JNU, DU ସହିତ ଶହଶହ ବଡ ସଂସ୍ଥାର ଏଫସିଆରଏ ପଂଜୀକରଣ ରଦ୍ଦ – ଏବେ ନେଇପାରିବେ ନାହିଁ ବିଦେଶୀ ସହାୟତା

– ସଂସ୍ଥାନ ଆର୍ଥିକ ବର୍ଷ ୨୦୧୦-୧୧ ରୁ ୨୦୧୪-୧୫ ପର୍ଯ୍ୟନ୍ତ ଆୟ-ବ୍ୟୟର ବାର୍ଷିକ ରିଟର୍ଣ୍ଣ ଜମା କରିବାରେ ଅକ୍ଷମ ସଂସ୍ଥାଗୁଡ଼ିକୁ ଏବେ  ନେଇପାରିବେ ନାହିଁ  ବିଦେଶୀ ସହାୟତା

– ଯେଉଁ ସଂସ୍ଥା କ୍ରମାଗତଭାବେ ପାଂଚ ବର୍ଷରୁ ବାର୍ଷିକ ରିଟର୍ଣ୍ଣ ଜମା କରିବାରେ ଅକ୍ଷମ ରହିଥିଲେ

– ଏଫସିଆରଏ (FCRA)ରେ ପଂଜୀକରଣ ନକରାଇ କୌଣସି ସଂସ୍ଥାନ ବିଦେଶୀ ସହାୟତା ହାସିଲ କରିପାରିବେ ନାହିଁ।

– ଏହି ଆଇନ ଅନୁଯାୟୀ ପଂଜୀକୃତ ସଂସ୍ଥାକୁ ଆୟ-ବ୍ୟୟର ବାର୍ଷିକ ରିଟର୍ଣ୍ଣ ସରକାରଙ୍କ ପାଖରେ ଭରିବା ଜରୁରୀ ଅଟେ।

– ଏହାକୁ ପାଳନ ନକଲେ ସଂସ୍ଥାକୁ ଏଫସିଆରଏ (FCRA) ଅନୁଯାୟୀ ପଂଜୀକରଣ ନିରସ୍ତ କରି ଦେଆଯାଇଥାଏ।

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) : ଦିଲ୍ଲୀ ୟୁନିଭରସିଟି (DU) ଜବାହର ଲାଲ ନେହରୂ ୟୁନିଭରସିଟି (JNU) ଇଣ୍ଡିଆନ ଇଂଷ୍ଟିଟ୍ୟୁଟ ଅଫ ଟେକ୍ନଲଜୀ (ଆଇଆଇଟି, ଦିଲ୍ଲୀ) ଇଗ୍ନୁ (IGNOU) ଏବଂ ଭାରତୀୟ କୃଷି ଅନୁସଂଧାନ ପରିଷଦ ପରି ଦେଶର ପ୍ରମୁଖ ଶିକ୍ଷଣ ସଂସ୍ଥା ତଥା ସୁପ୍ରିମ କୋର୍ଟ ବାର ଏସୋସିଏସନ ସହିତ ଶହଶହ ସଂଗଠନକୁ ବିଦେଶୀ ସହାୟତା ପ୍ରାପ୍ତ କରିବାରୁ ପ୍ରତିବନ୍ଧିତ କରାଯାଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ବିଦେଶୀ ସହାୟତା ବିନିୟମନ ଆଇନ – ଏଫସିଆରଏ (FCRA) ଅନୁଯାୟୀ ଏହି ସଂସ୍ଥାଗୁଡ଼ିକର ପଂଜୀକରଣ ଏହି ଆଧାରରେ ରଦ୍ଦ କରି ଦେଇଛନ୍ତି। କାରଣ ଏହି ସଂସ୍ଥା କ୍ରମାଗତଭାବେ ପାଂଚ ବର୍ଷରୁ ବାର୍ଷିକ ରିଟର୍ଣ୍ଣ ଜମା କରିବାରେ ଅକ୍ଷମ ରହିଥିଲେ।

ନିୟମାନୁସାରେ ଏଫସିଆରଏ (FCRA)ର ଅନୁଯାୟୀ ପଂଜୀକରଣ ନକରାଇ କୌଣସି ସଂସ୍ଥା ବିଦେଶୀ ସହାୟତା ହାସିଲ କର ପାରିବ ନାହିଁ। ଏହି ଆଇନ ଅନୁଯାୟୀ ପଂଜୀକୃତ ସଂସ୍ଥାକୁ ନିଜର ଆୟ-ବ୍ୟୟର ବାର୍ଷିକ ରିଟର୍ଣ୍ଣ ସରକାରକୁ ପ୍ରତ୍ୟେକ ବର୍ଷ ଭରିବା ଅନିବାର୍ଯ୍ୟ ଅଟେ ଏବଂ ଏହାକୁ ପାଳନ ନକରୁଥିବା ସଂସ୍ଥାର ଏଫସିଆରଏ (FCRA) ଅନୁଯାୟୀ ପଂଜୀକରଣ ନିରସ୍ତ କରିଦିଆଯାଏ।

ଏହି ପ୍ରାବଧାନର ପାଳନ ନକରିବାର କାରଣରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏଫସିଆରଏ (FCRA) ଅନୁଯାୟୀ ପଂଜୀକରଣ ରଦ୍ଦ କରାଯାଇଥିବା ଶିକ୍ଷଣ ସଂସ୍ଥାର ଲିଷ୍ଟରେ ପଂଜାବ ବିଶ୍ୱବିଦ୍ୟାଲୟ, ଡୁନ ସ୍କୁଲ ଏସୋସିଏସନ, ଦିଲ୍ଲୀ ସ୍ଥିତ ଗାର୍ଗୀ କଲେଜ, ଶ୍ରୀ ଗୁରୁ ତେଗ ବହାଦୁର ଖାଲସା କଲେଜ, ଏବଂ ଲେଡୀ ଇରବିନ କଲେଜ ମଧ୍ୟ ସାମିଲ ଅଛନ୍ତି।

ଏତିକି ନୁହେଁ ଏଫସିଆରଏ (FCRA) ଅନୁଯାୟୀ ପଂଜୀକରଣ ରଦ୍ଦ କରିବା ଲିଷ୍ଟରେ କେବଳ ଶିକ୍ଷା ସଂସ୍ଥାଙ୍କ ବ୍ୟତୀତ ସୁପ୍ରୀମ କୋର୍ଟ ବାର ଏସୋସିଏସନ, ଏସ୍କର୍ଟ ହସ୍ପିଟାଲ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ନେହରୂ ଯୁବା କେନ୍ଦ୍ର ସଂଗଠନ, ଆର୍ମ୍ଡ ଫୋର୍ସିସ ଫ୍ଲେଗ ଡେ ଫଂଡ, ଫିକ୍କୀ, ଦିଲ୍ଲୀ ସ୍ଥିତ ସ୍କୁଲ ଆଫ ପ୍ଲାନିଙ୍ଗ ଏଂଡ ଆର୍କିଟେକ୍ଚର ଏବଂ ସାମାଜିକ ଆର୍ଥିକ ବିକାସ ଫାଂଉଣ୍ଡେସନ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ସାମାଜିକ ସଂଗଠନରେ ଡା. ରାମ ମନୋହର ଲୋହିୟା ଇଂଟରନେଶନଲ ଟ୍ରଷ୍ଟ ଏବଂ ଡା. ଜାକିର ହୁସୈନ ମେମୋରିୟଲ ଟ୍ରଷ୍ଟକୁ ମଧ୍ୟ ବିଦେଶୀ ସହାୟତା ନେବାରୁ  ପ୍ରତିବନ୍ଧିତ କରି ତାଙ୍କର ଏଫସିଆରଏ (FCRA) ପଂଜୀକରଣ ରଦ୍ଦ କର ଦିଆଯାଇଛି।

Leave a Reply

Your email address will not be published. Required fields are marked *