ଆନ୍ତର୍ଜାତୀୟ

କାହା ସହିତ ଡେଟିଂରେ ଯିବେ କି? ଟିକେ ରହିଯାଆନ୍ତୁ – FACEBOOK ଏବେ କରାଇବ ଆପଣଙ୍କ ଡେଟିଙ୍ଗ, ଆଣୁଛି ନୂଆ ବିଶେଷ ଫିଚର

ଏହି ନୂଆ ଫିଚର ଅନୁଯାୟୀ ଫେସବୁକର ୟୁଜର ନିଜର ଏକ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। ଏହି ପ୍ରୋଫାଇଲ କେବଳ ସେହି ଲୋକମାନଙ୍କୁ ଦିଖାଯିବ, ଯେଉଁମାନେ ନିଜେ ଡେଟିଙ୍ଗ ପ୍ରୋଫାଇଲ ବନାଇଥିବେ
ମୁଖ୍ୟ କଥା:
– FACEBOOK ଏବେ କରାଇବ ଆପଣଙ୍କ ଡେଟିଂଗ, ଆଣୁଛି ବିଶେଷ ଫିଚର।
– ଲୋକମାନେ ନିଜର ଫାଷ୍ଟ ନେମରେ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ।
– କମ୍ପାନୀ କହିଛିଯେ ଏହି ପ୍ରୋଫାଇଲ ନ୍ୟୁଜଫିଡରେ ନୁହେଁ ଦେଖାଯିବ ନାହିଁ।

ନୂଆ ଦିଲ୍ଲୀ ୨ ମଇ (ଓଡ଼ିଆ ପୁଅ) ଡାଟା ଲିକ ବିବାଦରେ ଫଂସିଥିବା ଫେସବୁକ ମଙ୍ଗଳବାରଦିନ ଏକ ବଡ଼ ଘୋଷଣା କରିଛି। ଫେସବୁକ ନିଜର ବାର୍ଷିକ F8 ସଫ୍ଟୱେୟାର ଡେଭଲପର କନ୍ଫ୍ରେଂସରେ ଅନଲାଇନ ଏହି ଡେଟିଂଗ ମାର୍କେଟରେ ଏଣ୍ଟ୍ରି କରିବା ବିଷୟରେ ଘୋଷଣା କରିଛି। କମ୍ପାନୀ ଡେଟିଂଗ ଫିଚରର ଏକ ନୂଆ ସେଟ ଆଣିବ। ଏହି ନୂଆ ଫିଚର ଅନୁଯାୟୀ ଫେସବୁକର ୟୁଜର ନିଜର ଏକ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। ଏହି ପ୍ରୋଫାଇଲ କେବଳ ସେହି ଲୋକମାନଙ୍କୁ ଦେଖାଯିବ, ଯେଉଁମାନେ ନିଜେ ଡେଟିଂଗ ପ୍ରୋଫାଇଲ ବନାଇଥିବେ। କାରଣ, ଫେସବୁକ ପାଖରେ, କୌଣସି ଅନ୍ୟ ଦ୍ୱିତୀୟ ‘ଆପ’ ର ତୁଳନାରେ ଆପଣଙ୍କ ଅଧିକ ଡାଟା ଥାଏ। ତେଣୁ ଏହା ଆପଣଙ୍କୁ ଅଧିକ ଉତ୍ତମ ସାଥୀ ଖୋଜିବାରେ ସାହାଯ୍ୟ କରିବ। ଲୋକମାନେ ନିଜର ଫାଷ୍ଟ ନେମ (ପ୍ରଥମ ନାମ) ରେ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। କମ୍ପାନୀ କହିଛିଯେ ଏହି ପ୍ରୋଫାଇଲ ନ୍ୟୁଜଫିଡରେ ଦେଖାଯିବ ନାହିଁ।

ଫେସବୁକର ସିଇଓ ମାର୍କ ଜକରବର୍ଗ କମ୍ପାନୀର ବାର୍ଷିକ F8 ଡେଭଲପର କନ୍ଫ୍ରେଂସରେ କହିଛନ୍ତି, ‘ଫେସବୁକ ଉପରେ ୨୦ କୋଟି ଲୋକ ଏହିପରି ଅଛନ୍ତି, ଯେଉଁମାନେ ନିଜକୁ ସିଂଗଲ ରୂପେ ଲିଷ୍ଟିଂ କରିଛନ୍ତି। ଏହିକ୍ଷେତ୍ରରେ ନିଶ୍ଚିତ ରୂପେ ଆମକୁ କିଛି କରିବାର ମୌକା ମିଳିଛି।’ ଫେସବୁକର ଏହି ଅପ୍ଟ-ଇନ କିମ୍ବା ଏହି ଫିଚର ୟୁଜର୍ସକୁ ସେହି ଲୋକମାନଙ୍କ ସହିତ ଜୋଡ଼ିବାରେ ସାହାଯ୍ୟ କରିବ, ଯିଏ କି ପୂର୍ବରୁ କାହା ସହିତ ସମ୍ବନ୍ଧ ରଖିନାହାଁନ୍ତି କିମ୍ବା ଯୋଡ଼ି ହୋଇନାହାଁନ୍ତି।

କିପରି କାମ କରିବ ଏହି ଫିଚର
ୟୁଜରକୁ ‘ଡେଟିଂଗ ହୋମ’ ରେ ଏଣ୍ଟ୍ରି କରିବା ପାଇଁ ସବୁଠାରୁ ପ୍ରଥମେ ନିଜର ପ୍ରୋଫାଇଲ ଉପରେ ଦିଆଯାଇଥିବା ହାର୍ଟ ଆଇକନ (ହୃଦୟର ଚିହ୍ନ) ଉପରେ କ୍ଲିକ କରିବାକୁ ପଡ଼ିବ। ଏଠାରେ ପହଁଚିବାପରେ ୟୁଜର ଏକ ଡେଟିଂଗ ପ୍ରୋଫାଇଲ ବନାଇ ପାରିବେ। ଫେସବୁକରେ ଆପଣଙ୍କ ସାଙ୍ଗ ଏହି ପ୍ରୋଫାଇଲକୁ ଦେଖି ପାରିବେ ନାହିଁ। ତା’ ପରେ ଆପଣଙ୍କୁ ନିଜର ଆଖପାଖର ଗ୍ରୁପ ଏବଂ ଇଭେଣ୍ଟକୁ ସର୍ଚ କରିବାକୁ ପଡ଼ିବ। ଇଭେଣ୍ଟରେ ସାମିଲ ହେବା ପାଇଁ ଆପଣଙ୍କୁ ଫିଜିକଲ ୱାର୍ଲ୍ଡ ଇଭେଣ୍ଟକୁ ଅନଲକ କରିବାକୁ ପଡ଼ିବ। ତା’ ପରେ, ଇଭେଣ୍ଟକୁ ଯିବାକୁ ଥିବା ଦ୍ୱିତୀୟ ଲୋକମାନଙ୍କର ସହିତ ନିଜର ପ୍ରୋଫାଇଲକୁ ଶେୟାର କରିବାକୁ ପଡ଼ିବ। ଏବେ ଆପଣ ଏହା ଦେଖି ପାରିବେ କି କେଉଁ କେଉଁ ଲୋକ ଏହି ଇଭେଣ୍ଟକୁ ଯାଉଛନ୍ତି। ଏଥିସହ ଆପଣଙ୍କ ପ୍ରୋଫାଇଲ ସେହି ଇଭେଣ୍ଟକୁ ଯାଉଥିବା ଅନ୍ୟମାନଙ୍କ ସହିତ ଶେୟାର କରାଯିବ। ଯଦି ଆପଣଙ୍କୁ କୌଣସି ଲୋକ ସହିତ କିମ୍ବା ଅନ୍ୟ କେଉଁ ବ୍ୟକ୍ତି ମିଳନ୍ତି ତେବେ ଆପଣ ତା’ଙ୍କ ସହିତ ନିଜର କଥା ବାର୍ତ୍ତା ଆରମ୍ଭ କରିପାରନ୍ତି।

ରହିବ ନାହିଁ ସେଫ୍ଟିର ଚିନ୍ତା
ଫେସବୁକ କହିଛିଯେ ସେଫ୍ଟିର ଉପାୟ ଅନୁଯାୟୀ ଦୁଇ ଲୋକଙ୍କ ମଧ୍ୟରେ ହେବାକୁଥିବା କଥାବାର୍ତ୍ତା କେବଲ ଟେକ୍ସ୍ଟ ରେ ହେବ ଏବଂ ଏହା ସହିତ ଡେଟିଙ୍ଗର ଚାଟ ପୂରା ଫେସବୁକ ମେସେଜିଙ୍ଗ ଏବଂ WhatsApp ଠାରୁ ଅଲଗା ହେବ। ଫେସବୁକର ଡେଟିଙ୍ଗ ଫିଚର ଆରମ୍ଭ କରିବା ଖବର ପରେ ଅନଲାଇନ ଡେଟିଂଗ କମ୍ପାନୀ Match ର ଶେୟାର ୨୨ ପ୍ରତିଶତ ତଳକୁ ଖସିଗଲା ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ IAC ର ଶେୟାର ପ୍ରାୟତଃ ୧୮ ପ୍ରତିଶତ ତଳକୁ ଖସିଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top