ବିପଦରେ ଶିବ“ରାଜ”: ମଧ୍ୟପ୍ରଦେଶରେ ଆସିପାରେ କଂଗ୍ରେସ ରାଜ : ସର୍ଭେ

ମଧ୍ୟପ୍ରଦେଶ :
– ବିପଦରେ ଶିବ“ରାଜ”
– ଆସିପାରେ କଂଗ୍ରେସ ରାଜ
– ବିଜେପିର ଭୋଟ ୧୧ ପ୍ରତିଶତ କମିବ ଏବଂ କଂଗ୍ରେସର ଭୋଟ ୧୩ ପ୍ରତିଶତ ବଢ଼ିବ
ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତେବେ ସେଠାରେ ବିଜେପି ନିଜର ସରକାରକୁ ବଞ୍ଚାଇପାରୁଛି ନାଁ କଂଗ୍ରେସ ସରକାର ହେବ ଗଠନ ? କଣ କହୁଛି ABP News ଏବଂ CSDS ସର୍ଭେ ପଢ଼ନ୍ତୁ

ନୂଆ ଦିଲ୍ଲୀ ୨୪ ମଇ (ଓଡ଼ିଆ ପୁଅ) ଦେଶର ଦୁଇଟି ବଡ଼ ରାଜ୍ୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଅଛି। ଏବିପି ନ୍ୟୁଜ ଏବଂ ଲୋକନୀତି-ସିଏସଡିଏସର ମିଳିତ ଉଦ୍ୟମରେ ମଧ୍ୟପ୍ରଦେଶରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ଯଦି ଆଜି ଅର୍ଥାତ ଚଳିତ ମାସ ମଇ ୨୦୧୮ରେ ମଧ୍ୟପ୍ରଦେଶରେ ନିର୍ବାଚନ ହୁଏ ତେବେ ବିଜେପିର ଭୋଟ ପ୍ରତିଶତରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହେବ। ୨୦୧୮ ରେ ବିଜେପିର ଭୋଟ ଶେୟାର କମହୋଇ ୩୪ ପ୍ରତିଶତ ରହିପାରେ। ଯାହାକି ୨୦୧୩ ବିଧାନସଭା ନିର୍ବାଚନ ୧୧ ପ୍ରତିଶତ କମ୍ ଅର୍ଥାତ ୨୦୧୩ ନିର୍ବାଚନରେ ବିଜେପିର ଭୋଟ ଶେୟାର ୪୫ ପ୍ରତିଶତ ଥିଲା। ଅପର ପକ୍ଷରେ କଂଗ୍ରେସର ଭୋଟ ଶେୟାର ବଢ଼ିକରି ୪୯ ପ୍ରତିଶତ ହୋଇପାରେ ଯାହାକି ୨୦୧୩ ରେ ୩୬ ପ୍ରତିଶତ ରହିଥିଲା। ବିଏସପିର ଭୋଟ ପ୍ରତିଶତ ୫ ପ୍ରତିଶତ ହୋଇପାରେ ଯାହା ୨୦୧୩ ରେ ୬ ପ୍ରତିଶତ ଥିଲା ଏବଂ ଅନ୍ୟର ଖାତାରେ ୧୨ ପ୍ରତିଶତ ଭୋଟ ଯାଇପାରେ ଯାହାକି ୨୦୧୩ ରେ ୧୩ ପ୍ରତିଶତ ରହିଥିଲା।

ଏହିପରି ଭାବରେ ସ୍ପଷ୍ଟ ନଜର ଆସୁଛି କି ଏମପିରେ ଶିବରାଜ ସରକାର ପାଇଁ ବିପଦରର ଘଣ୍ଟି। ସର୍ଭେରେ ତାଙ୍କର ଭୋଟ ପ୍ରତିଶତରେ ଭାରି ମାତ୍ରାରେ କମ ହେବା ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ। କର୍ଣ୍ଣାଟକରେ ମେଣ୍ଟ ସରକାର ବନାଇଥିବାରେ ସକ୍ଷମ ହୋଇପାରିଥିବା କଂଗ୍ରେସ ପାଇଁ ଏବେ ମଧ୍ୟ ପ୍ରଦେଶରୁ ଭଲ ଖବର ଆସିପାରେ।

ସୂଚନାଯୋଗ୍ୟଯେ, ଏବିପି ନ୍ୟୁଜ CSDS-ଲୋକନୀତିର ଏହି ସର୍ଭେ ୨୮ ଅପ୍ରିଲ ୨୦୧୮ ରୁ ୧୭ ମଇ ୨୦୧୮ ମଧ୍ୟରେ କରାଯାଇଥିଲା। (ABP News ରୁ)

Leave a Reply

Your email address will not be published. Required fields are marked *