ୍ନ ବିଭାଗର ଆନ୍ତରିକତାରେ ଆଗ୍ରହ କମିଯିବା କାରଣରୁ ରାଉରକେଲାରେ ବିଭିନ୍ନ ବିଭାଗରେ ଅବହେଳା ପ୍ରଦର୍ଶନ ପରିଲିକ୍ଷିତ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଏଥିରୁ ରାଉରକେଲା ସହରଯେ, କେତେ ସ୍ମାର୍ଟ ତାହା ବେଶ ଜଣାପଡି ଯାଉଛି। ରେଳ ବିଭାଗ ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ସୁଦ୍ଧା, ରାଉରକେଲା ରେଳ ଷ୍ଟେସନରେ ବର୍ଷସାରା କିଛି ନା କିଛି ଅସୁବିଧା ଲାଗି ରହିବା ଯାତ୍ରୀ ମାନଙ୍କ ମହଲରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା, ଏହାର ସମାଧାନ ପାଇଁ ରେଳବାଇର କୌଣସି ବରିଷ୍ଠ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଆଲୋଚନା ହେଉଛି। ରାଉରକେଲା ଷ୍ଟେସନ ଚକ୍ରଧରପୁର ମଣ୍ଡଳ ଅଧିନରେ ଆସି ରାଉରକେଲାରୁ ବର୍ଷରେ ଅନ୍ୟ ଷ୍ଟେସନ ଠାରୁ ସର୍ବାଧିକ ରାଜସ୍ୱ ଆଦାୟ କରୁଥିଲେ ସୁଦ୍ଧା ଷ୍ଟେସନର ବିକାଶ ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଭାରତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହେବା ପରେ ରାଉରକେଲା ଷ୍ଟେସନକୁ ସଫାସୁତରା କରିବା ଲାଗି ସେତେବେଳେ ପ୍ରୟାସ ଆରମ୍ଭ କରାଯାଇଥିଲା ଯାହା ଏବେ ଧିରେ ଧିରେ ଢିଲା ହେବା ଦେଖିବାକୁ ମିଳିଛି। କେବଳ ଷ୍ଟେସନର ୧ ନଂ ପ୍ଲାଟଫର୍ମକୁ କାଚଖଣ୍ଡ ପରି ସଫା ସୁତରା କରି ଦିଆଯାଉଥିଲେ ସୁଦ୍ଧା ଅନ୍ୟ ପ୍ଲାଟଫର୍ମ ଗୁଡିକୁ ସେଭଳି ସଫା କରାଯାଉ ନଥିବା ଯାତ୍ରୀ ମହଲରୁ ଅଭିଯୋଗ ହୋଇଛି। ରେଳ ଷ୍ଟେସନର ଶୌଚାଳୟ ଓ ପାଇଖାନା କଥା ନକହିବା ଭଲ!

Continue reading କେତେ ସ୍ମାର୍ଟ ରାଉରକେଲା ରେଳ ଷ୍ଟେସନ? ସାହେବ ଆସିଲେ ଚକାଚକ୍ ହୁଏ ଷ୍ଟେସନ ପରିସର!

]]>
କେତେ ସ୍ମାର୍ଟ ରାଉରକେଲା ରେଳ ଷ୍ଟେସନ? ସାହେବ ଆସିଲେ ଚକାଚକ୍ ହୁଏ ଷ୍ଟେସନ ପରିସର!

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସିଲଭର ସିଟି କଟକ ପରେ ବହୁ ପୁରାତନ ସହର ଷ୍ଟିଲ ସିଟି ରାଉରକେଲା ପାଇଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା। ମାତ୍ର କେତେକ ସ୍ଥଳେ ପ୍ରଶାସନର ସ୍ଥାଣୁତା ଓ ବିଭିନ୍ନ ବିଭାଗର ଆନ୍ତରିକତାରେ ଆଗ୍ରହ କମିଯିବା କାରଣରୁ ରାଉରକେଲାରେ ବିଭିନ୍ନ ବିଭାଗରେ ଅବହେଳା ପ୍ରଦର୍ଶନ ପରିଲିକ୍ଷିତ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଏଥିରୁ ରାଉରକେଲା ସହରଯେ, କେତେ ସ୍ମାର୍ଟ ତାହା ବେଶ ଜଣାପଡି ଯାଉଛି। ରେଳ ବିଭାଗ ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ସୁଦ୍ଧା, ରାଉରକେଲା ରେଳ ଷ୍ଟେସନରେ ବର୍ଷସାରା କିଛି ନା କିଛି ଅସୁବିଧା ଲାଗି ରହିବା ଯାତ୍ରୀ ମାନଙ୍କ ମହଲରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା, ଏହାର ସମାଧାନ ପାଇଁ ରେଳବାଇର କୌଣସି ବରିଷ୍ଠ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଆଲୋଚନା ହେଉଛି। ରାଉରକେଲା ଷ୍ଟେସନ ଚକ୍ରଧରପୁର ମଣ୍ଡଳ ଅଧିନରେ ଆସି ରାଉରକେଲାରୁ ବର୍ଷରେ ଅନ୍ୟ ଷ୍ଟେସନ ଠାରୁ ସର୍ବାଧିକ ରାଜସ୍ୱ ଆଦାୟ କରୁଥିଲେ ସୁଦ୍ଧା ଷ୍ଟେସନର ବିକାଶ ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଭାରତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହେବା ପରେ ରାଉରକେଲା ଷ୍ଟେସନକୁ ସଫାସୁତରା କରିବା ଲାଗି ସେତେବେଳେ ପ୍ରୟାସ ଆରମ୍ଭ କରାଯାଇଥିଲା ଯାହା ଏବେ ଧିରେ ଧିରେ ଢିଲା ହେବା ଦେଖିବାକୁ ମିଳିଛି। କେବଳ ଷ୍ଟେସନର ୧ ନଂ ପ୍ଲାଟଫର୍ମକୁ କାଚଖଣ୍ଡ ପରି ସଫା ସୁତରା କରି ଦିଆଯାଉଥିଲେ ସୁଦ୍ଧା ଅନ୍ୟ ପ୍ଲାଟଫର୍ମ ଗୁଡିକୁ ସେଭଳି ସଫା କରାଯାଉ ନଥିବା ଯାତ୍ରୀ ମହଲରୁ ଅଭିଯୋଗ ହୋଇଛି। ରେଳ ଷ୍ଟେସନର ଶୌଚାଳୟ ଓ ପାଇଖାନା କଥା ନକହିବା ଭଲ! ଶୌଚାଳୟ ଓ ପାଇଖାନା ଦୁର୍ଗନ୍ଧରେ ସତେ ଫାଟି ପଡୁଛି। ଏଠାରେ ପରିମଳ ବ୍ୟବସ୍ଥା ଠିକ ନଥିବା କାରଣରୁ ଯାତ୍ରୀ ମାନଙ୍କୁ ବିଭିନ୍ନ ସଂକ୍ରମକ ରୋଗ ହେବାର ଆଶଙ୍କା ପରିପ୍ରକାଶ ପାଇଛି। ସେହିପରି ଯାତ୍ରୀ ମାନେ ଟ୍ରେନ ପାଇଁ ଅପେକ୍ଷା କରୁଥିବା ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷାଳୟର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିିଛି। ଏଠାରେ ପଡିଥିବା କେତେକ ଚେୟାର ଭାଙ୍ଗିରୁଜି ଯାଇଥିବା ଯୋଗୁ ଯାତ୍ରୀ ମାନଙ୍କୁ ବସିବା ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମୂଷା ମାନଙ୍କର ଉପଦ୍ରବ ପ୍ରତୀକ୍ଷାଳୟରେ ବଢିବା ସଙ୍ଗେ ସଙ୍ଗେ, ସମୟ ସମୟରେ ଆରପିଏଫ ଯବାନମାନଙ୍କର ପାଟ୍ରୋଲିଂ ଠିକ ଭାବରେ କରାଯାଉନଥିବାରୁ ପ୍ରତୀକ୍ଷାଳୟ ଓ ଷ୍ଟେସନ ପ୍ଲାଟଫର୍ମରେ ଚୋରି ଘଟଣା ବଢିବାରେ ଲାଗିଛି। ଷ୍ଟେସନରେ କିଛି ମାସ ତଳେ ଉଦଘାଟନ ହୋଇଥିବା ସ୍ୱୟଂଚାଳିତ ସିଡ଼ି କେବଳ ଉପରକୁ ଯିବା ଲାଗି ସୁବିଧା ଥିବା ବେଳେ, ତଳକୁ ଓହ୍ଲାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଷ୍ଟେସନ ପରିସରରେ ଲାଗିଥିବା କିଛି ସିସି ଟିଭି କ୍ୟାମେରା ମଧ୍ୟ ସମୟ ସମୟରେ କାର୍ଯ୍ୟ କରୁନଥିବା ଯାତ୍ରୀ ମହଲରୁ ଅଭିଯୋଗ ହୁଏ। ଯାହାକି ଷ୍ଟେସନ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ବିଭିନ୍ନ ପ୍ଳାଟଫର୍ମରେ ଥିବା ସମସ୍ତ ପାଣି ଟ୍ୟାପରୁ ପାଣି ବାହାରୁନାହିଁ। ଫଳରେ ଯାତ୍ରୀ ମାନଙ୍କୁ ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେବାକୁ ପଡୁଛି। ଷ୍ଟେସନର ଟିକଟ କାଉଂଟର ନିକଟରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଅନେକ ସମୟରେ ଜମି ରହିବା କାରଣରୁ ଯାତ୍ରୀଙ୍କ ମୋବାଇଲ, ପର୍ସ ଆଦି ଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାରୀ ରେଳବାଇ ପୁଲିସ ଏଦିଗରେ ଧ୍ୟାନ ଦେଉନଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ରେଳଷ୍ଟେସନ ଭିତରେ ଓ ବାହାରେ ବହୁ ଅସହାୟ ଯାତ୍ରୀ ରାତ୍ରୀ ଯାପନ କରୁଥିବା ବେଳେ, ସେମାନଙ୍କ ଜିନିଷ ଚୋରି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ରେଳବାଇ ପୁଲିସ ନିକଟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଯାତ୍ରୀଙ୍କ ଭିଡକୁ ନିୟନ୍ତ୍ରଣ କରିବା ଲାଗି ରାଉରକେଲା ରେଳଷ୍ଟେସନରେ ଦ୍ୱିତୀୟ ପ୍ରବେଶପଥର ର୍ନିମାଣ କରାଯାଇଥିଲା। ସେଠାରେ ଯାତ୍ରୀ ମାନଙ୍କ ପାଇଁ ଟିକେଟର ସୁବିଧା ସହ ଅନ୍ୟାନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଧୀରେ ଧୀରେ ଏହି ସବୁ ସୁବିଧା ଅପସରି ଯାଉଥିବା ଲକ୍ଷ୍ୟ କରାଯାଇଛି। ଯେଉଁ ଦିନ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ କରିବାକୁ ଉପରମହଲରୁ କୌଣସି ସାହେବ ଆସନ୍ତି, ଏହା ପୂର୍ବରୁ ରାଉରକେଲା ରେଳଷ୍ଟେସନକୁ ଚକାଚକ କରାଯାଇ ସଫାସୁତରା କରାଯାଏ! ତାହା ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା ଦେଖିବାକୁ ମିଳେ। ସମସ୍ତ ସମସ୍ୟାକୁ ଅବଲୋକନ କଲେ ସ୍ମାର୍ଟ ସିଟି ରାଉରକେଲାରେ ରେଳ ଷ୍ଟେସନ କେତେ ସ୍ମାର୍ଟ ଏହା ସହଜେ ଅନୁମେୟ !

]]>
http://odiapua.com/%e0%ac%95%e0%ad%87%e0%ac%a4%e0%ad%87-%e0%ac%b8%e0%ad%8d%e0%ac%ae%e0%ac%be%e0%ac%b0%e0%ad%8d%e0%ac%9f-%e0%ac%b0%e0%ac%be%e0%ac%89%e0%ac%b0%e0%ac%95%e0%ad%87%e0%ac%b2%e0%ac%be-%e0%ac%b0%e0%ad%87/feed/ 0
ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ http://odiapua.com/%e0%ac%93%e0%ad%9c%e0%ac%bf%e0%ac%86-%e0%ac%ad%e0%ac%be%e0%ac%b7%e0%ac%be-%e0%ac%93-%e0%ac%b8%e0%ac%be%e0%ac%b9%e0%ac%bf%e0%ac%a4%e0%ad%8d%e0%ad%9f-%e0%ac%86%e0%ac%b2%e0%ad%8b%e0%ac%9a%e0%ac%a8/ http://odiapua.com/%e0%ac%93%e0%ad%9c%e0%ac%bf%e0%ac%86-%e0%ac%ad%e0%ac%be%e0%ac%b7%e0%ac%be-%e0%ac%93-%e0%ac%b8%e0%ac%be%e0%ac%b9%e0%ac%bf%e0%ac%a4%e0%ad%8d%e0%ad%9f-%e0%ac%86%e0%ac%b2%e0%ad%8b%e0%ac%9a%e0%ac%a8/#respond Sun, 23 Sep 2018 19:23:46 +0000 http://odiapua.com/?p=116442 ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଯାଜ୍ଞସେନୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧକ୍ଷ ଦେବେନ୍ଦ୍ର ବେହେରା, ମୁଖ୍ୟବକ୍ତା ରୂପେ ଅଧାପକ ଅଜୟ କୁମାର ମିଶ୍ର ଓ ଯାଜ୍ଞସେନୀର ଅଧକ୍ଷ ଡ଼. ପ୍ରମିଳା ପଣ୍ଡା, ଉପାଧକ୍ଷ ଡ଼. ଜ୍ୟୋସ୍ନା ପଟ୍ଟାନାୟକ, ବରିଷ୍ଠ ସାହିତ୍ୟିକା ବିଷ୍ଣୂପ୍ରିୟା ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଯାଜ୍ଞସେନୀର ଅଧକ୍ଷା ଡ.ପଣ୍ଡାଙ୍କ ସଭାପତିତ୍ୱରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଅଧକ୍ଷ ଡ଼. ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଡ଼ଃ ପଣ୍ଡା ଯାଜ୍ଞସେନୀର କାର୍ଯ୍ୟକଳାପ ସହ ଓଡ଼ିଆ ଭାଷା ପ୍ରତି ସଙ୍ଗଠନର ପ୍ରତିବଦ୍ଧତାକୁ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଅଧ୍ୟପକ ମିଶ୍ର କହିଲେ, ଭାଷାର ବାନ୍ଧକଳା ହେଉଛି ସାହିତ୍ୟ। ପାଠକୀୟ ବୋଧକତା ଉପରେ ହିଁ ସାହିତ୍ୟ ନିର୍ଭରଶୀଳ। ଏହାସହ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଦୃଢ଼ ଉଚ୍ଚାରଣ ସାହିତ୍ୟ ପାଇଁ ବିପଦଜନକ ବୋଲି ସେ କହିଥିଲେ। ଯାଜ୍ଞସେନୀର ଉପାଧକ୍ଷ ଡ଼.

Continue reading ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

]]>
ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଯାଜ୍ଞସେନୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧକ୍ଷ ଦେବେନ୍ଦ୍ର ବେହେରା, ମୁଖ୍ୟବକ୍ତା ରୂପେ ଅଧାପକ ଅଜୟ କୁମାର ମିଶ୍ର ଓ ଯାଜ୍ଞସେନୀର ଅଧକ୍ଷ ଡ଼. ପ୍ରମିଳା ପଣ୍ଡା, ଉପାଧକ୍ଷ ଡ଼. ଜ୍ୟୋସ୍ନା ପଟ୍ଟାନାୟକ, ବରିଷ୍ଠ ସାହିତ୍ୟିକା ବିଷ୍ଣୂପ୍ରିୟା ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଯାଜ୍ଞସେନୀର ଅଧକ୍ଷା ଡ.ପଣ୍ଡାଙ୍କ ସଭାପତିତ୍ୱରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଅଧକ୍ଷ ଡ଼. ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଡ଼ଃ ପଣ୍ଡା ଯାଜ୍ଞସେନୀର କାର୍ଯ୍ୟକଳାପ ସହ ଓଡ଼ିଆ ଭାଷା ପ୍ରତି ସଙ୍ଗଠନର ପ୍ରତିବଦ୍ଧତାକୁ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଅଧ୍ୟପକ ମିଶ୍ର କହିଲେ, ଭାଷାର ବାନ୍ଧକଳା ହେଉଛି ସାହିତ୍ୟ। ପାଠକୀୟ ବୋଧକତା ଉପରେ ହିଁ ସାହିତ୍ୟ ନିର୍ଭରଶୀଳ। ଏହାସହ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଦୃଢ଼ ଉଚ୍ଚାରଣ ସାହିତ୍ୟ ପାଇଁ ବିପଦଜନକ ବୋଲି ସେ କହିଥିଲେ। ଯାଜ୍ଞସେନୀର ଉପାଧକ୍ଷ ଡ଼. ପଟ୍ଟନାୟକ ନିଜ ବକ୍ତବ୍ୟରେ ଆଧ୍ୟତ୍ମିକବାଦ ଉପରେ ଆଲୋଚନା କରିଥିଲେ। ଆଧ୍ୟତ୍ମିକ ହେଲା ଭାରତୀୟ ସଂସ୍କୃତିର ଏକ ଅଙ୍ଗ। ଭାରତୀୟ ଆଧ୍ୟତ୍ମିକବାଦ ବିଶ୍ୱରେ ସର୍ବଜନବିଦିତ ବୋଲି ସେ ମତ ରଖିଥିଲେ। ଅନ୍ୟତମ ଅତିଥି ଶ୍ରୀମତି ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ବିଭିନ୍ନ ଭାଷାକୁ ଆୟତ କର କିନ୍ତୁ ନିଜ ମାତୃଭାଷାକୁ ଭୁଲ ନାହିଁ। ଭାଷା ବଂଚାଇବାକୁ ହେଲେ ପ୍ରଥମେ ପରିବାରରୁ ହିଁ ଆରମ୍ଭ ହେବା ଦରକାର। ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟପକ ଡ଼ଃ. ପ୍ରଶାନ୍ତ ମହାରଣା ମଂଚ ସଂଚାଳନ ସହ ଭାଷା, ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି ଯାଜ୍ଞସେନୀ ତରଫରୁ ପ୍ରତିଯୋଗିତାରେ ବିଜୟିନୀ ସାଗରିକା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦିକା ନୀନାରାଣୀ ଜେନା, ପୁଷ୍ପଲତା ନାୟକ ସହଯୋଗ କରିଥିବାବେଳେ ବରିଷ୍ଠ ଅଧ୍ୟପକ ଗିରିଜା ଶଙ୍କର ଗୋସ୍ୱାମୀ, ଡ଼. ରୁକ୍ମିଣୀ ସାହୁ, ଡ଼. ସୁଚିତ୍ରା ମହାନ୍ତି, ସସ୍ମିତା ସାମଲ ତଥା ବହୁ ଅଧ୍ୟପକ ଅଧ୍ୟପିକା ଓ ସ୍ନାତକୋତର ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରୁଥିଲେ। ଛାତ୍ରଛାତ୍ରୀ ପ୍ରାରମ୍ଭରେ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଡ. ବେହେରା ଧନ୍ୟବାଦ ଦେଇଥିଲେ।

]]>
http://odiapua.com/%e0%ac%93%e0%ad%9c%e0%ac%bf%e0%ac%86-%e0%ac%ad%e0%ac%be%e0%ac%b7%e0%ac%be-%e0%ac%93-%e0%ac%b8%e0%ac%be%e0%ac%b9%e0%ac%bf%e0%ac%a4%e0%ad%8d%e0%ad%9f-%e0%ac%86%e0%ac%b2%e0%ad%8b%e0%ac%9a%e0%ac%a8/feed/ 0
ମାଟି ଖେଳନାର ଯୁଗ ଶେଷ! http://odiapua.com/%e0%ac%ae%e0%ac%be%e0%ac%9f%e0%ac%bf-%e0%ac%96%e0%ad%87%e0%ac%b3%e0%ac%a8%e0%ac%be%e0%ac%b0-%e0%ac%af%e0%ad%81%e0%ac%97-%e0%ac%b6%e0%ad%87%e0%ac%b7/ http://odiapua.com/%e0%ac%ae%e0%ac%be%e0%ac%9f%e0%ac%bf-%e0%ac%96%e0%ad%87%e0%ac%b3%e0%ac%a8%e0%ac%be%e0%ac%b0-%e0%ac%af%e0%ad%81%e0%ac%97-%e0%ac%b6%e0%ad%87%e0%ac%b7/#respond Sun, 23 Sep 2018 18:01:08 +0000 http://odiapua.com/?p=116439 ମାଟି ଖେଳନାର ଯୁଗ ଶେଷ!

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ନାରୀର ପ୍ରମୁଖ ଆଭୁଷଣ ଗହଣା ହୋଇଥିବା ବେଳେ, ନିରୀହ ଶିଶୁଟି ଖେଳନା ପ୍ରତି ଆକର୍ଷିତ ହୋଇଥାଏ। ବିଭିନ୍ନ ଖେଳନା ଖେଳିବା ଦ୍ୱାରା ତାର ମାନସିକ ସ୍ତରରେ ବିକାଶ ସାଧିତ ହୋଇଥାଏ ବୋଲି କୁହାଯାଇଥାଏ। ଦିନ ଥିଲା ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ମାଟି ଖେଳନାର ଚାହିଦା ଦେଖିବାକୁ ମିଳୁଥିଲା। କୁମ୍ଭାର ହାତରେ ବିଭିନ୍ନ ଡିଜାଇନର କାରୁକାର୍ଯ୍ୟ ପୂର୍ଣ୍ଣ ମାଟି ଖେଳନା ତିଆରି କରାଯାଉଥିଲା। ଯାହାର ଦାମ ଅପେକ୍ଷାକୃତ କମ ଥିଲା ଓ ଛୋଟ ଶିଶୁ ଓ କିଶୋର କିଶୋରୀ ମାନଙ୍କ ଦ୍ୱାରା ଆଦୃତ ହେଉଥିଲା। ମାତ୍ର ୫ ଟଙ୍କାରେ ମିଳୁଥିଲା ମାଟି ଖେଳନା। ହାତୀ ହେଉ କି ଘୋଡା ହେଉ, ସବୁ ଶିଶୁଙ୍କର ମନ କିଣି ନେଉଥିଲା। ବିଶେଷ କରି ଗ୍ରାମାଂଚଳରେ ଶିଶୁ ମାନେ ମାଟି କଣ୍ଢେଇ ହାତରେ ଧରି ସମୟକୁ ଅତିବାହିତ କରୁଥିଲେ। ପରେ ଯୁଗ ବଦଳିବା ସଙ୍ଗେ ସଙ୍ଗେ ଏହି ପାରମ୍ପାରିକ ଖେଳନାର ବିକ୍ରୀରେ ଅଧୋଗତି ହେବାରେ ଲାଗିଲା। ମାଟି ଖେଳନାକୁ ପଛରେ ପକାଇ ଏହାର ସ୍ଥାନ ନେଲା ପ୍ଲାଷ୍ଟିକ ଖେଳନା। ପ୍ଲାଷ୍ଟିକରେ ନିର୍ମିତ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ, ପେଣ୍ଡୁ, ହଂସ, ବିରାଡି ଓ କୁକୁର ଆଦି ଖେଳନାକୁ ଦେଖି ଛୋଟ ଶିଶୁ ମା ର ହାତ ପରସା ଖାଇବାରେ ସକ୍ଷମ ହେଉଥିଲା। ଏହା ପରେ କ୍ରମଶଃ ସମୟରେ ପରିବର୍ତ୍ତନ ଘଟି ଚାଇନା ଖେଳନା ଭାରତରେ ବିକ୍ରୀ ପାଇଁ ଯୋଜନା ପ୍ରସ୍ତୁତ ହେଲା। ବିଭିନ୍ନ ଚାଇନା ଖେଳନା ଯେପରି ଟଏ ଟ୍ରନ, ଡ୍ରାଗନ, ବିଭିନ୍ନ ପ୍ରକାର ଓ ଡିଜାଇନର ଖେଳନା ବନ୍ଧୁକ ପ୍ରତି ଛୋଟ ଶିଶୁ ମାନଙ୍କ ଆଗ୍ରହ ବଢିବାରେ ଲାଗିଲା। ସହରର ବିଭିନ୍ନ ଜାଗାରେ ଏପରି ଖେଳନାର ବିକ୍ରୀ ଜୋର ଧରିଲା ଓ ଲୋକପ୍ରିୟ ହେବାରେ ଲାଗିଲା। ପୁର ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ମାଟି ଖେଳନାକୁ ପଛରେ ପକାଇ ଚାଇନା ଖେଳନା ଏହାର ଜାଗା ନେଲା। ଏହି ଖେଳନା ଗୁଡିକର ଦାମ ୫୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ପୁର୍ବ ପରି ଶିଶୁ ମାନେ ଆଉ ମାଟି ଖେଳନା ପ୍ରତି ଆକର୍ଷିତ ନ ହେବା ତଥା ଏହାର ଉତ୍ପାଦନ କମିବା ଦେଖିବାକୁ ମିଳିଲା। ବର୍ତମାନ ପରିସ୍ଥିତିରେ କିଛି ସ୍ଥାନରେ ମାଟି ଖେଳନା ବଂଚିବାର ସଂଗ୍ରାମ ଜାରି ରଖିଥିବା ବେଳେ, କେତେଦିନ ଶିଶୁଙ୍କୁ ମନୋରଂଜନ କରି ପାରିବ ତାହା ଦେଖିବାକୁ ବାକି ରହିଲା!

Continue reading ମାଟି ଖେଳନାର ଯୁଗ ଶେଷ!

]]>
ମାଟି ଖେଳନାର ଯୁଗ ଶେଷ!

http://odiapua.com/%e0%ac%ae%e0%ac%be%e0%ac%9f%e0%ac%bf-%e0%ac%96%e0%ad%87%e0%ac%b3%e0%ac%a8%e0%ac%be%e0%ac%b0-%e0%ac%af%e0%ad%81%e0%ac%97-%e0%ac%b6%e0%ad%87%e0%ac%b7/feed/ 0
ପାଠ ପଢିବାକୁ ଲଢେଇ ଜାରି, ପ୍ରଶାସନ ଦୃଷ୍ଟିପଡୁ? http://odiapua.com/%e0%ac%aa%e0%ac%be%e0%ac%a0-%e0%ac%aa%e0%ac%a2%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%b2%e0%ac%a2%e0%ad%87%e0%ac%87-%e0%ac%9c%e0%ac%be%e0%ac%b0%e0%ac%bf-%e0%ac%aa%e0%ad%8d%e0%ac%b0/ http://odiapua.com/%e0%ac%aa%e0%ac%be%e0%ac%a0-%e0%ac%aa%e0%ac%a2%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%b2%e0%ac%a2%e0%ad%87%e0%ac%87-%e0%ac%9c%e0%ac%be%e0%ac%b0%e0%ac%bf-%e0%ac%aa%e0%ad%8d%e0%ac%b0/#respond Sun, 23 Sep 2018 17:59:35 +0000 http://odiapua.com/?p=116436 ପାଠ ପଢିବାକୁ ଲଢେଇ ଜାରି, ପ୍ରଶାସନ ଦୃଷ୍ଟିପଡୁ?

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବର୍ଷା ଆସିଲେ ଛୋଟ ଛୋଟ ପିଲାଙ୍କ ଛାତିରେ ଛନକା ପଶେ। ପାଠ ପାଇଁ ପିଠିରେ ବହିବସ୍ତାନୀ ଲଦି ପ୍ରତିଦିନ ଭରା ନାଳରେ ପଶି ଛାତିଏ ପାଣିରେ ଯିବାକୁ ପଡେ ସେମାନଙ୍କୁ। ନାଳ ସୁଅରେ କେତେବେଳେ ଯେ କିଏ ଭାସିଯିବ କି ବୁଡ଼ିଯିବା ତା’ର କୌଣସି ଗ୍ୟାରେଂଟି ନ ଥାଏ। ସ୍କୁଲକୁ ଯାଇଥିବା ପିଲା ଘରକୁ ଫେରିଲେ ଯାଇ ବାପା ମା’ର ଆଶ୍ୱସ୍ତ ହୁଅନ୍ତି। ଜୀବନ ଗଢ଼ିବାକୁ ନିତି ଏମିତି ଜୀବନକୁ ବାଜି ଲଗାଇ ଚାଲିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଚୋରଧରା ପଂଚାୟତର ବନ୍ଧୁକଡେରା ଓ ତନ୍ତରା ଗାଁର କୁନି ପିଲାମାନେ। ବର୍ଷ ବର୍ଷ ଧରି ସମସ୍ତେ ଏହାକୁ ଦେଖୁଥିଲେ ମଧ୍ୟ କିଛି ପ୍ରତିକାର ହୋଇନାହିଁ ଆଜିଯାଏ। କୋଇଡ଼ା ବ୍ଲକର ଜଙ୍ଗଲ ମୁଲକ ଆଦିବାସୀ ଗାଁ ବନ୍ଧୁକଡେରା ଓ ତନ୍ତରା। ବିକାଶ ପାଖ ମାଡ଼ି ନ ଥିବା ଏ ଦୁଇ ଗାଁର ବଡ଼ ଦୁଃଖ ହେଲା ପାଖ ଦେଇ ବହି ଯାଇଥିବା କୁରାଢ଼ି ନାଳା। ସାମାନ୍ୟ ବର୍ଷା ହେଲେ ଜଙ୍ଗଲରୁ ପାଣି ମାଡିଆସି ନାଳ ଭରିଯାଏ। ବର୍ଷା ସମୟ ଯାକ ଲୋକଙ୍କ ଯାତାୟତ ଶୋଚନୀୟ ହୋଇପଡ଼େ। କୁରାଢ଼ି ନାଳ ଯୋଗୁଁ ଚୋରାଧରା ପଂଚାୟତର ବନ୍ଧୁକଡେରା ଓ ତନ୍ତରା ସମେତ ଫଟାଟାଙ୍ଗର, ଗଗନାପୋଷ ଓ ଫାରମଡିହ ଆଦି ଗାଁଗୁଡିକ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ତେବେ ବନ୍ଧୁକଡେରା ଓ ତନ୍ତରା ଗାଁର ଯନ୍ତ୍ରଣା ସମସ୍ତଙ୍କଠାରୁ ବଳିଯାଏ। ପୋଲ ନ ଥିବାରୁ ତନ୍ତରା ଗାଁର ଉପରପଡାରୁ ତଳପଡ଼ାରୁ ଆସିବା ପାଇଁ ମଧ୍ୟ ଲୋକଙ୍କୁ ଭରାନାଳରେ ପହଁରି ପାର ହେବାକୁ ପଡ଼େ। ଏ ସ୍ଥିତିରେ ଦୁଇ ଗାଁ ପିଲାଙ୍କ ପାଇଁ ବଡ଼ ସମସ୍ୟା ହେଲା, ପାଠ ପଢ଼ିବାକୁ ନିତି ନାଳ ଆରପଟେ ତନ୍ତରା ଉପର ସାହିରେ ଥିବା ସ୍କୁଲକୁ ଯିବା ପାଇଁ ପ୍ରାୟ ୪୦ରୁ ଅଧିକ ପିଲାଙ୍କ ପାଇଁ ଛାତିଏ ପାଣିରେ ଯିବା ଛଡା ଆଉ କୌଣସି ଉପାୟ ନ ଥାଏ। ନାଳ ପାରି ହେଲାବେଳେ ବହିବସ୍ତାନୀ ଓଦାହେବା ଏକ ପ୍ରକାର ନିଶ୍ଚିତ। କେବେ କେବେ ଅଧିକ ମାତ୍ରରେ ବର୍ଷା ପାଣି ମାଡ଼ି ଆସିଲେ ନାଳ ପାରିହେବା ସମ୍ଭବ ହୁଏନାହିଁ। ଫଳରେ ସେଦିନ ସ୍କୁଲ ଯିବା ବନ୍ଦ। ଗାଁ ଲୋକେ ନାଳ ଉପରେ ପୋଲ ନିମାର୍ଣ ପାଇଁ ବହୁବାର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଠାରେ ଗୁହାରି କରିଛନ୍ତି। କିନ୍ତୁ କେହି ହେଲେ ଶୁଣି ନାହାନ୍ତି। ଯଦିଓ ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇ ଆସିଛନ୍ତି ନେତାମାନେ। କିଛି ବର୍ଷ ତଳେ ଚୋରାଧରା ପଂଚାୟତ ମହକୁମାରୁ ନୂଆଁତନ୍ତରା ଯାଏ ପ୍ରଧାନମନ୍ତ୍ରୀ ସଡ଼କ ତିଆରି ହୋଇଛି ସତ, କିନ୍ତୁ ନାଳ ପାଖରୁ ଦେଢ଼ କିଲୋମିଟର ଦୂରରେ ସଡ଼କ ଅଟକି ଯାଇଛି ଯେ ଆଉ ଆଗକୁ ବଢ଼ିବାର ନାଁ ଧରୁ ନାହିଁ। ସ୍କୁଲରେ ପିଲାମାନଙ୍କୁ ପଢ଼ା ଯାଇଛି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ମଣିଷର କଥା, ମଣିଷ ଏବେ ମଙ୍ଗଳ ଗ୍ରହରେ ଘର ତିଆରି ପାଇଁ ଯୋଜନା କରୁଥିବା ବିଷୟ। ହେଲେ ଛାତିଏ ପାଣିରେ ପଶି ସ୍କୁଲ୍ ଆସିଥିବା ପିଲାଏ ସେ ପାଠକୁ କେମିତି ଗ୍ରହଣ କରୁଥିବେ, ଏହା ସହଜେ ଅନୁମାନ କରା ଯାଇପାରେ।

Continue reading ପାଠ ପଢିବାକୁ ଲଢେଇ ଜାରି, ପ୍ରଶାସନ ଦୃଷ୍ଟିପଡୁ?

]]>
ପାଠ ପଢିବାକୁ ଲଢେଇ ଜାରି, ପ୍ରଶାସନ ଦୃଷ୍ଟିପଡୁ?

http://odiapua.com/%e0%ac%aa%e0%ac%be%e0%ac%a0-%e0%ac%aa%e0%ac%a2%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%b2%e0%ac%a2%e0%ad%87%e0%ac%87-%e0%ac%9c%e0%ac%be%e0%ac%b0%e0%ac%bf-%e0%ac%aa%e0%ad%8d%e0%ac%b0/feed/ 0
ଇପ୍ସାର ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ http://odiapua.com/%e0%ac%87%e0%ac%aa%e0%ad%8d%e0%ac%b8%e0%ac%be%e0%ac%b0-%e0%ac%ae%e0%ac%b9%e0%ac%be%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be%e0%ac%b3%e0%ad%9f%e0%ac%b0%e0%ad%87-%e0%ac%9c%e0%ac%be%e0%ac%a4/ http://odiapua.com/%e0%ac%87%e0%ac%aa%e0%ad%8d%e0%ac%b8%e0%ac%be%e0%ac%b0-%e0%ac%ae%e0%ac%b9%e0%ac%be%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be%e0%ac%b3%e0%ad%9f%e0%ac%b0%e0%ad%87-%e0%ac%9c%e0%ac%be%e0%ac%a4/#respond Sun, 23 Sep 2018 17:54:45 +0000 http://odiapua.com/?p=116432 ଇପ୍ସାର ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ) କଟକ ସିଡିଏ ସ୍ଥିତ ଇପ୍ସାର ମହାବିଦ୍ୟାଳୟରେ ମ୍ୟାନେଜମେଣ୍ଟ ଶିକ୍ଷା ବିଭାଗ ଦ୍ୱାରା ବ୍ରାଣ୍ଡ ବିଷୟବସ୍ତୁ ଆଧାରିତ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା.ଜେ.କେ ମିଶ୍ର କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ଅଲ ଇଣ୍ଡିଆ ରେଡିଓ ର (ପ୍ରଚାର ଓ ଟ୍ରେନିଂ ) ବିଭାଗର ପୂର୍ବତନ ଅଧ୍ୟକ୍ଷ ଡା. ଦୀପକ ସାମନ୍ତରାୟ ଯୋଗଦାନ କରି କହିଥିଲେ ଯେ, ଅଲ୍ ଇଣ୍ଡିଆ ରେ ୧୯୩୦ ମସିହା ରୁ ପ୍ରତିଷ୍ଠା ହୋଇଛି ଆଜି ବି ମଧ୍ୟ ଜନସାଧାରଣଙ୍କ ଲୋକପ୍ରିୟ ବ୍ରାଣ୍ଡ ହୋଇ ରହିପାରିଛି। ସେହିପରି ମୁଖ୍ୟବକ୍ତା ଭାବେ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଏମରସନ୍ ଭାରତ ବ୍ୟବସାୟିକ ମୁଖ୍ୟ ସମ୍ବିତ ଶତପଥୀ ଯୋଗଦାନ କରି କହିଥିଲେ ଯେ, ଉତ୍ପାଦିତ ଦ୍ରବ୍ୟର ସଠିକ ବ୍ରାଣ୍ଡ କରାଯାଇ ପାରିଲେ ଏହା ବ୍ୟବସାୟିକ ସଫଳତା ହାସଲ କରାଯାଇବ। ଭାରତରେ ଦୃତ ଶିଳ୍ପାୟାନ ବୃଦ୍ଧି ହେବାରେ ଲାଗିଛି ନୂତନ ଭାବେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକ ନିଜର ଉତ୍ପାଦିତ ଦ୍ରବ୍ୟ ର ସଠିକ ବ୍ରାଣ୍ଡ ଓ ମାର୍କେଟିଂ କରାଯାଇ ପାରିଲେ ଏହା ବିଶ୍ୱ ବଜାରରେ ଆଦୃତ ହେବା ସହ ଦେଶର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଅନ୍ୟତମ ଅତଥି ରୂପେ କଲେଜ ର ଡିନ୍ ଡା.ଅଶୋକ କୁମାର ମିଶ୍ର, ଅଧ୍ୟାପକ ରାଜ୍ କୁମାର ଦାଶ, ସୟଦ ଇଜାରହୁଲ ହସନନ୍, ସାମନ୍ତ ଗରୁଡ, ଦୀପକ ରଞ୍ଜନ ବିଶ୍ୱାଳ, ସତ୍ୟରଞ୍ଜନ ଦାସ, ସ୍ମୁତି ଶତପଥୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ରେ ଗୁଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡା.କବିତା ଆଚାର୍ଯ୍ୟ। ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ଅଭିଭାବକ, ଶିଳ୍ପାନୁଷ୍ଠାନ ସହ ଜଡିତ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗଦାନ କରିଥିଲେ।

Continue reading ଇପ୍ସାର ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

]]>
ଇପ୍ସାର ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

http://odiapua.com/%e0%ac%87%e0%ac%aa%e0%ad%8d%e0%ac%b8%e0%ac%be%e0%ac%b0-%e0%ac%ae%e0%ac%b9%e0%ac%be%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be%e0%ac%b3%e0%ad%9f%e0%ac%b0%e0%ad%87-%e0%ac%9c%e0%ac%be%e0%ac%a4/feed/ 0
ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା http://odiapua.com/%e0%ac%a6%e0%ac%bf%e0%ac%a8%e0%ac%bf%e0%ac%95%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%97%e0%ac%b8%e0%ad%8d%e0%ac%a4%e0%ac%b0%e0%ad%87-%e0%ac%86%e0%ac%b8%e0%ac%a8-2/ http://odiapua.com/%e0%ac%a6%e0%ac%bf%e0%ac%a8%e0%ac%bf%e0%ac%95%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%97%e0%ac%b8%e0%ad%8d%e0%ac%a4%e0%ac%b0%e0%ad%87-%e0%ac%86%e0%ac%b8%e0%ac%a8-2/#respond Sun, 23 Sep 2018 17:48:19 +0000 http://odiapua.com/?p=116429 ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

ଭୁବନେଶ୍ୱର, ୨୩/୦୯ (ଓଡ଼ିଆ ପୁଅ) : ଆସନ୍ତା କାଲି ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା। ଶ୍ରୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ଶ୍ରୀ ଶାହା ବିମାନ ବନ୍ଦରରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀ ଗସ୍ତ ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କୁ ଭୁବନେଶ୍ୱରର କଳ୍ପନା ଛକ, ଉତରା ଛକ, ମଙ୍ଗଳପୁର, ସାତଶଂଖ, ସତ୍ୟବାଦୀ, ଚନ୍ଦନପୁର, ବ୍ରହ୍ମଗିରି ବାଇପାସ ଏବଂ ଅଠରନଳାଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସ୍ୱାଗତ କରାଯିବ। ଏହା ପରେ ଶ୍ରୀ ଶାହା ଅପରାହ୍ନ ୧୨.୧୫ ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ୨.୩୦ରେ ଶ୍ରୀ ଶାହା ହୋଟେଲ ଗୋଲଡେନ ପ୍ୟାଲେସଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିବେ। ସମସ୍ତ କାର୍ଯ୍ୟକ୍ରମ ସମାପ୍ତ କରି ଶ୍ରୀ ଶାହା ସଂଧ୍ୟା ୬ଟାରେ ପୁରୀରୁ ବାହାରି ଭୁବନେଶ୍ୱର ଫେରି ଆସି ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Continue reading ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

]]>
ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

ଭୁବନେଶ୍ୱର, ୨୩/୦୯ (ଓଡ଼ିଆ ପୁଅ) : ଆସନ୍ତା କାଲି ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା। ଶ୍ରୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ଶ୍ରୀ ଶାହା ବିମାନ ବନ୍ଦରରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀ ଗସ୍ତ ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କୁ ଭୁବନେଶ୍ୱରର କଳ୍ପନା ଛକ, ଉତରା ଛକ, ମଙ୍ଗଳପୁର, ସାତଶଂଖ, ସତ୍ୟବାଦୀ, ଚନ୍ଦନପୁର, ବ୍ରହ୍ମଗିରି ବାଇପାସ ଏବଂ ଅଠରନଳାଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସ୍ୱାଗତ କରାଯିବ। ଏହା ପରେ ଶ୍ରୀ ଶାହା ଅପରାହ୍ନ ୧୨.୧୫ ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ୨.୩୦ରେ ଶ୍ରୀ ଶାହା ହୋଟେଲ ଗୋଲଡେନ ପ୍ୟାଲେସଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିବେ। ସମସ୍ତ କାର୍ଯ୍ୟକ୍ରମ ସମାପ୍ତ କରି ଶ୍ରୀ ଶାହା ସଂଧ୍ୟା ୬ଟାରେ ପୁରୀରୁ ବାହାରି ଭୁବନେଶ୍ୱର ଫେରି ଆସି ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

]]>
http://odiapua.com/%e0%ac%a6%e0%ac%bf%e0%ac%a8%e0%ac%bf%e0%ac%95%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%97%e0%ac%b8%e0%ad%8d%e0%ac%a4%e0%ac%b0%e0%ad%87-%e0%ac%86%e0%ac%b8%e0%ac%a8-2/feed/ 0
ମାଧବାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା http://odiapua.com/%e0%ac%ae%e0%ac%be%e0%ac%a7%e0%ac%ac%e0%ac%be%e0%ac%a8%e0%ac%a8%e0%ad%8d%e0%ac%a6-%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0/ http://odiapua.com/%e0%ac%ae%e0%ac%be%e0%ac%a7%e0%ac%ac%e0%ac%be%e0%ac%a8%e0%ac%a8%e0%ad%8d%e0%ac%a6-%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0/#respond Sun, 23 Sep 2018 15:43:14 +0000 http://odiapua.com/?p=116404 ମାଧବାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ବାସୁଦବପୁର କଂଗ୍ରେସର ବରିଷ୍ଠ ନେତା ମାଧବାନନ୍ଦ ମଲ୍ଲିକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯାହାର ଫଟୋ ଏବେ ସୋସିଆଲ ମିଡିରେ ଘୂରି ବୁଲୁଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ମାଧବାନନ୍ଦ ବିଜେପିରେ ଯୋଗ ଦେବା ପାଇଁ ପଥ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି। ବାସୁଦେବପୁର ବିଧାନସଭା କ୍ଷେତ୍ରଟି ବ୍ଲକର ୩୬ ପଞ୍ଚାୟତ ଓ ତିହିଡି ବ୍ଲକର ୭ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା ଆସନରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଆସୁଛି। କଂଗ୍ରେସ ପକ୍ଷରୁ ଲଢୁଥିବା ମାଧବାନନ୍ଦ ମଲ୍ଲିକ ଏକାଧିକବାର ପରାଜିତ ହୋଇଛନ୍ତି। ଗତ ନିର୍ବାଚନରେ ମାଧବାନନ୍ଦ ୭୧ ହଜାର ୨୭୫(୪୨.୫୭ ପ୍ରତିଶତ) ଭୋଟ ପାଇଥିଲେ। ଏହା ସତ୍ୱେ ବି ଗତ ପୌର ନିର୍ବାଚନରେ ମଙ୍ଗ ଧରି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ। ବିଜୟୀ ପ୍ରାର୍ଥୀ ଅଶୋକ କୁମାର ଦାସଙ୍କୁ ପୌରାଧ୍ୟକ୍ଷ ଭାବରେ ବସାଇବାରେ ତାଙ୍କର ପ୍ରମୁଖ ହାତଥିବା ଶୁଣିବାକୁ ମିଳୁଛି। ଏକଥାକୁ ବି ନିଜେ ମାଧବାନନ୍ଦ ଦାବି କରୁଛନ୍ତି। ହେଲେ ଏଥର ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ପରେ ଜିଲାର ସଭାପତି ପଦ ମଧ୍ୟ ବଦଳିଛି। ସ୍ଥାନୀୟ ପୌରାଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ଜିଲା ସଭାପତି ଭାବେ ଦାୟିତ୍ୱ ମିଳିଛି। ପିସିସି ସଭାପତି ଯୁବ ଗୋଷ୍ଠୀଙ୍କୁ ଅଧିକ ପ୍ରଧାନ୍ୟ ଦେଉଥିବା ଶୁଣିବାକୁ ମିଳୁଛି। ଏହି ଦୃଷ୍ଟିରୁ ଜିଲା ସଭାପତି ଶ୍ରୀ ଦାସ ଦଳୀୟ ଟିକେଟ ପାଇବାର ଆଗ ଧାଡିରେ ଥିବା ଚର୍ଚ୍ଚା ହେଉଥିବାବେଳେ ବରିଷ୍ଠ କର୍ମୀ ମାଧବାନନ୍ଦଙ୍କ ଟିକେଟ ପାଇବା ଆଶା କ୍ଷୀଣ ହୋଇଛି। ଦୋ’ଛକିରେ ଥିବା ମାଧବାନନ୍ଦ କଂଗ୍ରେସ ସଭା ସମିତିରେ ଯୋଗ ଦେଉ ନଥିବା ଦେଖିବାକୁ ମିଳୁଛି। କିଛିଦିନ ଧରି ସ୍ଥିର ରହିବା ପରେ ମାଧବାନନ୍ଦ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଲା। ଆଉ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ବାସୁଦେବପୁର ରାଜନୈତିକ ପାଣିପାଗକୁ ବେଶ ଉଷ୍ମ କରିଛି। ତେବେ ମାଧବାନନ୍ଦ ଯଦି କଂଗ୍ରେସ ଛାଡି ବିଜେପିରେ ଯୋଗ ଦିଅନ୍ତି, ବିଜେପି ଶିବିର କେତେଦୂର ଖୁସି ହୋଇପାରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଦୀର୍ଘଦିନ ଧରି ବାସୁଦେବପୁର ବିଜେପିର ମଙ୍ଗ ଧରିଥିବା ଦୀନବନ୍ଧୁ ପତି କୁହନ୍ତି, ଯଦି ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦିଅନ୍ତି ତେବେ ସେ ସ୍ୱାଗତ କରିବେ। ଯଦି ଦଳ ପକ୍ଷରୁ ମାଧବାନନ୍ଦଙ୍କୁ ଟିକେଟ ପାଇଁ ଅଗ୍ରାଧୀକାର ମିଳେ, ଶ୍ରୀ ପତି ଏହାକୁ କେତେଦୂର ସମର୍ଥନ ଜଣାଇବେ ବୋଲି ପ୍ରଶ୍ନରେ ତାହା ସମୟ କହିବ ବୋଲି କହିଛନ୍ତି। ଏପଟେ ବିଜେପିରେ ଯୋଗଦେବା କଥାକୁ ଶ୍ରୀ ମଲ୍ଲିକ ଅସ୍ୱୀକାର କରିଛନ୍ତି। ମୋର କାମ ଥିଲା ମୁଁ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ତେବେ ମାଧବାନନ୍ଦ, ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିବାର ଭିତିରି ରହସ୍ୟକୁ ନେଇ ବାସୁଦେବପୁର ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

Continue reading ମାଧବାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା

]]>
ମାଧବାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା

http://odiapua.com/%e0%ac%ae%e0%ac%be%e0%ac%a7%e0%ac%ac%e0%ac%be%e0%ac%a8%e0%ac%a8%e0%ad%8d%e0%ac%a6-%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0/feed/ 0
ସରସ୍ୱତୀ ବିଦ୍ୟା ବିହାରରେ ସଂସ୍କୃତ ସମ୍ଭାଷଣ ଶିବିର http://odiapua.com/%e0%ac%b8%e0%ac%b0%e0%ac%b8%e0%ad%8d%e0%ad%b1%e0%ac%a4%e0%ad%80-%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be-%e0%ac%ac%e0%ac%bf%e0%ac%b9%e0%ac%be%e0%ac%b0%e0%ac%b0%e0%ad%87-%e0%ac%b8/ http://odiapua.com/%e0%ac%b8%e0%ac%b0%e0%ac%b8%e0%ad%8d%e0%ad%b1%e0%ac%a4%e0%ad%80-%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be-%e0%ac%ac%e0%ac%bf%e0%ac%b9%e0%ac%be%e0%ac%b0%e0%ac%b0%e0%ad%87-%e0%ac%b8/#respond Sun, 23 Sep 2018 15:41:42 +0000 http://odiapua.com/?p=116399 ସରସ୍ୱତୀ ବିଦ୍ୟା ବିହାରରେ ସଂସ୍କୃତ ସମ୍ଭାଷଣ ଶିବିର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ପ୍ରତିଷ୍ଠିତ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ସରସ୍ୱତୀ ବିଦ୍ୟାବିହାରରେ ଏକ ଦଶଦିନିଆ ସଂସ୍କୃତ ସମ୍ଭାଷଣ ଶିବିର ଆୟୋଜିତ ହୋଇ ଯାଇଛି। ଗତ ୧୨ ତାରିଖରେ ସମିତିର ରାଷ୍ଟ୍ରୀୟ ସଚିବ ବିନୟ ଶର୍ମାଙ୍କ ଦ୍ୱାରା ଉଦ୍ଘାଟିତ ଏହି ଶିବିରକୁ ସମିତିର କେନ୍ଦ୍ରୀୟ ପ୍ରଶିକ୍ଷକ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ବିଦ୍ୟା ବିହାରର ୫୬ଜଣ ବରିଷ୍ଠ ଛାତ୍ରଛାତ୍ରୀ ଏହି ସଂସ୍କୃତ ଶିବିରରେ ଭାଗ ନେଇଥିଲେ। ସମାପନ ସମାରୋହରେ ରର୍ଗଳ ସଂସ୍କୃତରେ ସମ୍ଭାଷଣ ଓ ଭାଷଣ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମାତୃଭୂମିଃ ଭାରତମ୍ – ମାତୃଭାଷା ସଂସ୍କୃତମ୍’ ସଂସ୍କୃତ ନାଟିକା ପ୍ରଦର୍ଶିତ ହୋଇଥିଲା ଏବଂ ଗୀତା ପାଠ କରିଥିଲେ। ଗୁୁୁରୁମା ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବଳରାମ ପାଣିଗ୍ରାହୀ, ପରିବେଶବିତ୍ ଯୁଧିଷ୍ଠିର ପଣ୍ଡା, ସମାଜସେବୀ କାଙ୍ଗାଳି ସ୍ୱାିଁ ତଥା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା।

Continue reading ସରସ୍ୱତୀ ବିଦ୍ୟା ବିହାରରେ ସଂସ୍କୃତ ସମ୍ଭାଷଣ ଶିବିର

]]>
ସରସ୍ୱତୀ ବିଦ୍ୟା ବିହାରରେ ସଂସ୍କୃତ ସମ୍ଭାଷଣ ଶିବିର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ପ୍ରତିଷ୍ଠିତ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ସରସ୍ୱତୀ ବିଦ୍ୟାବିହାରରେ ଏକ ଦଶଦିନିଆ ସଂସ୍କୃତ ସମ୍ଭାଷଣ ଶିବିର ଆୟୋଜିତ ହୋଇ ଯାଇଛି। ଗତ ୧୨ ତାରିଖରେ ସମିତିର ରାଷ୍ଟ୍ରୀୟ ସଚିବ ବିନୟ ଶର୍ମାଙ୍କ ଦ୍ୱାରା ଉଦ୍ଘାଟିତ ଏହି ଶିବିରକୁ ସମିତିର କେନ୍ଦ୍ରୀୟ ପ୍ରଶିକ୍ଷକ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ବିଦ୍ୟା ବିହାରର ୫୬ଜଣ ବରିଷ୍ଠ ଛାତ୍ରଛାତ୍ରୀ ଏହି ସଂସ୍କୃତ ଶିବିରରେ ଭାଗ ନେଇଥିଲେ। ସମାପନ ସମାରୋହରେ ରର୍ଗଳ ସଂସ୍କୃତରେ ସମ୍ଭାଷଣ ଓ ଭାଷଣ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମାତୃଭୂମିଃ ଭାରତମ୍ – ମାତୃଭାଷା ସଂସ୍କୃତମ୍’ ସଂସ୍କୃତ ନାଟିକା ପ୍ରଦର୍ଶିତ ହୋଇଥିଲା ଏବଂ ଗୀତା ପାଠ କରିଥିଲେ। ଗୁୁୁରୁମା ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବଳରାମ ପାଣିଗ୍ରାହୀ, ପରିବେଶବିତ୍ ଯୁଧିଷ୍ଠିର ପଣ୍ଡା, ସମାଜସେବୀ କାଙ୍ଗାଳି ସ୍ୱାିଁ ତଥା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା।

]]>
http://odiapua.com/%e0%ac%b8%e0%ac%b0%e0%ac%b8%e0%ad%8d%e0%ad%b1%e0%ac%a4%e0%ad%80-%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be-%e0%ac%ac%e0%ac%bf%e0%ac%b9%e0%ac%be%e0%ac%b0%e0%ac%b0%e0%ad%87-%e0%ac%b8/feed/ 0
ଜ୍ଞାନେଶ୍ୱରୀ ଟ୍ରଷ୍ଟ ମେଧା ଅନ୍ୱେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ http://odiapua.com/%e0%ac%9c%e0%ad%8d%e0%ac%9e%e0%ac%be%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0%e0%ad%80-%e0%ac%9f%e0%ad%8d%e0%ac%b0%e0%ac%b7%e0%ad%8d%e0%ac%9f-%e0%ac%ae%e0%ad%87%e0%ac%a7%e0%ac%be/ http://odiapua.com/%e0%ac%9c%e0%ad%8d%e0%ac%9e%e0%ac%be%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0%e0%ad%80-%e0%ac%9f%e0%ad%8d%e0%ac%b0%e0%ac%b7%e0%ad%8d%e0%ac%9f-%e0%ac%ae%e0%ad%87%e0%ac%a7%e0%ac%be/#respond Sun, 23 Sep 2018 15:40:24 +0000 http://odiapua.com/?p=116395 ଜ୍ଞାନେଶ୍ୱରୀ ଟ୍ରଷ୍ଟ ମେଧା ଅନ୍ୱେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଜ୍ଞାନେଶ୍ୱରୀ ଟ୍ରଷ୍ଟ, ବଣିଆଁ ଉଚ୍ଚ ବିଦ୍ୟାଳୟ ଓ ଚରମ୍ପାର ହରଫୁଲ ସିଂହ କସ୍ତୁରୀଦେବୀ ସେବାସଂସ୍ଥାନ ସହଯୋଗିତାରେ ଜ୍ଞାନେଶ୍ୱରୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପ୍ରତ୍ୟେକଙ୍କୁ ମାନପତ୍ର ସହ ୧ ହଜାର ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ସେବାନିବୃତ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ରମାକାନ୍ତ ବେହେରା, ପୁରୁଷୋତ୍ତମ ଓଝା, ନବକିଶୋର ପାତ୍ର ଓ ବାବାଜୀ ଚରଣ ନାୟକଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଭଦ୍ରକ ଜିଲା ଓଷ୍ଟା ସଂପାଦକ ପ୍ରଦୀପ୍ତ କୁମାର ଦାସ, ଲାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଦଲ କିଶୋର ମହାପାତ୍ର, ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ର, ନରସିଂହ ମିଶ୍ର, ଅଜିତ୍ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ୍ ମହେଶ୍ୱର ଖିଲାର ଏହି ସଭାରେ ସଭାପତିତ୍ୱ କରିଥିବାବେଳେ ପରିଚାଳନା ସମିତି ସଭ୍ୟ କୃପାସିନ୍ଧୁ ଓଝା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ ଏହି ସଭାକୁ ପରିଚାଳନା କରିଥିଲେ। ହରଫୁଲ ସିଂହ କସ୍ତୁରୀ ଦେବୀ ସେବାସଂସ୍ଥାନର କର୍ମକର୍ତ୍ତା କନୱାର ବାବୁ, ସୀତାକାନ୍ତ ଦାସ, ସଜନ କୁମାର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Continue reading ଜ୍ଞାନେଶ୍ୱରୀ ଟ୍ରଷ୍ଟ ମେଧା ଅନ୍ୱେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ

]]>
ଜ୍ଞାନେଶ୍ୱରୀ ଟ୍ରଷ୍ଟ ମେଧା ଅନ୍ୱେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଜ୍ଞାନେଶ୍ୱରୀ ଟ୍ରଷ୍ଟ, ବଣିଆଁ ଉଚ୍ଚ ବିଦ୍ୟାଳୟ ଓ ଚରମ୍ପାର ହରଫୁଲ ସିଂହ କସ୍ତୁରୀଦେବୀ ସେବାସଂସ୍ଥାନ ସହଯୋଗିତାରେ ଜ୍ଞାନେଶ୍ୱରୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପ୍ରତ୍ୟେକଙ୍କୁ ମାନପତ୍ର ସହ ୧ ହଜାର ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ସେବାନିବୃତ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ରମାକାନ୍ତ ବେହେରା, ପୁରୁଷୋତ୍ତମ ଓଝା, ନବକିଶୋର ପାତ୍ର ଓ ବାବାଜୀ ଚରଣ ନାୟକଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଭଦ୍ରକ ଜିଲା ଓଷ୍ଟା ସଂପାଦକ ପ୍ରଦୀପ୍ତ କୁମାର ଦାସ, ଲାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଦଲ କିଶୋର ମହାପାତ୍ର, ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ର, ନରସିଂହ ମିଶ୍ର, ଅଜିତ୍ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ୍ ମହେଶ୍ୱର ଖିଲାର ଏହି ସଭାରେ ସଭାପତିତ୍ୱ କରିଥିବାବେଳେ ପରିଚାଳନା ସମିତି ସଭ୍ୟ କୃପାସିନ୍ଧୁ ଓଝା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ ଏହି ସଭାକୁ ପରିଚାଳନା କରିଥିଲେ। ହରଫୁଲ ସିଂହ କସ୍ତୁରୀ ଦେବୀ ସେବାସଂସ୍ଥାନର କର୍ମକର୍ତ୍ତା କନୱାର ବାବୁ, ସୀତାକାନ୍ତ ଦାସ, ସଜନ କୁମାର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।

]]>
http://odiapua.com/%e0%ac%9c%e0%ad%8d%e0%ac%9e%e0%ac%be%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0%e0%ad%80-%e0%ac%9f%e0%ad%8d%e0%ac%b0%e0%ac%b7%e0%ad%8d%e0%ac%9f-%e0%ac%ae%e0%ad%87%e0%ac%a7%e0%ac%be/feed/ 0
ଗାନ୍ଧୀ ଦର୍ଶନ ହିଁ ସଦ୍ଭାବନା, ଶାନ୍ତି, ପ୍ରଗତିର ମୂଳମନ୍ତ୍ର http://odiapua.com/%e0%ac%97%e0%ac%be%e0%ac%a8%e0%ad%8d%e0%ac%a7%e0%ad%80-%e0%ac%a6%e0%ac%b0%e0%ad%8d%e0%ac%b6%e0%ac%a8-%e0%ac%b9%e0%ac%bf%e0%ac%81-%e0%ac%b8%e0%ac%a6%e0%ad%8d%e0%ac%ad%e0%ac%be%e0%ac%ac%e0%ac%a8/ http://odiapua.com/%e0%ac%97%e0%ac%be%e0%ac%a8%e0%ad%8d%e0%ac%a7%e0%ad%80-%e0%ac%a6%e0%ac%b0%e0%ad%8d%e0%ac%b6%e0%ac%a8-%e0%ac%b9%e0%ac%bf%e0%ac%81-%e0%ac%b8%e0%ac%a6%e0%ad%8d%e0%ac%ad%e0%ac%be%e0%ac%ac%e0%ac%a8/#respond Sun, 23 Sep 2018 15:38:44 +0000 http://odiapua.com/?p=116390 ଗାନ୍ଧୀ ଦର୍ଶନ ହିଁ ସଦ୍ଭାବନା, ଶାନ୍ତି, ପ୍ରଗତିର ମୂଳମନ୍ତ୍ର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ ସମାଜସେବୀ କପିଳ ଚରଣ ଦାସଙ୍କ ନବମ ଶ୍ରଦ୍ଦାଂଜଳି ସମାରୋହ ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ସୌଜନରୁ ଭଦ୍ରକ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସମାଜରେ ଗାନ୍ଧୀବାଦର ଅବକ୍ଷୟ ଯୋଗୁ ସାଂପ୍ରଦାୟିକ ସମସ୍ୟାସହ ଉଗ୍ରବାଦ ମଥା ଟେକୁଛି। ଦେଶର ପ୍ରଗତି ଦିବା ସ୍ୱପ୍ନରେ ପରିଣତ ହୋଇ ଯାଉଛି। ମାନବିକତାର ବିଲୋପ ଘଟି ଅଶାନ୍ତି ସୃଷ୍ଟି ହେଉଛି। ଆଜିର ଘଡ଼ିସନ୍ଧି ବେଳରେ ଦେଶ ଓ ଜନତା ପାଇଁ ଗାନ୍ଧୀବାଦହିଁ ଏକମାତ୍ର ବିକଳ୍ପ। ଯୁବକ ଓ ଛାତ୍ରମାନେ ଯଦି ଗାନ୍ଧୀ ବାଦରେ ଉଦ୍ବୁଦ୍ଧ ହୁଅନ୍ତେ ରାମରାଜ୍ୟ ଭାରତ ଗଠନ ସମ୍ଭବ ହୁଅନ୍ତା, ଯାହା ସ୍ୱର୍ଗତ କପିଳ ଚରଣ ଦାସଙ୍କ ଜୀବନର ଆଭିମୁଖ୍ୟ ଥିଲା ବୋଲି ବିଶିଷ୍ଟ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଭଦ୍ରକର ମାନ୍ୟବର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ଶ୍ରଦ୍ଧାଂଜଳି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱୋଳନ କରି ଉଦ୍ଘାଟନ କରିଥିଲା ବେଳେ ସମାଜ ସମ୍ବାଦପତ୍ରର ମୁଦ୍ରାକର ଓ ପ୍ରକାଶକ ଲୋକସେବକ ମଣ୍ଡଳର ରାଜ୍ୟ ସଂପାଦକ ନିରଂଜନ ରଥ ମୁଖ୍ୟ ଅତିଥି, ଡ଼.

Continue reading ଗାନ୍ଧୀ ଦର୍ଶନ ହିଁ ସଦ୍ଭାବନା, ଶାନ୍ତି, ପ୍ରଗତିର ମୂଳମନ୍ତ୍ର

]]>
ଗାନ୍ଧୀ ଦର୍ଶନ ହିଁ ସଦ୍ଭାବନା, ଶାନ୍ତି, ପ୍ରଗତିର ମୂଳମନ୍ତ୍ର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ ସମାଜସେବୀ କପିଳ ଚରଣ ଦାସଙ୍କ ନବମ ଶ୍ରଦ୍ଦାଂଜଳି ସମାରୋହ ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ସୌଜନରୁ ଭଦ୍ରକ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସମାଜରେ ଗାନ୍ଧୀବାଦର ଅବକ୍ଷୟ ଯୋଗୁ ସାଂପ୍ରଦାୟିକ ସମସ୍ୟାସହ ଉଗ୍ରବାଦ ମଥା ଟେକୁଛି। ଦେଶର ପ୍ରଗତି ଦିବା ସ୍ୱପ୍ନରେ ପରିଣତ ହୋଇ ଯାଉଛି। ମାନବିକତାର ବିଲୋପ ଘଟି ଅଶାନ୍ତି ସୃଷ୍ଟି ହେଉଛି। ଆଜିର ଘଡ଼ିସନ୍ଧି ବେଳରେ ଦେଶ ଓ ଜନତା ପାଇଁ ଗାନ୍ଧୀବାଦହିଁ ଏକମାତ୍ର ବିକଳ୍ପ। ଯୁବକ ଓ ଛାତ୍ରମାନେ ଯଦି ଗାନ୍ଧୀ ବାଦରେ ଉଦ୍ବୁଦ୍ଧ ହୁଅନ୍ତେ ରାମରାଜ୍ୟ ଭାରତ ଗଠନ ସମ୍ଭବ ହୁଅନ୍ତା, ଯାହା ସ୍ୱର୍ଗତ କପିଳ ଚରଣ ଦାସଙ୍କ ଜୀବନର ଆଭିମୁଖ୍ୟ ଥିଲା ବୋଲି ବିଶିଷ୍ଟ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଭଦ୍ରକର ମାନ୍ୟବର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ଶ୍ରଦ୍ଧାଂଜଳି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱୋଳନ କରି ଉଦ୍ଘାଟନ କରିଥିଲା ବେଳେ ସମାଜ ସମ୍ବାଦପତ୍ରର ମୁଦ୍ରାକର ଓ ପ୍ରକାଶକ ଲୋକସେବକ ମଣ୍ଡଳର ରାଜ୍ୟ ସଂପାଦକ ନିରଂଜନ ରଥ ମୁଖ୍ୟ ଅତିଥି, ଡ଼. କୃଷ୍ଣ କେଶବ ଷଢ଼ଙ୍ଗୀ ମୁଖ୍ୟ ବକ୍ତା, ପ୍ରାକ୍ତନ ସ୍କୁଲ ଓ ଗଣଶିକ୍ଷା ସଚିବ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭଦ୍ରକ ପୌରପାଳ ମାନସ କୁମାର ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବରେ ମଂଚ ମଣ୍ଡନ କରି ସନ୍ଥ ସଂଗ୍ରାମୀ କପିଳ ଚରଣ ଦାସଙ୍କ ଦେଶଭକ୍ତି, ସେବା, ସାଧନା ଓ ସମାଜ କଲ୍ୟାଣରେ ଅନନ୍ୟ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧା ସମୁନ ଅର୍ପଣ କରିଥିଲେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଓ ପ୍ରାକ୍ତନ ସୂଚନା ଲୋକ ସଂପର୍କ ବିଭାଗର କମିଶନର ଦିଗମ୍ବର ମହାନ୍ତି ଶ୍ରଦ୍ଧାଂଜଳି ସମାରୋହର ଅଧ୍ୟକ୍ଷତା କରି ଅଭିଭାଷଣ ପ୍ରଦାନ କରି ସ୍ୱତନ୍ତ୍ରତା ସେନାନୀ ଓ ଭୂଦାନ କର୍ମୀ କପିଳ ଚରଣଙ୍କ ତ୍ୟାଗ, ଆଦର୍ଶ ଓ କର୍ମଯୋଗ ସଂପର୍କରେ ସମସ୍ତେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡା ଅତିଥି ପରିଚୟ ଓ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସ୍ୱାଗତ ଭାଷଣ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସଙ୍କ ସଂଚାଳନା ଓ ସଂଯୋଜନାରେ ଅଧୀକ୍ଷକ ହୃଷିକେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଳାଶ୍ରମର ଅନ୍ତେବାସୀମାନେ ଦେଶଭକ୍ତି ସଂଗୀତ ପରିବେଷଣ କରିଥିଲେ। ବାଳାଶ୍ରମର ବରିଷ୍ଠା ସଦସ୍ୟା ଶାନ୍ତିଲତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ, ଡ଼େପୁଟି କଲେକ୍ଟର ପଦ୍ମନ ରାୟ, ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଡ଼. ରାମଚନ୍ଦ୍ର ପଣ୍ଡା, ଶାନ୍ତନୁ ରାଉତ, ଡ଼ାକ୍ତର ପ୍ରଭାସ ଆଚାର୍ଯ୍ୟ, ନିର୍ମଳ ରାଉତ, ଛେନାପଦିସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମର ସଂପାଦକ ପ୍ରେମାନନ୍ଦ ଦାସ, ସୋରସ୍ଥିତ ପୁରବାଇ କନ୍ୟାଶ୍ରମର ସଂପାଦିକା ସୁମତି ମହାନ୍ତି, ଦେବେନ୍ଦ୍ର ସ୍ୱାଇଁ, ବାସୁଦେବ ଦାସ, ବିମ୍ବାଧର ବ୍ରହ୍ମ, ପ୍ରଭାକର ମଲ୍ଲିକ, ମି୍ରଣାଳକାନ୍ତି ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

]]>
http://odiapua.com/%e0%ac%97%e0%ac%be%e0%ac%a8%e0%ad%8d%e0%ac%a7%e0%ad%80-%e0%ac%a6%e0%ac%b0%e0%ad%8d%e0%ac%b6%e0%ac%a8-%e0%ac%b9%e0%ac%bf%e0%ac%81-%e0%ac%b8%e0%ac%a6%e0%ad%8d%e0%ac%ad%e0%ac%be%e0%ac%ac%e0%ac%a8/feed/ 0
ସମାଜ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା http://odiapua.com/%e0%ac%b8%e0%ac%ae%e0%ac%be%e0%ac%9c-%e0%ac%aa%e0%ac%95%e0%ad%8d%e0%ac%b7%e0%ac%b0%e0%ad%81-%e0%ac%9a%e0%ac%bf%e0%ac%a4%e0%ad%8d%e0%ac%b0%e0%ac%be%e0%ac%99%e0%ad%8d%e0%ac%95%e0%ac%a8-%e0%ac%93/ http://odiapua.com/%e0%ac%b8%e0%ac%ae%e0%ac%be%e0%ac%9c-%e0%ac%aa%e0%ac%95%e0%ad%8d%e0%ac%b7%e0%ac%b0%e0%ad%81-%e0%ac%9a%e0%ac%bf%e0%ac%a4%e0%ad%8d%e0%ac%b0%e0%ac%be%e0%ac%99%e0%ad%8d%e0%ac%95%e0%ac%a8-%e0%ac%93/#respond Sun, 23 Sep 2018 15:37:25 +0000 http://odiapua.com/?p=116385 ସମାଜ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ପାଳନ ଅବସରରେ ଆଜି ଭଦ୍ରକ ସଦର ମହକୁମାରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ୧୦୯ ଜଣ ଛାତ୍ରଛାତ୍ରୀ ଓ ବରିଷ୍ଠ ବର୍ଗରେ ୧୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ପ୍ରବନ୍ଧରେ ୪୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲାସ୍କୁଲ ଥିଲା ପରୀକ୍ଷା କେନ୍ଦ୍ର। ସକାଳ ୯ଟା ୩୦ମି, ରେ ପରୀକ୍ଷା ଆରମ୍ଭ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ସନସାଇନ ମିସନ ସ୍କୁଲର ଆଦିତ୍ୟ ପ୍ରଭଞ୍ଜନ ପ୍ରଧାନ ପ୍ରଥମ, ଡିପିଏସ୍ ବିଦ୍ୟାପୀଠର ଇଶାନ କୁମାର ସାହୁ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଦିତୀ ଦାଲାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ଏସବିଡି ଇଂଟରନାସନାଲ ସ୍କୁଲର ସୁଦୀପ ଦାସ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ସ୍ପନ୍ଦନ ଶେଖର ରାଉତ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ମନ୍ଦିରର ଶ୍ରୀମନ୍ଦିର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଜିଲାସ୍କୁଲ ଭଦ୍ରକର ଆରବ ଆର୍ଯ୍ୟକୁମାର ରାଉତ ପ୍ରଥମ, ରାମେଶ୍ୱର ୟୁପିଏମଇ ସ୍କୁଲର ଗୋପାଳ ବଲ୍ଲଭ ଦାସ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଦ୍ରକର ନାଜିୟା ଜାହିନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଚିତ୍ରାଙ୍କନ କନିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ତନିଶା ଦାସ, ଡିପିଏସ ବିଦ୍ୟାପୀଠର କ୍ରିଷ୍ଣା କଳ୍ପିତା ନାୟକ, ସୋ÷ମ୍ୟା ନିବେଦିତା ଦାସ, ପ୍ରତ୍ୟାଶା ମହାନ୍ତି, ନୂଆବଜାର ସରସ୍ୱତୀ ଶିଶୁ ବନ୍ଦିରର ଆଦ୍ୟାଶା ନାୟକ, ଶ୍ରୀକ୍ଷେତ୍ର ଦାସ, କେନ୍ଦ୍ରୀୟ ବିଦ୍ୟାଳୟର ଆଶୀଷ କୁମାର ପଲାଇଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ସେହିଭଳି ଚିତ୍ରାଙ୍କନ ବରିଷ୍ଠ ବିଭାଗରେ କାର୍ମେଲ ସ୍କୁଲର ଦେବାଂଶୀ ରାଉତରାୟ, ଏସବିଡି ଇଂଟର ନାସନାଲ ସ୍କୁଲର ଇପସିତା ସାହୁ, ସ୍ନେହା ଦାସ, ତଳାଙ୍ଗ ନୋଡାଲ ସ୍କୁଲର ଭୂମିକା ରାଉଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମୋ÷ସୁମୀ ମଲ୍ଲିକ, ଭବାନୀବିନ୍ଧା ପ୍ରକଳ୍ପ ଉଚ୍ଚ ପ୍ରାଥିମକ ବିଦ୍ୟାଳୟର ସୁଶାନ୍ତ କୁମାର ମାହାନା, ସରସ୍ୱତୀ ଶିଶୁ ମନ୍ଦିର ପୁରୁଣା ବଜାରର ସନ୍ଦୀପା ପଣ୍ଡାଙ୍କ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ ଜିଲା ସ୍କୁଲର ଲିସା ମିଶ୍ର, ହୃଦୟ ରଂଜନ ନାୟକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରିୟଙ୍କା ଦାସ, ଶକ୍ତିରୂପା ପାଲ, ଆନିଆଲିସା ପଲେଇ, ଡିପିଏସ ବିଦ୍ୟାପୀଠର ଅମ୍ଳାନ ପଣ୍ଡା, ବାପୁଜୀ ନୋଡାଲ ସ୍କୁଲର ରାଜେଶ୍ୱରୀ ଜେନାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପ୍ରତିଯୋଗିତା ଶେଷରେ ଆୟୋଜିତ ପୁରସ୍କାର ବିତଣର ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଜିଲାସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରବନ୍ଧରେ ପ୍ରାଧ୍ୟାପକ ଡ.

Continue reading ସମାଜ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

]]>
ସମାଜ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ପାଳନ ଅବସରରେ ଆଜି ଭଦ୍ରକ ସଦର ମହକୁମାରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ୧୦୯ ଜଣ ଛାତ୍ରଛାତ୍ରୀ ଓ ବରିଷ୍ଠ ବର୍ଗରେ ୧୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ପ୍ରବନ୍ଧରେ ୪୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲାସ୍କୁଲ ଥିଲା ପରୀକ୍ଷା କେନ୍ଦ୍ର। ସକାଳ ୯ଟା ୩୦ମି, ରେ ପରୀକ୍ଷା ଆରମ୍ଭ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ସନସାଇନ ମିସନ ସ୍କୁଲର ଆଦିତ୍ୟ ପ୍ରଭଞ୍ଜନ ପ୍ରଧାନ ପ୍ରଥମ, ଡିପିଏସ୍ ବିଦ୍ୟାପୀଠର ଇଶାନ କୁମାର ସାହୁ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଦିତୀ ଦାଲାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ଏସବିଡି ଇଂଟରନାସନାଲ ସ୍କୁଲର ସୁଦୀପ ଦାସ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ସ୍ପନ୍ଦନ ଶେଖର ରାଉତ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ମନ୍ଦିରର ଶ୍ରୀମନ୍ଦିର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଜିଲାସ୍କୁଲ ଭଦ୍ରକର ଆରବ ଆର୍ଯ୍ୟକୁମାର ରାଉତ ପ୍ରଥମ, ରାମେଶ୍ୱର ୟୁପିଏମଇ ସ୍କୁଲର ଗୋପାଳ ବଲ୍ଲଭ ଦାସ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଦ୍ରକର ନାଜିୟା ଜାହିନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଚିତ୍ରାଙ୍କନ କନିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ତନିଶା ଦାସ, ଡିପିଏସ ବିଦ୍ୟାପୀଠର କ୍ରିଷ୍ଣା କଳ୍ପିତା ନାୟକ, ସୋ÷ମ୍ୟା ନିବେଦିତା ଦାସ, ପ୍ରତ୍ୟାଶା ମହାନ୍ତି, ନୂଆବଜାର ସରସ୍ୱତୀ ଶିଶୁ ବନ୍ଦିରର ଆଦ୍ୟାଶା ନାୟକ, ଶ୍ରୀକ୍ଷେତ୍ର ଦାସ, କେନ୍ଦ୍ରୀୟ ବିଦ୍ୟାଳୟର ଆଶୀଷ କୁମାର ପଲାଇଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ସେହିଭଳି ଚିତ୍ରାଙ୍କନ ବରିଷ୍ଠ ବିଭାଗରେ କାର୍ମେଲ ସ୍କୁଲର ଦେବାଂଶୀ ରାଉତରାୟ, ଏସବିଡି ଇଂଟର ନାସନାଲ ସ୍କୁଲର ଇପସିତା ସାହୁ, ସ୍ନେହା ଦାସ, ତଳାଙ୍ଗ ନୋଡାଲ ସ୍କୁଲର ଭୂମିକା ରାଉଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମୋ÷ସୁମୀ ମଲ୍ଲିକ, ଭବାନୀବିନ୍ଧା ପ୍ରକଳ୍ପ ଉଚ୍ଚ ପ୍ରାଥିମକ ବିଦ୍ୟାଳୟର ସୁଶାନ୍ତ କୁମାର ମାହାନା, ସରସ୍ୱତୀ ଶିଶୁ ମନ୍ଦିର ପୁରୁଣା ବଜାରର ସନ୍ଦୀପା ପଣ୍ଡାଙ୍କ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ ଜିଲା ସ୍କୁଲର ଲିସା ମିଶ୍ର, ହୃଦୟ ରଂଜନ ନାୟକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରିୟଙ୍କା ଦାସ, ଶକ୍ତିରୂପା ପାଲ, ଆନିଆଲିସା ପଲେଇ, ଡିପିଏସ ବିଦ୍ୟାପୀଠର ଅମ୍ଳାନ ପଣ୍ଡା, ବାପୁଜୀ ନୋଡାଲ ସ୍କୁଲର ରାଜେଶ୍ୱରୀ ଜେନାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପ୍ରତିଯୋଗିତା ଶେଷରେ ଆୟୋଜିତ ପୁରସ୍କାର ବିତଣର ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଜିଲାସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରବନ୍ଧରେ ପ୍ରାଧ୍ୟାପକ ଡ. ପଦ୍ମକାନ୍ତ ଧଳ, ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ଶିକ୍ଷାବିତ ଗଗନ ବିହାରୀ ରାଉତ ବିଚାରକ ଦାୟିତ୍ୱ ତୁଳାଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ଭଟାଚାର୍ଯ୍ୟ, ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ ବିଚାରକ ଦାୟିତ୍ୱ ତୁଲାଇଥିଲେ। ‘ସମାଜ’ ଜିଲା ପ୍ରତିନିଧି ସ୍ମୃତିରଂଜନ ସାହୁଙ୍କ ତତ୍ୱାବଧାନରେ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ସାମ୍ବାଦିକ ପ୍ରମୋଦ ରାୟ, ଜିଲାସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥି, ଆଇନଜୀବୀ ଅତିଶ ବେହେରା, ବ୍ୟାଙ୍କ କର୍ମଚାରୀ ସଂଘର ଜଗନ୍ନାଥ ରାଉତ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ରମେଶ ସ୍ୱାଇଁ, ସାଳନ୍ଦୀ ସମାଚାରର କାର୍ଯ୍ୟନିର୍ବାହୀ ସମ୍ପାଦକ ରୂପକ ବିହାରୀ ରାୟ, ସେକ ଅନୱର (ବାବୁ), ରମାକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଜିଲାର ୭ଟି ଯାକ ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୧୩୧୩ ଜଣ ଏଥିରେ ଭାଗ ନେଇଥିଲେ।

]]>
http://odiapua.com/%e0%ac%b8%e0%ac%ae%e0%ac%be%e0%ac%9c-%e0%ac%aa%e0%ac%95%e0%ad%8d%e0%ac%b7%e0%ac%b0%e0%ad%81-%e0%ac%9a%e0%ac%bf%e0%ac%a4%e0%ad%8d%e0%ac%b0%e0%ac%be%e0%ac%99%e0%ad%8d%e0%ac%95%e0%ac%a8-%e0%ac%93/feed/ 0
କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ http://odiapua.com/%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0-%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%97%e0%ac%be%e0%ad%9c%e0%ac%bf/ http://odiapua.com/%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0-%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%97%e0%ac%be%e0%ad%9c%e0%ac%bf/#respond Sun, 23 Sep 2018 15:36:00 +0000 http://odiapua.com/?p=116375 କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସହାୟକ ଗାଡ଼ି ବାରିକପୁର ବଜାର ୧୬ ନଂ ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଆକାଶପଥରେ ଆସି ବାଲେଶ୍ୱର, ଶୋର ଓ ଭଦ୍ରକ ଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲେ। ମନ୍ତ୍ରୀଙ୍କ ଗାଡ଼ି ଆଗରେ ଯାଉଥିବା ନାଲିବତୀ ଗାଡ଼ିଟି କୌଣସି କାରଣ ବଶତଃ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି। ଦୁର୍ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ ଧାମନଗର ଥାନା ଅଧିକାରିଣୀଙ୍କୁ ଯୋଗା ଯୋଗ କରାଯାଇଥିଲେ ସୁଦ୍ଧା ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। ଦିନ ୪ ଟାରୁ ୫ଟା ମଧ୍ୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Continue reading କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

]]>
କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସହାୟକ ଗାଡ଼ି ବାରିକପୁର ବଜାର ୧୬ ନଂ ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଆକାଶପଥରେ ଆସି ବାଲେଶ୍ୱର, ଶୋର ଓ ଭଦ୍ରକ ଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲେ। ମନ୍ତ୍ରୀଙ୍କ ଗାଡ଼ି ଆଗରେ ଯାଉଥିବା ନାଲିବତୀ ଗାଡ଼ିଟି କୌଣସି କାରଣ ବଶତଃ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି। ଦୁର୍ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ ଧାମନଗର ଥାନା ଅଧିକାରିଣୀଙ୍କୁ ଯୋଗା ଯୋଗ କରାଯାଇଥିଲେ ସୁଦ୍ଧା ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। ଦିନ ୪ ଟାରୁ ୫ଟା ମଧ୍ୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

]]>
http://odiapua.com/%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0-%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%97%e0%ac%be%e0%ad%9c%e0%ac%bf/feed/ 0
ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି http://odiapua.com/%e0%ac%ae%e0%ac%be%e0%ac%9b-%e0%ac%a7%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%af%e0%ac%be%e0%ac%87-%e0%ad%a8%e0%ac%af%e0%ad%81%e0%ac%ac%e0%ac%95-%e0%ac%a8%e0%ac%bf%e0%ac%96/ http://odiapua.com/%e0%ac%ae%e0%ac%be%e0%ac%9b-%e0%ac%a7%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%af%e0%ac%be%e0%ac%87-%e0%ad%a8%e0%ac%af%e0%ad%81%e0%ac%ac%e0%ac%95-%e0%ac%a8%e0%ac%bf%e0%ac%96/#respond Sun, 23 Sep 2018 15:34:27 +0000 http://odiapua.com/?p=116380 ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହି, ୨୩/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆଗୋଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ କେନାଲ ପାଣିରେ ବୁଡି ନିଖୋଜ ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଗ୍ରାମର ମୁରଲୀଜେନାଙ୍କ ପୁଅ ସଞ୍ଜୟ ଜେନା, ଓ ରମା ଜେନାଙ୍କ ପୁଅ ନାଳୁ ଜେନା (୧୬) ଆଜି ଦିନ ୧୨ଟାବେଳେ ମାଛ ଧରିବାକୁ ନୁଆକରି ଖୋଳାଯାଇଥିବା ବୈତରଣୀ ନଦୀ ସଂଯୋଗୀ କରଣ କେନାଲକୁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ସନ୍ଧ୍ୟା ସମୟରେ ନିକଟସ୍ଥ ଏକ କେନାଲ ନିକଟରେ ଉଭୟଙ୍କ ଜୋତା ଓ ଜାଲ ରଖା ଯାଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକମାନେ କେନାଲ ଭିତରେ ପସି ଖୋଜାଖୋଜି ଆରମ୍ଭ କରିଛନ୍ତି। ହାଟଡିହି ଦମକଳ ବିଭାଗର କର୍ମଚାରୀ ମାନେ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେଠାରେ ୧୦ରୁ ୧୫ଫୁଟ ଗଭୀରର ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି।

Continue reading ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

]]>
ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହି, ୨୩/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆଗୋଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ କେନାଲ ପାଣିରେ ବୁଡି ନିଖୋଜ ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଗ୍ରାମର ମୁରଲୀଜେନାଙ୍କ ପୁଅ ସଞ୍ଜୟ ଜେନା, ଓ ରମା ଜେନାଙ୍କ ପୁଅ ନାଳୁ ଜେନା (୧୬) ଆଜି ଦିନ ୧୨ଟାବେଳେ ମାଛ ଧରିବାକୁ ନୁଆକରି ଖୋଳାଯାଇଥିବା ବୈତରଣୀ ନଦୀ ସଂଯୋଗୀ କରଣ କେନାଲକୁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ସନ୍ଧ୍ୟା ସମୟରେ ନିକଟସ୍ଥ ଏକ କେନାଲ ନିକଟରେ ଉଭୟଙ୍କ ଜୋତା ଓ ଜାଲ ରଖା ଯାଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକମାନେ କେନାଲ ଭିତରେ ପସି ଖୋଜାଖୋଜି ଆରମ୍ଭ କରିଛନ୍ତି। ହାଟଡିହି ଦମକଳ ବିଭାଗର କର୍ମଚାରୀ ମାନେ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେଠାରେ ୧୦ରୁ ୧୫ଫୁଟ ଗଭୀରର ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି।

]]>
http://odiapua.com/%e0%ac%ae%e0%ac%be%e0%ac%9b-%e0%ac%a7%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%af%e0%ac%be%e0%ac%87-%e0%ad%a8%e0%ac%af%e0%ad%81%e0%ac%ac%e0%ac%95-%e0%ac%a8%e0%ac%bf%e0%ac%96/feed/ 0
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6-2/ http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6-2/#respond Sun, 23 Sep 2018 15:19:07 +0000 http://odiapua.com/?p=116367 ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ‘ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି’ ପକ୍ଷରୁ ଜିଲ୍ଲା ତମାମ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବନ୍ତ ଛକ ଠାରେ ସମଗ୍ର ଓଡିଶାକୁ ଭଦ୍ରକ ଜିଲ୍ଲାର ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଅବଦାନ ଏବଂ ଭଦ୍ରକର ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଏକ ସଂଗ୍ରାମୀ ସଂଗୀତ ସହ ଭିଡିଓ କ୍ୟାସେଟ ଜାରି କରାଯାଇଛି। ଜିଲ୍ଲା ସଂଘର୍ଷ ସମିତିର ଆବାହକ ମଣ୍ଡଳୀ ଗିରିଧାରୀ ନାଥ, ସମାଜସେବୀ ବିଜୟ କୁମାର ରାଉତ, ନ୍ୟୁ ଇଣ୍ଡିଆ ଆପ୍ଲାୟାନ୍ସର ପୂର୍ବତନ ବରିଷ୍ଠ ଡିଭିଜନାଲ ମ୍ୟାନେଜର ଅଗଣୀ ଚରଣ ଜେନା, ଯୁବ ସମାଜ ସେବୀ ରାକେଶ ପଣ୍ଡାଙ୍କ ନତେୃତ୍ୱରେ ଶତାଧିକ ବୁଦ୍ଧିଜୀବି, ଛାତ୍ର, ଯୁବକ, ସାମ୍ବାଦିକ, ସାଧାରଣ ଜନତା ଏହି ଜନବାଦୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସମବେତ ହୋଇ ଭଦ୍ରକବାସୀ ଏକ ହେବାକୁ କାନଫଟା ସ୍ଳୋଗାନ ଦେଇ ଉପସ୍ଥିତ ଜନତାଙ୍କୁ ସ୍ତମ୍ଭୀଭୁତ କରି ଦେିଥିଲା। ନେତୃମଣ୍ଡଳୀ ପ୍ରକାଶ କରିଥିଲେ କି ଭାରତର ମୁକ୍ତି ସଂଗ୍ରାମରେ ଇରମ୍ର ୨୯ଜଣ, ଲୁଣିଆର ୯ ଜଣ ଶହୀଦ ଏବଂ କନିକାର ପ୍ରଜା ଆନ୍ଦୋଳନ ଭାରତ ଇତିହାସର ଏବଂ ଗରିମାମୟ ଅଧ୍ୟାୟ, ଭଦ୍ରକର ୩ ଜଣ ମୁଖ୍ୟମନ୍ତ୍ରୀ, ସର୍ବୋପରି ନବ ଉତ୍କଳର ନିର୍ମାଣ ଡ.

Continue reading ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ

]]>
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ଦସ୍ତଖତ ଅଭିଯାନ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଳେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ‘ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି’ ପକ୍ଷରୁ ଜିଲ୍ଲା ତମାମ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବନ୍ତ ଛକ ଠାରେ ସମଗ୍ର ଓଡିଶାକୁ ଭଦ୍ରକ ଜିଲ୍ଲାର ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଅବଦାନ ଏବଂ ଭଦ୍ରକର ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଏକ ସଂଗ୍ରାମୀ ସଂଗୀତ ସହ ଭିଡିଓ କ୍ୟାସେଟ ଜାରି କରାଯାଇଛି। ଜିଲ୍ଲା ସଂଘର୍ଷ ସମିତିର ଆବାହକ ମଣ୍ଡଳୀ ଗିରିଧାରୀ ନାଥ, ସମାଜସେବୀ ବିଜୟ କୁମାର ରାଉତ, ନ୍ୟୁ ଇଣ୍ଡିଆ ଆପ୍ଲାୟାନ୍ସର ପୂର୍ବତନ ବରିଷ୍ଠ ଡିଭିଜନାଲ ମ୍ୟାନେଜର ଅଗଣୀ ଚରଣ ଜେନା, ଯୁବ ସମାଜ ସେବୀ ରାକେଶ ପଣ୍ଡାଙ୍କ ନତେୃତ୍ୱରେ ଶତାଧିକ ବୁଦ୍ଧିଜୀବି, ଛାତ୍ର, ଯୁବକ, ସାମ୍ବାଦିକ, ସାଧାରଣ ଜନତା ଏହି ଜନବାଦୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସମବେତ ହୋଇ ଭଦ୍ରକବାସୀ ଏକ ହେବାକୁ କାନଫଟା ସ୍ଳୋଗାନ ଦେଇ ଉପସ୍ଥିତ ଜନତାଙ୍କୁ ସ୍ତମ୍ଭୀଭୁତ କରି ଦେିଥିଲା। ନେତୃମଣ୍ଡଳୀ ପ୍ରକାଶ କରିଥିଲେ କି ଭାରତର ମୁକ୍ତି ସଂଗ୍ରାମରେ ଇରମ୍ର ୨୯ଜଣ, ଲୁଣିଆର ୯ ଜଣ ଶହୀଦ ଏବଂ କନିକାର ପ୍ରଜା ଆନ୍ଦୋଳନ ଭାରତ ଇତିହାସର ଏବଂ ଗରିମାମୟ ଅଧ୍ୟାୟ, ଭଦ୍ରକର ୩ ଜଣ ମୁଖ୍ୟମନ୍ତ୍ରୀ, ସର୍ବୋପରି ନବ ଉତ୍କଳର ନିର୍ମାଣ ଡ. ହରେକୃଷ୍ଣ ମହତାବଙ୍କର ଓଡିଶାକୁ ଅବଦାନର ପଟାନ୍ତର ନାହିଁ। ମାତ୍ର ଭଦ୍ରକ ଆଜି ସବୁ କ୍ଷେତ୍ରରେ ଅବହେଳିତ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଶିଳ୍ପ କ୍ଷେତ୍ରରେ ଭଦ୍ରକ ଜିଲ୍ଳାବାସୀ ପଛରେ ପଡିଛନ୍ତି। କାରଣ ଏଥି ପାଇଁ ନିର୍ବାଚିତ ପ୍ରତିନିଧି ମାନେ ହିଁ ଦାୟୀ ବୋଲି ଜିଲ୍ଳା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ କ୍ଷୋଭର ସହ ପ୍ରକାଶ କରାଯାଇଛି। ଧାମନଗର ଛକର ପାହି ମହୁରା ଠାରେ ଇଡ୍କୋ ଅଧିନରେ ପ୍ରାୟ ୨୧୮ ଏକର ଜମି ସହିତ ସରକାରୀ ଜମି ୧୮ ଏକର ରହିଛି। ସେଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରିବ ବୋଲି ସଂଘର୍ଷ ସମିତି ଦର୍ଶାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅଟଳ ବିହାରୀ ନାୟକ, ଡା. ରବି ମହାପାତ୍ର, ବିଶିନାଥ ଦାସ, ପ୍ର. ଅବନୀ ପ୍ରଧାନ, ସୁରେଶ ମହାପାତ୍ର, ସାଇଗୋପୀନାଥ ପଣ୍ଡା, ବିଜୟ ରାଉତ, ଅକ୍ଷୟ ସେନାପତି, ଲାଲା ସ୍ୱାଇଁ, ନବ କିଶୋର ସ୍ୱାଇଁ ଓ ଅନ୍ୟ ସାଥୀବୃନ୍ଦ ସାମିଲ ହୋଇଥିଲେ।

]]>
http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6-2/feed/ 0
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6/ http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6/#respond Sun, 23 Sep 2018 15:16:52 +0000 http://odiapua.com/?p=116360 ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବହୁ ସାମାଜିକ ସଂଗଠନର ସଦସ୍ୟ, ସାଧାରଣ ଜନତା, ଭଦ୍ରକ ସହର ମହତାବ ଛକ ଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ପୁରୁଣାବଜାର ହୋଇ ଥାନା ଛକରେ ବାହାରି ଚରମ୍ପା ଯାଇଥିଲା। ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିକ୍ଷୋଭ ପ୍ରଦାନ କରାଯିବା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଭଦ୍ରକ ସୋସିଆଲ ସର୍ଭିସ, ଉତ୍ସର୍ଗ, ପୁରୁଣାବଜାର ଯୁବମୋର୍ଚ୍ଚା ଆଦି ସଂଗଠନର ସଞ୍ଜିତ କୁମାର ନାୟକ, ଅପୂର୍ବ ବେହେରା, ପ୍ରକାଶ ସ୍ୱାଇଁ, ହେମନ୍ତ ମହାପାତ୍ର, ସନ୍ତୋଷ ବେହେରା, ସେକ୍ ଜାହିଦ୍ ହବିବ୍, ଲାଲା ସ୍ୱାଇଁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Continue reading ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି

]]>
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବହୁ ସାମାଜିକ ସଂଗଠନର ସଦସ୍ୟ, ସାଧାରଣ ଜନତା, ଭଦ୍ରକ ସହର ମହତାବ ଛକ ଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ପୁରୁଣାବଜାର ହୋଇ ଥାନା ଛକରେ ବାହାରି ଚରମ୍ପା ଯାଇଥିଲା। ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିକ୍ଷୋଭ ପ୍ରଦାନ କରାଯିବା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଭଦ୍ରକ ସୋସିଆଲ ସର୍ଭିସ, ଉତ୍ସର୍ଗ, ପୁରୁଣାବଜାର ଯୁବମୋର୍ଚ୍ଚା ଆଦି ସଂଗଠନର ସଞ୍ଜିତ କୁମାର ନାୟକ, ଅପୂର୍ବ ବେହେରା, ପ୍ରକାଶ ସ୍ୱାଇଁ, ହେମନ୍ତ ମହାପାତ୍ର, ସନ୍ତୋଷ ବେହେରା, ସେକ୍ ଜାହିଦ୍ ହବିବ୍, ଲାଲା ସ୍ୱାଇଁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

]]>
http://odiapua.com/%e0%ac%ae%e0%ad%87%e0%ac%a1%e0%ac%bf%e0%ac%95%e0%ac%be%e0%ac%b2-%e0%ac%95%e0%ac%b2%e0%ad%87%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b7%e0%ad%8d%e0%ac%a0%e0%ac%be-%e0%ac%a6/feed/ 0
ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ ର ଶୁଭଉଦ୍ଘାଟନ, ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛି – କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ http://odiapua.com/%e0%ac%ad%e0%ac%a6%e0%ad%8d%e0%ac%b0%e0%ac%95-%e0%ac%b0%e0%ad%87%e0%ac%b3%e0%ac%b7%e0%ad%8d%e0%ac%9f%e0%ad%87%e0%ac%b8%e0%ac%a8-%e0%ac%a0%e0%ac%be%e0%ac%b0%e0%ad%87-%e0%ac%a8%e0%ad%82%e0%ac%a4/ http://odiapua.com/%e0%ac%ad%e0%ac%a6%e0%ad%8d%e0%ac%b0%e0%ac%95-%e0%ac%b0%e0%ad%87%e0%ac%b3%e0%ac%b7%e0%ad%8d%e0%ac%9f%e0%ad%87%e0%ac%b8%e0%ac%a8-%e0%ac%a0%e0%ac%be%e0%ac%b0%e0%ad%87-%e0%ac%a8%e0%ad%82%e0%ac%a4/#respond Sun, 23 Sep 2018 15:14:34 +0000 http://odiapua.com/?p=116353 ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ ର ଶୁଭଉଦ୍ଘାଟନ, ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛି – କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ଏକଘଣ୍ଟା ବିଳମ୍ବରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳ ଅଧୀନରେ ଥିବା ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ର ଶୁଭ୍ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଜନଜାତୀୟ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ୍। ଆଜିର ଏହି ଶୁଭ ଉଦ୍ଘାଟନ ଅପରାହ୍ନ ୩ ଘଟିକା ସମୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତକ୍ରମ ବାତିଲ କରାଯାଇ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କ କର କମଳରେ କରାଯାଇଥିଲା। ତେବେ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଓ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅନୁପସ୍ଥିତି ଦେଖାଯାଇଥିଲା। ମନ୍ତ୍ରୀ ଶ୍ରୀ ଓରାମ୍ ଅପରାହ୍ନ ପ୍ରାୟ ୪ଟାରେ ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ଚିବା ପରେ ଷ୍ଟେସନ ପରିସରରେ ଆୟୋଜିତ ଜନସଭାରେ ଯୋଗଦେଇଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମହାପ୍ରବନ୍ଧକ ଉମେଶ ସିଂ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବାପରେ ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ବକ୍ତବ୍ୟରେ ନୂତନ ପ୍ଲାଟ୍ଫର୍ମ ଓ ଏହାର ପାାରିପାର୍ଶ୍ୱିକ ସ୍ଥାନ ନିର୍ମାଣ ବାବଦକୁ ପ୍ରାୟ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ନୂତନ ଷ୍ଟେସନ ବିଲ୍ଡିଂଟି ୪ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବାର ସୂଚନା ଦେଇ ଏଥିରେ ବୁକିଂ ଅଫିସ୍, ପିଆରଏସ୍ କାଉଣ୍ଟର, ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟ, ଭିଆଇପି ବିଶ୍ରାମକକ୍ଷ, ଟିସିଆଇ ଓ ଡିଟିଆଇ ଅଫିସ୍, ଷ୍ଟେସନ ପ୍ଲାଟଫର୍ମ ଓ ବାରିକେଡ୍ ସହ ସାର୍କୁଲେଟ୍କିଂ ଏରିଆ ରହିଛି ବୋଲି କହିଥିଲେ। ଏଥିସହ ୨ଟି ସ୍ପାନ ସହ ୮ଟି ଗି୍ରଡରଯୁକ୍ତ ୬୫.୩୦ ମିଟର ଲମ୍ବ ଓ ୬.୨୦ ମିଟର ପ୍ରସ୍ଥ ଯୁକ୍ତ ନୂତନ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ଟି ୩ କୋଟି ୨୦ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହୋଇଥିବାର ସୂଚନା ଦେଇଥିଲେ। ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିପାରିଛି ବୋଲି କହି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଥିବା ଏହି ନୂତନ ଷ୍ଟେସନ ଭବନ ଓ ନୂତନ ଫୁଟ୍ଓଭର ବ୍ରିଜ୍ଟି ସବୁଶ୍ରେଣୀର ଯାତ୍ରୀମାନଙ୍କ ସମସ୍ୟା ଓ ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବାର ସୂଚାଇଥିଲେ। ତେବେ ଆଜିର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନଥାଇ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସେମାନେ ଦଳୀୟ ମନୋଭାବ ରଖି ନଆସିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ଭାଷଣ ଛଳରେ କହିଥିଲେ। ଏହି ଅବସରରେ ବିଭିନ୍ନ ସମାଜସେବୀ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କୁ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଓ ମଡେଲ ଷ୍ଟେସନ ସ୍ଥାପନାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବଦ୍ରୀ ନାରାୟଣ ଧଳ, ଡ.

Continue reading ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ ର ଶୁଭଉଦ୍ଘାଟନ, ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛି – କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

]]>
ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ ର ଶୁଭଉଦ୍ଘାଟନ, ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛି – କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ଏକଘଣ୍ଟା ବିଳମ୍ବରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳ ଅଧୀନରେ ଥିବା ଭଦ୍ରକ ରେଳଷ୍ଟେସନ ଠାରେ ନୂତନ ଷ୍ଟେସନ ଭବନ ଓ ଫୁଟ୍ ଓଭର ବ୍ରିଜ୍ର ଶୁଭ୍ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଜନଜାତୀୟ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ୍। ଆଜିର ଏହି ଶୁଭ ଉଦ୍ଘାଟନ ଅପରାହ୍ନ ୩ ଘଟିକା ସମୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତକ୍ରମ ବାତିଲ କରାଯାଇ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କ କର କମଳରେ କରାଯାଇଥିଲା। ତେବେ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଓ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅନୁପସ୍ଥିତି ଦେଖାଯାଇଥିଲା। ମନ୍ତ୍ରୀ ଶ୍ରୀ ଓରାମ୍ ଅପରାହ୍ନ ପ୍ରାୟ ୪ଟାରେ ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ଚିବା ପରେ ଷ୍ଟେସନ ପରିସରରେ ଆୟୋଜିତ ଜନସଭାରେ ଯୋଗଦେଇଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମହାପ୍ରବନ୍ଧକ ଉମେଶ ସିଂ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବାପରେ ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ବକ୍ତବ୍ୟରେ ନୂତନ ପ୍ଲାଟ୍ଫର୍ମ ଓ ଏହାର ପାାରିପାର୍ଶ୍ୱିକ ସ୍ଥାନ ନିର୍ମାଣ ବାବଦକୁ ପ୍ରାୟ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ନୂତନ ଷ୍ଟେସନ ବିଲ୍ଡିଂଟି ୪ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବାର ସୂଚନା ଦେଇ ଏଥିରେ ବୁକିଂ ଅଫିସ୍, ପିଆରଏସ୍ କାଉଣ୍ଟର, ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟ, ଭିଆଇପି ବିଶ୍ରାମକକ୍ଷ, ଟିସିଆଇ ଓ ଡିଟିଆଇ ଅଫିସ୍, ଷ୍ଟେସନ ପ୍ଲାଟଫର୍ମ ଓ ବାରିକେଡ୍ ସହ ସାର୍କୁଲେଟ୍କିଂ ଏରିଆ ରହିଛି ବୋଲି କହିଥିଲେ। ଏଥିସହ ୨ଟି ସ୍ପାନ ସହ ୮ଟି ଗି୍ରଡରଯୁକ୍ତ ୬୫.୩୦ ମିଟର ଲମ୍ବ ଓ ୬.୨୦ ମିଟର ପ୍ରସ୍ଥ ଯୁକ୍ତ ନୂତନ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ଟି ୩ କୋଟି ୨୦ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହୋଇଥିବାର ସୂଚନା ଦେଇଥିଲେ। ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିପାରିଛି ବୋଲି କହି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଥିବା ଏହି ନୂତନ ଷ୍ଟେସନ ଭବନ ଓ ନୂତନ ଫୁଟ୍ଓଭର ବ୍ରିଜ୍ଟି ସବୁଶ୍ରେଣୀର ଯାତ୍ରୀମାନଙ୍କ ସମସ୍ୟା ଓ ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବାର ସୂଚାଇଥିଲେ। ତେବେ ଆଜିର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନଥାଇ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସେମାନେ ଦଳୀୟ ମନୋଭାବ ରଖି ନଆସିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଓରାମ୍ ନିଜ ଭାଷଣ ଛଳରେ କହିଥିଲେ। ଏହି ଅବସରରେ ବିଭିନ୍ନ ସମାଜସେବୀ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଓରାମ୍ଙ୍କୁ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଓ ମଡେଲ ଷ୍ଟେସନ ସ୍ଥାପନାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବଦ୍ରୀ ନାରାୟଣ ଧଳ, ଡ. ପ୍ରଦୀପ ନାୟକ, ମନସ୍ମିତା ଖୁଣ୍ଟିଆ, ଶରତ ଦାସ ଓ ପ୍ରଭାତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

]]>
http://odiapua.com/%e0%ac%ad%e0%ac%a6%e0%ad%8d%e0%ac%b0%e0%ac%95-%e0%ac%b0%e0%ad%87%e0%ac%b3%e0%ac%b7%e0%ad%8d%e0%ac%9f%e0%ad%87%e0%ac%b8%e0%ac%a8-%e0%ac%a0%e0%ac%be%e0%ac%b0%e0%ad%87-%e0%ac%a8%e0%ad%82%e0%ac%a4/feed/ 0