ଓଡ଼ିଶା

ବଗଦିଆ ଗାଁରେ ହାତୀ ଆତଙ୍କ

ଖଇରା/ବାଲେଶ୍ୱର ୨-୧ (ଓଡିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତର ବଗଦିଆ ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଗତ କାଲି ବିଳମ୍ବିତ ରାତିରେ ଗାଁରେ ପଶି ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର କ୍ଷତି କରିଛି। ସେଥିମଧ୍ୟରୁ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘରେ ପଶି ଧାନପିଟା ମେସିନ୍ ଭାଙ୍ଗି ଦେବା ସହିତ ୨କୁଇଣ୍ଟାଲ ଧାନ ନଷ୍ଟ କରିଛି। ରବିନାରାୟଣ ପଣ୍ଡା ଓ ସୁରେଶ ପଣ୍ଡାଙ୍କ ସମେତ ଗ୍ରାମର ଅନେକଙ୍କର ରବି ଫସଲ ଓ କଦଳୀ ଗଛକୁ ମଧ୍ୟ ନଷ୍ଟ କରିଛି। ଖବର ପାଇ ବନବିଭାଗ ଓ ଖଇରା ପୁଲିସ ବାହିନୀ ଘଟଣା ସ୍ଥଳରେ ପହଁଚି ଥିଲେ। ବନବିଭାଗ ତରଫରୁ ହାତୀମାନଙ୍କୁ ଘଉଡାଇବା ପାଇଁ ବାଣ ଫୁଟାଯାଇଥିଲା। ହାତୀଟି ଘଟଣା ସ୍ଥଳ ଛାଡି ନ ଥିଲାବେଳେ ଆଉ ଅଧିକ କ୍ଷତି ନ ହେବା ଲକ୍ଷ୍ୟନେଇ ବନବିଭାଗ ସଜାଗ ରହିଛି। ଏବେବି ବନ ବିଭାଗ ମିଳିତ ଭାବେ ହାତୀ ଓ ଜନବସତିକୁ ସୁରକ୍ଷା ଦେବା ନେଇ ସଜାଗ ରହିଥିଲା ବେଳେ ଦନ୍ତାହାତୀର ଆତଙ୍କ ବଢିବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top