Home ଓଡ଼ିଶା ୨୦ରେ “ରାଷ୍ଟ୍ରଦୀପ”ର ବସନ୍ତ ମିଳନ ଉତ୍ସବ:ଯୋଗଦେବେ ମହାମହିମ ରାଜ୍ୟପାଳ

୨୦ରେ “ରାଷ୍ଟ୍ରଦୀପ”ର ବସନ୍ତ ମିଳନ ଉତ୍ସବ:ଯୋଗଦେବେ ମହାମହିମ ରାଜ୍ୟପାଳ

611

ଭୁବନେଶ୍ୱର:ରାଷ୍ଟ୍ରବାଦୀ ବିଚାରଧାରାର ସାପ୍ତାହିକ ପତ୍ରିକା “ରାଷ୍ଟ୍ରଦୀପ” ପକ୍ଷରୁ ଫେବୃୟାରୀ ୨୦ ତାରିଖରେ ପାଳନ ହେବ ଷଡ଼ ବିଶଂତମ “ବସନ୍ତ ମିଳନ ଉତ୍ସବ”।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ମୁଖ୍ୟ ବକ୍ତା ଭାବରେ ଯୋଗଦେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିଚାରକ,ରାଜ୍ୟସଭା ସଦସ୍ୟ ଫ୍ରଫେସର ରାକେଶ ସିହ୍ନା।ରାଷ୍ଟ୍ରଦୀପ ପ୍ରକାଶନ ସଭାପତି ନରସୁନ୍ଦର ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ।୨୦ ତାରିଖ,ବୁଧବାର ସନ୍ଧ୍ୟା ୬ଟା ସମୟରେ ବିଜୁ ପଟ୍ଟନାୟକ ସ୍ଥିତ ସାରଳା ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରଦୀପ ସମ୍ପାଦକ ଶିବ ନାରାୟଣ ସିଂହ ଏବଂ ରାଷ୍ଟ୍ରଦୀପ ପ୍ରକାଶନର ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି ଜଣାଇଛନ୍ତି।ଏହି ଅବସରରେ କବି ସମ୍ମିଳନୀ, କବିତା ପାଠୋତ୍ସବ,ବାସନ୍ତିକ ବିଶେଷାଙ୍କ,କୃତି ସ୍ତମ୍ଭ ଲେଖକ,ସାହିତ୍ୟିକ ଏବଂ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.