Home ଆନ୍ତର୍ଜାତୀୟ ଇଦ-ଏ ମିଲାଦ୍-ଉନ୍-ନବୀ:ହଜରତ ମହମ୍ମଦ ପୟଗମ୍ବରଙ୍କ ଜୟନ୍ତୀ ...

ଇଦ-ଏ ମିଲାଦ୍-ଉନ୍-ନବୀ:ହଜରତ ମହମ୍ମଦ ପୟଗମ୍ବରଙ୍କ ଜୟନ୍ତୀ محمد صلی اللہ علیہ و آلہ و

751

ଭୁବନେଶ୍ୱର:ହଜରତ ମହମ୍ମଦ ଜଣେ ଆରବୀ ଧାର୍ମିକ ଏବଂ ରାଜନୈତିକ ନେତା ଥିଲେ।ମୁସଲିମ ସଂପ୍ରଦାୟରେ ବିଶ୍ୱାସ ରହିଛି,ସେ ହେଉଛନ୍ତି ଶେଷ ସନ୍ଦେଶ ବାହକ(ପୟଗମ୍ବର)।ଯାହାଙ୍କୁ ଆଲ୍ଲା (ଅଲ୍ଲାହ) ଜିବ୍ରାଏଲ ନାମକ ଦେବଦୂତ(ଫରିସ୍ତା)ଙ୍କ ଜରିଆରେ କୁରାନର ସନ୍ଦେଶ ଦେଇଥିଲେ।

ମହାପୁରୁଷ ବା ହଜରତ ମହମ୍ମଦ ଆରବର ମକ୍କା ନଗରୀରେ ଖ୍ରୀ ୫୭୦ରେ କୋରେଶ୍ ବଂଶରେ ଜନ୍ମଗ୍ରହଣ କରିଥିଲେ।ପିତାଙ୍କର ନାମ ଅବଦୁଲା ଓ ମାତାଙ୍କ ନାମ ବିବି ଅମିଲା।ହାଲିମା ବିବି ପାଳିତ ମା’ ଥିଲେ।ମହମ୍ମଦଙ୍କର ୮ଟି ସ୍ତ୍ରୀଙ୍କ ମଧ୍ୟରେ ଖୋଦିତା ସବୁଠାରୁ ବେଶି ସୁନ୍ଦରୀ ଓ ଗୁଣବତୀ ଥିଲେ।ଅଳ୍ପ ବୟସରେ ପିତୃବିୟୋଗ ଘଟିବାରୁ ଜଣେ ଧନୀ ବଣିକଙ୍କ ପଣ୍ୟବାହୀ ଉଷ୍ଟ୍ର ଚାଳକ ରୂପେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ବହୁ ଦୁଃଖରେ କାଳାତିପାତ କରିଥିଲେ ମହମ୍ମଦ।ପରେ ଖାଦିଜା ନାମ୍ନୀ ଜଣେ ଧନବତୀ ବିଧବାଙ୍କ ପାଣି ଗ୍ରହଣ କରିବାରୁ ସେ ସୁଖରେ ରହିଲେ।ବାଲ୍ୟ କାଳରେ ବିଦ୍ୟା ଶିକ୍ଷାଲାଭ ହୋଇପାରି ନଥିଲେ ମଧ୍ୟ ମହମ୍ମଦ ସ୍ୱଭାବତଃ ଚିନ୍ତାଶୀଳ ଥିଲେ।ଆରବ ଦେଶବାସୀଙ୍କର ପୌତ୍ତଳିକତା ଓ ତଜ୍ଜନିତ ମତଭେଦ ଓ ବିବାଦ ତେଖି ବ୍ୟଥିତ ହୋଇଥିଲେ।ଗୋଟିଏ ଗିରୀଗୁହାକୁ ଯାଇ ଧ୍ୟାନମଗ୍ନ ହୋଇ ତପସ୍ୟା କରିବା ସମୟରେ ଈଶ୍ୱର ଗେବ୍ରୀଏଲ୍ ନାମକ ସ୍ୱର୍ଗଦୂତ ଦ୍ୱାରା ମହମ୍ମଦଙ୍କୁ ଈଶ୍ୱରଙ୍କର ଆଜ୍ଞାମାନ (ଏକେଶ୍ୱରବାଦ ଆଦି) ଶୁଣାଇଥିଲେ।ସେହି ଆଜ୍ଞାମାନ ମହମ୍ମଦ୍ ‘କୋରାନ’ ରୂପେ ପ୍ରଚାର କଲେ।ଏକେଶ୍ୱରବାଦ ଧର୍ମର ପ୍ରଚାର ମହମ୍ମଦଙ୍କର ୪୦ ବର୍ଷ ବୟସରେ ଆରମ୍ଭ ହେଲା।


ପ୍ରଥମେ ମହମ୍ମଦଙ୍କର ପତ୍ନୀ ଓ ଆଉ ମାତ୍ର ଦୁଇଜଣ ବ୍ୟକ୍ତି ଏହି ମତ ଗ୍ରହଣ କଲେ।କ୍ରମଶଃ ଶିଷ୍ୟ ସଂଖ୍ୟା ବଢ଼ିଲା।କିନ୍ତୁ ମକ୍କାବାସୀ ଏହି ପ୍ରଚାରିତ ଧର୍ମର ବିରୋଧି ହୋଇ ମହମ୍ମଦଙ୍କ ଉପରେ ନାନାଦି ଉତ୍ପୀଡ଼ନ ଆରମ୍ଭ କରିଦେଲେ। ଶେଷରେ ମହମ୍ମଦ ମଦିନା ନଗରକୁ ଚାଲିଗଲେ ଓ କେତେକ ଶିଷ୍ୟ ଆଫ୍ରିକାର ଆବିସିନିଆକୁ ଗଲେ।ମହମ୍ମଦଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଧାରଣ କରିବାକୁ ହୋଇଥିଲା।କ୍ରମଶଃ ତାଙ୍କର ଶିଷ୍ୟସଂଖ୍ୟା ବଢ଼ିଲା ଓ ଶିଷ୍ୟମାନେ ଆରବ ଦେଶସାରା ଏହି ଧର୍ମ ପ୍ରଚାର କଲେ।ଏବଂ ଏହାପରେ ମହମ୍ମଦ ସେନା ନାୟକ ହୋଇ ଅନେକ ସ୍ଥାନ ଓ ନଗର ଅଧିକାର କଲେ।୫୨ ବର୍ଷ ବୟସରେ ୬୩୨ ଖ୍ରୀଷ୍ଟାବ୍ଦରେ ମହମ୍ମଦଙ୍କର ଦେହାନ୍ତର ହୋଇଥିଲା।ମହମ୍ମଦଙ୍କର ପ୍ରବର୍ତ୍ତିତ ଧର୍ମ ଇସଲାମ୍ ଓ ଏହି ଧର୍ମାବଲମ୍ବୀମାନେ ମୁସଲମାନ ନାମରେ ଖ୍ୟାତ।

ମହମ୍ମଦ ମଦିନାକୁ ଯିବା ସମୟ (ଖ୍ରୀ ୬୨୨)ଠାରୁ ମୁସଲମାନମାନଙ୍କର ‘ହିଯିରୀ’ ସନର ଗଣନା ଆରମ୍ଭ ହେଲା।ମକାରୁ ମଦିନା ଯିବା ପରେ ବିଧର୍ମୀମାନେ ତାଙ୍କୁ ମଦିନାରେ ମଧ୍ୟ ଶାନ୍ତିରେ ରଖାଇ ଦେଲେ ନାହିଁ। ସେଠାରେ ବିଧର୍ମୀମାନଙ୍କ ସହିତ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ମହମ୍ମଦଙ୍କର ଦଳ ପରାସ୍ତ ହୋଇଥିଲା।ମହମ୍ମଦଙ୍କ ପୂର୍ବେ ମକ୍କା ନଗରୀରେ ଯେଉଁ ମନ୍ଦିରରେ ପ୍ରତିମା ପୂଜା କରାଯାଉଥିଲା ମହମ୍ମଦ ତାକୁ ହିଁ ପ୍ରଥମେ ଏକେଶ୍ୱରବାଦର ଉପାସନା ସ୍ଥଳୀରେ ପରିଣତ କରାଇଲେ।ବର୍ତ୍ତମାନ ମକ୍କା ନଗରୀର ଏହି ସ୍ଥଳୀ ବା ‘କବ୍ବା’ ପ୍ରକାରାନ୍ତରେ ‘କାବା’ ମୁସଲମାନମାନଙ୍କର ପ୍ରମୁଖ ତୀର୍ଥସ୍ଥାନ।ଏଠାକୁ ଲକ୍ଷ ଲକ୍ଷ ମୁସଲମାନ ଯାତ୍ରୀ ପ୍ରତିବର୍ଷ ‘ହଜ୍’ (ଈଶ୍ୱରଙ୍କ ନାମରେ ଉତ୍ସର୍ଗୀକୃତ ପୂଜା) କରିବାକୁ ଯାଇ ଥାଆନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.