ODI ୱାର୍ଲ୍ଡ ରେକର୍ଡ: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିରୁଦ୍ଧରେ ମାରିଲା ୪୮୧/୬

ନୂଆଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଜନୀ ବେରିଷ୍ଟୋ ଏବଂ ଏଲେକ୍ସଙ୍କର ତୋଫାନୀ ସେଞ୍ଚୁରୀ, ଜେସନ ରୟ ଏବଂ ଇୟୋନ ମୋର୍ଗନଙ୍କର ହାଫ ସେଞ୍ଚୁରୀରେ ଇଂଲଣ୍ଡ ଟିମ ୬ ୱିକେଟ ହରାଇ ୪୮୧ ରନ ବନାଇ ଇତିହାସ ରଚିଛି। ଇଂଲଣ୍ଡ ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାନଡେ କ୍ରିକେଟର ସର୍ବୋଚ୍ଚ ସ୍କୋର କରିଛି। ଇଂଲଣ୍ଡ ଟିମ ୩୦ ଅଗଷ୍ଟ, ୨୦୧୬ରେ ପାକିସ୍ତାନ ବିରୁଦ୍ଧରେ ବନାଇଥିବା ନିଜର ହିଁ ୱାର୍ଲ୍ଡ ରେକର୍ଡ ୩ ୱିକେଟରେ ୪୪୪ ରନକୁ ଭାଙ୍ଗିଛି।


ଓପନର ଜନୀ ବେରିଷ୍ଟୋ ୯୨ ବଲରେ ୧୫ ଚୌକା ଏବଂ ୫ ଛକା ଲଗାଇ ୧୩୯ ରନର ଇନିଙ୍ଗସ୍ ଖେଳିଛନ୍ତି, ମ୍ୟାଚ୍ ର ଦ୍ୱିତୀୟ ଶତକ ଏବଂ ହାଇଏଷ୍ଟ ସ୍କୋରର ଏଲେକ୍ସ ହେଲ୍ସ ନେ ୯୨ ବଲରେ ୧୬ ଚୌକା ଏବଂ ୫ ଛକା ମାରି ୧୪୭ ରନ ବନାଇଛନ୍ତି। ଜେସନ ରୟ ୬୧ ବଲରେ ୭ ଚୌକା ଏବଂ ୪ ଛକାର ସହାୟତାରେ ୮୨ ରନର ଇନିଙ୍ଗସ୍ ଖେଳିଛନ୍ତି, ଅଧିନାୟକ ଇୟୋନ ମୋର୍ଗନ ୬୭ ରନ ରନ ବନାଇବା ପାଇଁ କେବଳ ୩୦ଟି ବଲର ସାମନା କରିଥିଲେ। ଏଥିରେ ସେ ୩ଟି ଚୌକା ଏବଂ ୬ଟି ଛକା ଲଗାଇଥିଲେ।

ଏହା ପୂର୍ବରୁ ନଟିଂଘମ ମୈଦାନରେ ଅଷ୍ଟ୍ରେଲିଆ ଟିମର ଅଧିନାୟକ ଟିମ ପେନ ଟସ ଜୀତିକରି ପ୍ରଥମେ ବୋଲିଂ କରିବାପାଇଁ ନିଷ୍ପତି ନେଇଥିଲେ। ଇଂଲଣ୍ଡ ଟିମର ଓପନର ଜେସନ ରୟ ଏବଂ ବେରିଷ୍ଟୋଙ୍କର ଘମାଘୋଟ ମାଡ଼ର ପ୍ରାରମ୍ଭ କରି ପ୍ରଥମ ୱିକେଟରେ ୧୫୯ ରନ ମାରିଥିଲେ। ରନ ବନାଇବାର ଗତିର ଏଥିରୁ ପୂର୍ବାନୁମାନ କରାଯାଉଥିଲାଯେ ଟିମ୍ ଭଲ ସ୍କୋର କରିବ ବୋଲି କାରଣ ଟିମ ପ୍ରଥମ ୧୦୦ ରନ କେବଳ ୧୩.୧ ଓଭରରେ ହିଁ କରିଥିଲା, ଏବଂ ୧୮.୩ ଓଭରରେ ୧୫୦ ରନ ପୂରା କରିଥିଲା।

ଅବଶ୍ୟ, ୧୫୯ ରନରେ ଜଲ୍ଦୀ ରନ ନେବା ଚକ୍କରରେ ଜେସନ ରୟ ରନ ଆଉଟ ହୋଇଗଲେ, କିନ୍ତୁ ଇଂଲଣ୍ଡ ରନ ବନାଇବାର ବେଗ ଥଣ୍ଡା ପଡ଼ିନଥିଲା। ରୟ ୬୧ ବଲରେ ୭ ଚୌକା ଏବଂ ୪ ଛକା ଲଗାଇଥିଲେ। ଜେସନ ଯେତେବେଳେ ଆଉଟ ହେଲେ ସେତେବେଳେ ଲାଗିଲା କି ଇଂଲଣ୍ଡ ଟିମର ବେଗ କମିବ, କିନ୍ତୁ ଏମିତି ହେଲା ନାହିଁ। ଏଲେକ୍ସ ହେଲ୍ସ ଆସିବା କ୍ଷଣି ହିଁ ତୋଫାନୀ ବ୍ୟାଟିଙ୍ଗ ଆରମ୍ଭ କରିଦେଲେ। ସେ ଏବଂ ବେରିଷ୍ଟୋ ମିଶିକରି ଦ୍ୱିତୀୟ ୱିକେଟ ପାଇଁ ୧୫୧ ରନର ପାର୍ଟନରସିପ୍ କରିଥିଲେ।

ଜୋସ ବଟଲର ଅନଲକି ରହିଥିଲେ ଏବଂ କେବଳ ୧୧ ରନ ବନାଇ ଆଉଟ ହୋଇଗଲେ, କିନ୍ତୁ ଅଧିନାୟକ ଇୟୋନ ମୋର୍ଗନ ପୂରା ଫର୍ମରେ ଥିଲେ। ସେ ଆସିବାକ୍ଷଣି ହିଁ ଜବରଦସ୍ତ ବ୍ୟାଟିଂ ଆରମ୍ଭ କଲେ ଏବଂ କେବଳ ୩୦ ବଲରେ ୬୭ ରନମାରିଥିଲେ। ଏଥିରେ ସେ ୩ଟି ଚୌକା ଏବଂ ୬ଟି ଛକା ଲଗାଇଥିଲେ। ତାଙ୍କୁ ରିଚାର୍ଡସନ ଟିମ ପେନଙ୍କ ହାତରେ ଆଉଟ କଲେ। ମୋର୍ଗନଙ୍କର ଆଉଟ ହେବା ପରେ ଇଂଲଣ୍ଡର ରନ ଗତି ଧିର ପଡ଼ିଯାଇଥିଲା ଏବଂ ୫୦୦ ର ଅଙ୍କରୁ କେବଳ ୧୯ ରନ ଦୂରରେ ରହିଗଲା। ଜୋ ରୂଟ (୪) ଏବଂ ବିଲୀ (୧) ନଟ୍ ଆଉଟ୍ ହୋଇଥିଲେ। ରିଚାର୍ଡସନଙ୍କୁ ୩ ୱିକେଟ ମିଳିଥିଲା, ଏକ ୱିକେଟ ଏଗରଙ୍କ ଖାତାରେ ଯାଇଥିଲା।

ୱାନ୍ଡେରେ ୫ ସବୁଠାରୁ ବଡ଼ ସ୍କୋର (ଦେଶ)
୧. ଇଂଲଣ୍ଡ (୪୮୧/୬) ବିପକ୍ଷ ଅଷ୍ଟ୍ରେଲିଆ, ନଟିଂଘମ (୧୯ ଜୁନ, ୨୦୧୮)
୨. ଇଂଲଣ୍ଡ (୪୪୪/୩) ବିପକ୍ଷ ପାକିସ୍ତାନ, ନଟିଂଘମ (୩୦ ଅଗସ୍ତ, ୨୦୧୬)
୩. ଶ୍ରୀ ଲଙ୍କା (୪୪୩/୯) ବିପକ୍ଷ ନେଦରଲ୍ୟାଣ୍ଡ୍ସ, ଏମଷ୍ଟେନଲବିନ (୪ ଜୁଲାଇ, ୨୦୦୬)
୪. ସାଉଥ ଆଫ୍ରିକା (୪୩୯/୨) ବିପକ୍ଷ ୱେଷ୍ଟ ଇଣ୍ଡିଜ, ଜୋହାନସବର୍ଗ (୧୮ ଜୁନ, ୨୦୧୫)
୫. ସାଉଥ ଆଫ୍ରିକା (୪୩୮/୯) ବିପକ୍ଷ ଅଷ୍ଟ୍ରେଲିଆ, ଜୋହାନସବର୍ଗ (୧୨ ମାର୍ଚ୍ଚ, ୨୦୦୬)

Leave a Reply

Your email address will not be published. Required fields are marked *