୩ ହଜାର ଟଙ୍କା ଲାଞ୍ଚ ଦେଇ ନପାରିବାରୁ ଅସ୍ତ୍ରୋପ୍ରଚାର ହୋଇଥିବା ପ୍ରସୂତୀ ମହିଳାଙ୍କୁ ଚିକିତ୍ସାରେ ଅବହେଳା ଛଟପଟ ହୋଇ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର ୧-୫ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଯାହାକି ସାରା ସହରକୁ ଚକିତ କରିଦେଇଛି। ବିଭିନ୍ନ ବିବାଦକୁ ନେଇ ସବୁ ବେଳେ ବିବାଦ ଘେରରେ ରହି ଆସୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ଆଉ ଏକ ବିବାଦରେ ଛନ୍ଦି ହୋଇ ପଡିଛି। ଏଠାରେ ଡାକ୍ତରଖାନା ରୋଗୀଙ୍କ ପାଇଁ ହୋଇଛି କଂସେଇଖାନା ଆଉ ଖୋଦ ଡାକ୍ତର ସାଜିଛନ୍ତି କଂସେଇ। ଏଭଳି ଅଭିଯୋଗ ଆସିଛି ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ୩ ହଜାର ଟଙ୍କା ଲାଞ୍ଚ ଦେଇ ନପାରିବାରୁ ଅସ୍ତ୍ରୋପ୍ରଚାର ହୋଇଥିବା ଜଣେ ପ୍ରସୂତୀ ମହିଳାଙ୍କୁ ଦୁଇ ଦିନ ଧରି ଡାକ୍ତର ଚିକିତ୍ସାରେ ଅବହେଳା କଲେ, ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ମହିଳାଙ୍କ ମୃତ୍ୟୁ ହୋଇଥିବା ଭଳି ସଂଙ୍ଗୀନ ଅଭିଯୋଗ ହୋଇଛି। ଉତ୍ୟକ୍ତ ଲୋକଙ୍କ ଦ୍ୱାର ସଂପୃକ୍ତ ଡାକ୍ତର ଓ ଡାକ୍ତରଖାନା ରାସ୍ତା ଅବରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ ନୟାକୋଟ ଥାନା ଅଞ୍ଚଳର ଅନୁରୁଦ୍ଧ ପାତ୍ରଙ୍କର ଗର୍ଭବତୀ ସ୍ତ୍ରୀ ଦୋଳମଣୀ ପାତ୍ରଙ୍କର ଗର୍ଭବେଦନା ହେବାରୁ ସେ ରିବବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ପରିବାର ଲୋକଙ୍କର କହିବା କଥା ହେଲା ଡ୍ୟୁଟିରେ ଥିବା ଡାକ୍ତର ଜି.ସି.ରାଉତ ତାଙ୍କ ସ୍ତ୍ରୀଙ୍କର ସିଜେରିନ ହେବ କହି ୫ ହଜାର ଟଙ୍କା ଦାବି କରିଥିଲେ। ତାଙ୍କ ପାଖରେ ପଇସା ନଥିବାରୁ ସେ ୨ ହଜାର ଟଙ୍କା ଦେଇଥିଲେ ଓ ସିଜେରିନ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା। ହେଲେ ଅପରେସନ ସରିବା ପରେ ସଂପୃକ୍ତ ଡାକ୍ତର ଆଉ ୩ ହଜାର ଟଙ୍କା ମାଗିଥିଲେ ଓ ସେ ଦେଇ ପାରି ନଥିଲେ। ଆହୁରି ମଧ୍ୟ ଅନିରୁଦ୍ଧଙ୍କର ଅଭିଯୋଗ ଅନୁସାରେ ସୋମବାର ଦିନ ତାଙ୍କ ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ତାଙ୍କ ସ୍ତ୍ରୀଙ୍କୁ ଦେଖିଥିଲେ ହେଲେ ପୁଣି ତାଙ୍କୁ ୩ ହଜାର ଟଙ୍କା ମାଗିଥିଲେ ସେ ସନ୍ଧ୍ୟା ବେଳେ ଦେବେ ବୋଲି କହିଥିଲେ। ଓ ସେ ପଇସା ଆଣିବାକୁ ରାତିରେ ଘରକୁ ଯାଇଥିଲେ ଓ ଆଜି ସକାଳେ ଆସି ଦେଖିବା ବେଳକୁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ସ୍ତ୍ରୀ ଙ୍କର ହାଟ ପ୍ରୋରବଲେମ ଥିଲା ଓ ରକ୍ତ ହୀନତା ଯୋଗୁଁ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ସହ ମୃତ ଦେହକୁ ଶବ ଗୃହକୁ ପଠାଇ ଦେଇଥିଲେ। ହେଲେ ପରିବାର ଲୋକଙ୍କର ଅଭିଯୋଗ ଯେ ପଇସା ନ ଦେବାରୁ ଡାକ୍ତର ଦୋଳମଣିଙ୍କୁ ମାରିଦେଲେ। ପରେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ସହ ପଇସା ନଦେବାରୁ ଡାକ୍ତର ଚିକିତ୍ସାରେ ଅବହେଳା କରି ମରାଦେଇଥିବା ଅଭିଯୋଗ କରି ନବ ଜନ୍ମିତ ଶିଶୁ ପୁତ୍ରଟିକୁ ଧରି ସି.ଡି.ଏମ୍.ଓ ଙ୍କ ସରକରୀ ସମ୍ମୁଖରେ ଧାରଣାରେ କିଛି ସମୟ ବସିଥିଲେ ହେଲ ସି.ଡି.ଏମ୍.ଓ ଙ୍କୁ ନ ପାଇବାରୁ ସେଠାରୁ ଯାଇ ସଂପୃକ୍ତ ଡାକ୍ତର ଜ.ସି. ରାଉତଙ୍କର ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ ସମୟ ପରେ କେହି ନଶୁଣିବାରୁ ସମସ୍ତେ ଯାଇ ଡାକ୍ତରଖାନା ସମ୍ମୁଖ ରାସ୍ତାକୁ ଅବରୋଧ କରି ବସିବାପରେ ପୋଲିସ ଓ ଚିକିତ୍ସାଳୟର ଏ.ଡି.ଏମ୍.ଓ ଆସି ଲୋକଙ୍କୁ ବୁଝାଶୁଝା କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ରାସ୍ତା ରୋକ ଉଠିଥିଲା ହେଲେ ଚାପା ଉତ୍ତେଜନା ଲାଗି ରହିଛି।

ଚିକିତ୍ସାଳୟରେ ଏପରି ଘଟଣାକୁ ସମାଜସେବୀ ପ୍ରତ୍ୟୁଷ ପଟ୍ଟନାୟକ ଦୁର୍ଭାଗ୍ୟ ଜନକ କହିବା ସହ ପ୍ରଶାସନ ଏପରି ଘଟଣା ଉପରେ କଡା ନଜର ରଖିବାକୁ ନିବେଦନ କରିଛନ୍ତି। ସେପଟେ ଏ.ଡି.ଏମ୍ ଓ ସୁଧାଂଶୁ ଶେଖର ବଳ ଘଟଣାର ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନର ପ୍ରତିଶୃତି ଦେଇଛନ୍ତି। ମୃତକଙ୍କ ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିଛି।

Leave a Reply

Your email address will not be published. Required fields are marked *