ଓଡ଼ିଶା

ଆଗାମୀ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସବିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷାରୁ ଜଣାଯାଇଛି। ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମ ରାଜ୍ୟରେ ସନ୍ତୋଷଜନକ ଭାବରେ ଆଗେଇ ଚାଲିଛି। ବର୍ତ୍ତମାନ ରାଜ୍ୟର ୪୭,୬୭୭ ଗାଁ ମଧ୍ୟରୁ ୪୭,୬୫୫ ଗାଁକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ମାତ୍ର ୨୨ଟି ଗାଁରେ ବିଜୁଳି ସଂଯୋଗ ବାକି ରହିଛି। ଏହା ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରାଯିବ। ସେହିପରି ରାଜ୍ୟର ୨୨,୦୦୦ ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁ ଗୁଡିକ ଉପରେ ଅଧିକ ଫୋକସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦୁଝର, ମୟୂରଭଂଜ, କୋରାପୁଟ, ବଲାଙ୍ଗୀର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାମାନଙ୍କରେ ଏଭଳି ଗାଁ ଅଧିକ ରହିଛି। ତେଣୁ ପ୍ରତି ମାସରେ ହାରାହାରି ୩ ଗୋଟି ଜିଲ୍ଲାରେ ବିଜୁଳି ସଂଯୋଗ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ଆଗାମୀ ୧୦ ମାସ ମଧ୍ୟରେ ସବୁ ଜିଲ୍ଲାକୁ ସଂପୂର୍ଣ୍ଣ ବିଦ୍ୟୁତିକରଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ସେହିପରି ୨୮ ଲକ୍ଷ ପରିବାରକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇ ଅକ୍ଟୋବର ୨ ସୁଦ୍ଧା ଓଡିଶାର ସବୁ ସହର ଓ ଗାଁର ସବୁ ଘରେ ବିଜୁଳି ସୁବିଧା ଉପଲବ୍ଧ କରାଯିବ। ଏହାର ଅଗ୍ରଗତି ସଂପର୍କରେ ପ୍ରତି ମାସରେ ମୁଖ୍ୟ ଶାସନ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ କାର୍ଯ୍ୟ ଦାୟିତ୍ବ ନେଇଥିବା ସଂସ୍ଥା ସହିତ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top