ଆନ୍ତର୍ଜାତୀୟ

ଇଣ୍ଡୋନେସିଆରେ ଭୁମିକମ୍ପ: ତିନି ଜଣଙ୍କର ମୃତ୍ୟୁ, ଶହଶହ ବାସଗୃହ କ୍ଷତିଗ୍ରସ୍ତ

ଜାକର୍ତ୍ତା/ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ମଧ୍ୟ ଇଣ୍ଡୋନେସିଆରେ ଗତକାଲି ଭୁମିକମ୍ପରେ ତିନି ଜଣଙ୍କଙ୍କର ମୃତ୍ୟୁ ହୋଇଛି ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହାର ତୀବ୍ରତା ୪.୪ ଥିଲା। ଇଣ୍ଡୋନେସିଆରେ ଦୁଇ ସପ୍ତାହର ଜରୁରୀକୀଳୀନ ସ୍ଥିତିର ଘୋଷଣା କରାଯାଇ ଥିବା ସୂଚନା ମିଳିଛି। ଇଣ୍ଡୋନେସିଆର ମୌସମ ଏବଂ ଭୂ-ଭୌତିକୀ ଏଜେନ୍ସିଙ୍କ କହିବାନୁଯାୟୀ ଭୁମିକମ୍ପର କେନ୍ଦ୍ର ଜାଭା ପ୍ରାନ୍ତର ଜନବହୁଳ ଜିଲ୍ଲା କେବୁମେନର ୫୨ କିଲୋମିଟର ଉତ୍ତରରେ ଚାରି କିଲୋମିଟର ଗଭୀରରେ ଥିଲା।

ମଧ୍ୟ ଜାଭାର ଡିଜେଷ୍ଟର ମ୍ୟାନେଜମେଣ୍ଟ ଏଜେଂସିର ପ୍ରମୁଖ ସାରବୋ ପ୍ରମାନା ଗଣମାଧ୍ୟମକୁ କହିଛନ୍ତି ଏହି ପ୍ରାନ୍ତର ଅନେକ ଭାଗରେ ଭୁମିକମ୍ପର ଝଟକା ଅନୁଭବ କରାଯାଇଥିଲା। ଦୁଇ ଜଣ ବ୍ୟକ୍ତି ଏବଂ ୧୩ ବର୍ଷୀୟ ଜଣେ ଯୁବକଙ୍କର ମୃତ୍ୟୁ ଭୁମିକମ୍ପରେ ଘର ଭୁଷୁଡ଼ିଯିବାରୁ ସେମାନେ ତଳେ ଦବି ଯାଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ୨୧ ଜଣ ଲୋକଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ଏବଂ ୨୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରାନ୍ତରେ ୧୪ ଦିନର ଜରୁରୀ କାଳୀନ ସ୍ଥିରିର ଘୋଷଣା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top