ଓଡ଼ିଶା

ଅଲ୍‌ଇଣ୍ଡିଆ ରେଡିଓର ପୂର୍ବତନ ନିର୍ଦ୍ଦେଶକ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର, ୨୧/୪/୨୦୧୮ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅଲ୍‌ଇଣ୍ଡିଆ ରେଡିଓ ତଥା ଡିଏଭିପିର ପୂର୍ବତନ ମହା-ନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ସେ କେନ୍ଦ୍ର ସରକାରଙ୍କ ବହୁତ ବଡ଼ ବଡ଼ ପଦବୀରେ ଥିଲେ। ସେ ଆମ ଦଳ ପାଇଁ ସଂପଦ ହେବେ ଏବଂ ଏଥିଲାଗି ମୁଁ ବହୁତ ଖସି।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜନୀତିରେ ଯୋଗଦେଲେ ସେବା କରିବା ପାଇଁ ବହୁତ ସୁଯୋଗ ମିଳିବ। ବିଜୁ ଜନତା ଦଳ ଭଳି ରାଜନୈତିକ ଦଳ ଯେଉଁଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରହିଛି, ସେଠାରେ ଯୋଗ ଦେଇଥିବାରୁ ମୁଁ କୃତଜ୍ଞ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ କେଶରୀ ଦେବଙ୍କ ସମେତ ଦଳର ସମସ୍ତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top