ଓଡ଼ିଶା

କର୍ଣ୍ଣାଟକ ନିର୍ବାଚନର ତାରିଖ ଘୋଷଣା: ୧୨ ମଇରେ ମତଦାନ ୧୫ମଇରେ ମତଗଣନା

ନୂଆଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) କର୍ଣ୍ଣାଟକ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ ଆୟୁକ୍ତ ମଙ୍ଗଳବାରଦିନ ଦିଲ୍ଲୀରେ ପ୍ରେସ କନ୍ଫ୍ରେଂସ ସମୟରେ ଘୋଷଣା କରିଛନ୍ତି କି କର୍ଣ୍ଣାଟକରେ ୧୨ ମଇକୁ ମତଦାନ କରାଯିବ ଏବଂ ଏହା ସିଂଗଲ ଫେଜ ଇଲେକ୍ସନ ହେବ। ତା’ ସହିତ ହିଁ କର୍ଣ୍ଣାଟକରେ ତତ୍କାଲ ପ୍ରଭାବରେ ନିର୍ବାଚନ ଆଚାର ସଂହିତା ଲାଗୁ ହୋଇଛି। ଅବଶ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାବତଙ୍କର ପ୍ରେସ କନ୍ଫ୍ରେଂସ ସମୟରେ ମଧ୍ୟ ଏକ ବିବାଦ ଜନ୍ମ ନେଇଥିଲା।

ସୂଚନାଯୋଗ୍ୟଯେ, ଓପି ରାବତ ମତଦାନ ତାରିଖର ଘୋଷଣା କରୁଥିଲେ, ସେହି ସମୟରେ ବିଜେପି ଆଇଟି ହେଡ ଅମିତ ମାଲଭୀୟ ୧୨ ମଇକୁ ନିର୍ବାଚନ ଏବଂ ମତଗଣନା ୧୮ ମଇ, ବୋଲି ଟ୍ଵୀଟ କରିଥିଲେ। ଆୟୋଗ ପତ୍ରକାରଙ୍କ ଦ୍ଵାରା ଏହି ବିଷୟ ଉଠାଇବାରୁ ଏହା ଉପରେ ସେ କହିଥିଲେ ଏହା ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବଶ୍ୟ ବିବାଦ ବଢ଼ିବାରୁ ଅମିତ ମାଲଭୀୟ ଟ୍ଵୀଟ ଡିଲିଟ କରି ଦେଇଥିଲେ। ନିର୍ବାଚନ ଆୟୋଗ ମୁତାବକ ୧୭ ଅପ୍ରିଲ ୨୦୧୮ରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ୧୨ ମଇରେ ମତଦାନ ହେବ ଏବଂ ମତଗଣନା ୧୫ ମଇରେ ହେବ।

EVM ରେ କରାଯିବ ନିର୍ବାଚନ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାବତ କହିଛନ୍ତି କି କର୍ଣ୍ଣାଟକରେ ୪ କୋଟି ୯୬ ଲକ୍ଷ ଭୋଟର ଅଛନ୍ତି। ୯୭ ପ୍ରତିଶତ ଫଟୋ ପରିଚୟ ପତ୍ର ଜାରି କରାଯାଇଛି। ନିର୍ବାଚନରେ ୫୬ ହଜାର ପୋଲିଙ୍ଗ ଷ୍ଟେସନ ବନାଯିବ। ମହିଳାମାନଙ୍କ ପାଇଁ ଏବଂ ଦିଵ୍ୟାଙ୍ଗମାନଙ୍କ ପାଇଁ ବିଶେଷ ବ୍ୟାବସ୍ଥା କରାଯିବ। ସମସ୍ତ ପୋଲିଙ୍ଗ ଷ୍ଟେସନରେ EVM ସହିତ VVPAT ର ମଧ୍ୟ ବ୍ୟବହାର ହେବ। ଇଲେକ୍ଟ୍ରନିକ ମେସିନର ବିଷୟରେ ଲୋକମାନଙ୍କୁ ସତର୍କ କରାଯାଉଛି।

ରାତି ୧୦ଟା ପରେ ଲାଉଡ ସ୍ପିକର ଉପରେ ବ୍ୟାନ:

ଓପି ରାବତ କହିଛନ୍ତି କି ୨୮ ମଇ ପୂର୍ବରୁ ସମସ୍ତ ପ୍ରକ୍ରିୟା ପୂରା କରାଯିବ। ଲାଉଡସ୍ପିକର ବ୍ୟବହାର ରାତି ୧୦ ପରଠାରୁ ନେଇକରି ସକାଳ ୬ଟା ପର୍ଯ୍ୟନ୍ତ ହେବ ନାହିଁ। ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳର ମଧ୍ୟ ନିଯୁକ୍ତି ହେବ।

ନିର୍ବାଚନ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖାଯିବ
ଜଣେ ପ୍ରାର୍ଥୀ ୨୮ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ପାରିବେ ନାହିଁ। ବିନା କାଗଜପତ୍ରରେ ବଡ଼ ଧରଣର ଟଙ୍କା ଜବତ କରାଯିବ।

ପେଡ ନ୍ୟୁଜ ଉପରେ ଶକ୍ତିର ସହ କାର୍ଯ୍ୟାନୁଷ୍ଠାନ ନିଆଯିବ
ପେଡ ନ୍ୟୁଜ ରୋକିବା ପାଇଁ ସେ କହିଛନ୍ତି କି ମିଡ଼ିଆର ମନିଟରିଙ୍ଗ କରାଯିବ। ଇଲେକ୍ଟ୍ରୋନିକ ମିଡ଼ିଆ ଉପରେ ବିଜ୍ଞାପନ ଉପରେ ମଧ୍ୟ ନଜର ରଖାଯିବ। ସେ କହିଛନ୍ତି କି ମିଡ଼ିଆ ସବୁବେଳେ ନିର୍ବାଚନ ଆୟୋଗର ଫ୍ରେଣ୍ଡ ରହିଅଛି।

କର୍ଣ୍ଣାଟକ ବିଧାନସଭାରେ ୨୨୪ଟି ଆସନ ଅଛି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ସରକାର ଅଛି ଏବଂ କଂଗ୍ରେସର ଏହି ଶେଷ ବଡ଼ ରାଜ୍ୟରେ ଶାସନ ବଳବତ୍ତର ରଖିବାକୁ ଚାହିଁବ। ଅପର ପକ୍ଷରେ, ମୋଦୀ ମ୍ୟାଜିକ ସହାୟତାରେ ଶାସନ ହାତେଇବାକୁ ଚାହିଁବ ବିଜେପି। ନିକଟରେ ପୂର୍ବୋତ୍ତରରେ ବିଜୟ ପତାକା ଉଡ଼ାଇଥିବା ବିଜେପି ପାଇଁ ମଧ୍ୟ ଏହା ନିର୍ବାଚନ ପ୍ରତିଷ୍ଠାର ପ୍ରଶ୍ନ ଅଟେ। ଏହି କାରଣରୁ ନିର୍ବାଚନର ତାରିଖର ଘୋଷଣା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସଭା କରିବା ଆରମ୍ଭ କରିଥିଲେ। ଅବଶ୍ୟ କଂଗ୍ରେସ ପାର୍ଟି ମଧ୍ୟ ନିଜର ତରଫରୁ କୌଣସି ଅଳସୁଆମି କରିନାହିଁ।

କର୍ଣ୍ଣାଟକରେ ନିର୍ବାଚନକୁ ନେଇକରି ବିଜେପି କେତେ ଗମ୍ଭୀର ଅଛି, ତାହା ଅନୁମାନ କରାଯାଉଛି। ପାର୍ଟି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଚାର ପାଇଁ ମଇଦାନରେ ଓହ୍ଲାଇଛି। ବର୍ତ୍ତମାନ ବିଜେପିର ଅଧ୍ୟକ୍ଷ ଅମିତ ଶାହ ନିଜେ ୨ ଦିନ କର୍ଣ୍ଣାଟକ ଗସ୍ତରେ ଅଛନ୍ତି।

ଆସନର ଗଣିତ
ସମୁଦାୟ ୨୨୪ ଆସନରୁ ସରକାର ବନାଇବା ପାଇଁ ୧୧୩ଟି ଆସନ ଆବଶ୍ୟକ। ବର୍ତମାନ ଶାସକ ଦଳ କଂଗ୍ରେସ ନିକଟରେ ୧୨୨ ଆସନ ଅଛି ଏବଂ ବିଜେପି ନିକଟରେ ୪୩ ଏବଂ ଜେଡିଏସ ନିକଟରେ ୩୭ ଆସନ ଅଛି। ଆପଣଙ୍କୁ କୁହାଯାଇପାରେଯେ, କି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମଇ ୨୦୧୮ରେ ସମାପ୍ତ ହେଉଛି।

ନିର୍ବାଚନ ଘୋଷଣା ପୂର୍ବରୁ କଂଗ୍ରେସର ଚାଲ୍
ନିର୍ବାଚନର ଠିକ ପୂର୍ବରୁ ରାଜ୍ୟର କଂଗ୍ରେସ ସରକାର ଲିଙ୍ଗାୟତ ସମୁଦାୟକୁ ଅଳ୍ପ ସଂଖ୍ୟକର ମାନ୍ୟତା ଦେଇକରି ବଡ଼ ଚାଲ୍ ଖେଳିଛି। ଏହି ପ୍ରସ୍ତାବ ଉପରେ ଏବେ କେନ୍ଦ୍ର ସରକାରଙ୍କୁ ନିଷ୍ପତି ନେବାକୁ ବାକୀ ଅଛି। ଏଠି ଦେଖିବାକୁ ହେବ କି କଂଗ୍ରେସର ଏହି ଚାଲ୍ ର ବିଜେପିର ନେତୃତ୍ଵାଧିନ NDA ସରକାର କିପରି ଛିଦ୍ର କରୁଛି ଯେପରିକି ନିର୍ବାଚନ ଫଳାଫଳ ମଧ୍ୟ ପ୍ରଭାବିତ ହେବନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top