ଓଡ଼ିଶା

କେନ୍ଦୁଝରରେ ଗଜରାଜଙ୍କର ଗୁଣ୍ଡାରାଜ: ଗଜରାଜଙ୍କର ଆକ୍ରମଣରେ ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର ୨୭-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ଗଜରାଜଙ୍କ ଗୁଣ୍ଡାରାଜ ଜାରୀ। କେନ୍ଦୁଝର ବି.ଜେ.ପି. (ଭୂୟାଁ ଜୁଆଙ୍ଗ ପିଢ) ରେଞ୍ଜର ରଙ୍ଗଡିହ ସାହିରେ ଦନ୍ତା ହାତୀ ଆକ୍ରମଣରେ ୭୦ ବର୍ଷର ଫଗୁ ଜୁଆଙ୍ଗ ଗୁରୁତର। ଗୁରୁତର ଅବସ୍ଥାରେ ଫଗୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ରଙ୍ଗଡିହ ସାହି ଭିତରକୁ ପଶିଆସିଥିଲା। ହାତୀ ଭୟରେ ଲୋକେ ପାଟି ତୁଣ୍ଡ କରି ଘରୁ ବାହାରି ଆସିଥିଲେ। ଫଗୁ ମଧ୍ୟ ପାଟି ଶୁଣି ଘରୁ କବାଟ ଖୋଲି ବାହାରକୁ ବାହାରି ଆସିଥିଲେ ହେଲେ ହାତୀଟି ତାଙ୍କ ଦୁଆର ସାମନାରେ ହିଁ ଠଆ ହୋଇଥିଲା। ଫଗୁ ଦନ୍ତା ସାମନାରେ ପଡିଯାଇଥିଲେ ଓ ଦନାତା ହାତୀଟି ସାଙ୍ଗେ ସାଙ୍ଗେ ତାଙ୍କୁ ଆକ୍ରମଣ କରିଥିଲା ଓ ଦାନ୍ତରେ ଭୂଷି ଦେଇଥିଲା ଦାନ୍ତଟି ତାଙ୍କର ବାମ ହାତରେ ଗଳିଯାଇଥିବା ବେଳେ ତାଙ୍କର ଗୋଡ ହାତ ମଧ୍ୟ ଖଣ୍ଡିଆ ଖାବରା ହୋଇଯାଇଛି ଓ ଲୋକଙ୍କର ପାଟି ତୁଣ୍ଡଶୁଣି ହାତୀ ତାଙ୍କୁ ଛାଡି ଚାଲିଯାଇଥିଲା। ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟଯେ ଏହି ଦନ୍ତା ହାତୀଟି ଦୀର୍ଘ ୨୫ ଦିନ ହେବ ଏହି ବି.ଜେ.ପି. ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି ଓ ଏହି ଦନ୍ତା ହାତୀ ଆକ୍ରମଣରେ ଚଳିତ ଏପ୍ରିଲ ୧ ତାରିଖରେ ବାୟାପଣ୍ଡାଧର ଗାଁ ନିକଟରେ ସେହି ଗାଁର ରଞ୍ଜନ ଜୁଆଙ୍ଗକୁ ଆକ୍ରଣ କରି ଗୁରୁତର କରିପକାଇଥିଲା ଓ ସେ କଟକରେ ଚିକିତ୍ସିତ ହୋଇ ଗତକାଲି ଘରକୁ ଫେରିଛନ୍ତି। ଆହୁରି ମଧ୍ୟ ଏହି ଦନ୍ତା ହାତୀ ଆକ୍ରଣଣ ରେ ବି.ଜି.ପି ରେଞ୍ଜର ଏକାଧିକ ଗାଁରେ ୮ ରୁ ଦଶଟି ଘକ ଭାଙ୍ଗିଥିବା ଅଭଇଯୋଗ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top