କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଗୁରୁଦାସ କାମତଙ୍କର ନିଧନ

ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) କଂଗ୍ରେସର ବରିଷ୍ଠ ନେତା ଏବଂ ରାଷ୍ଟ୍ରୀୟ ମହାସଚିବ ଗୁରୁଦାସ କାମତଙ୍କର ୬୩ ବର୍ଷରେ ନିଧନ ହୋଇଯାଇଛି। ସେ ଦିଲ୍ଲୀର ଚାଣକ୍ୟପୁରୀରେ ସ୍ଥିତ ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସୂଚନାଯୋଗ୍ୟଯେ, କଂଗ୍ରେସର ବରିଷ୍ଠ ନେତା ଏବଂ ରାଷ୍ଟ୍ରୀୟ ମହାସଚିବ ଗୁରୁଦାସ କାମତ ଅପ୍ରିଲ ୨୦୧୭ରେ ସମସ୍ତ ପଦରୁ ତ୍ୟାଗପତ୍ର ଦେଇଥିଲେ। ଏକ ବୟାନରେ ସେ କହିଥିଲେ କି ଗତ ଦିନରେ ସେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ସମସ୍ତ ଦାୟୀତ୍ତ୍ୱରୁ ମୁକ୍ତ ହେବାର ଇଚ୍ଛା ପ୍ରକାଶ କରିଥିଲେ।

ସେ ଏବେ ସକ୍ରିୟ ରାଜନୀତିରୁ ଦୂରରେ କରିବାକୁ ଚାହୁଁଥିଲେ। କାମତ କହିଥିଲେ କି ସେ ୩ ଫେବ୍ରୁଆରୀରେ ସୋନିଆଁ ଗାନ୍ଧୀଙ୍କୁ କହିଥିଲେ କି ତାଙ୍କୁ ଦାୟୀତ୍ତ୍ୱରୁ ମୁକ୍ତ କରନ୍ତୁ ବୋଲି। ୨୦୧୪ ରେ ସେ ଲୋକସଭା ନିର୍ବାଚନ ହାରି ଯାଇଥିଲେ ଏବଂ ବର୍ଷ ୨୦୧୭ରେ କାମତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ତା’ ସତ୍ତ୍ୱେ କଂଗ୍ରେସ ତାଙ୍କୁ ଏଆଇସିସିର ମହାସଚିବ ମାନୁଥିଲା।

ମୁମ୍ବାଇ ନର୍ଥ-ୱେଷ୍ଟ ସଂସଦୀୟ କ୍ଷେତ୍ରରୁ କାମତ ବର୍ଷ ୨୦୦୯ ରେ ସାଂସଦ ଥିଲେ। ସେ ମୁମ୍ବାଇ ନର୍ଥ-ଇଷ୍ଟ ସଂସଦୀୟ କ୍ଷେତ୍ରରେ ବର୍ଷ ୧୯୮୪, ୧୯୯୧, ୧୯୯୮ ଏବଂ ୨୦୦୪ ରେ ସାଂସଦ ଥିଲେ। କାମତ ପେଶାରେ ଓକିଲ ଥିଲେ, କାମତ ବର୍ଷ ୨୦୦୯ ରୁ ୨୦୧୧ ମଧ୍ୟରେ ଗୃହ ରାଜ୍ୟ ମନ୍ତ୍ରୀ ଥିଲେ ଏବଂ ତାଙ୍କର ନିକଟରେ ଥିବା ସଞ୍ଚାର ମନ୍ତ୍ରଣାଳୟ ଏବଂ ସୂଚନା ପ୍ରୌଦ୍ୟୋଗିକୀ ମନ୍ତ୍ରଣାଳୟର ଅତିରିକ୍ତ ପ୍ରଭାର ଥିଲା।

୨୦୧୩ ରେ କାମତଙ୍କୁ ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ନିଯୁକ୍ତ କରାଯାଇଥିଲା। ଏହା ବ୍ୟତୀତ ରାଜସ୍ଥାନ, ଗୁଜରାତ, ଦାଦରା ଏବଂ ନଗର ହବେଲୀ, ଡାମନ ଏବଂ ଡିଉର କାର୍ଯ୍ୟଭାର ତାଙ୍କୁ ଦିଆଯାଇଥିଲା। ଏହା ସହିତ ସେ କଂଗ୍ରେସ ୱାର୍କିଂଗ କମିଟିର ସଦସ୍ୟ ନିଯୁକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *