ଏପ୍ରିଲ ୧୫, ୨୦୧୮ରୁ ଆନ୍ଧ୍ରପ୍ରଦେଶ, ଗୁଜରାଟ, କେରଳ, ତେଲଙ୍ଗାନା ଏବଂ ଉତର ପ୍ରଦେଶରେ ଲାଗୁ ହେବ ଇ-ୱେ ବିଲ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଜିଏସଟି ପରିଷଦ ନିଷ୍ପତିକ୍ରମେ ଏପ୍ରିଲ ୦୧, ୨୦୧୮ ଠାରୁ ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହୋଇସାରିଛି। ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା କର୍ଣ୍ଣାଟକରେ ମଧ୍ୟ ଉପରୋକ୍ତ ତାରିଖ ଠାରୁ କାର୍ଯ୍ୟକାରୀ ହୋଇସାରିଛି। ଇ-ୱେ ବିଲ ସଫଳତାପୂର୍ବକ ବାହାର କରାଯାଉଛି ଏବଂ ୦୯ ଏପ୍ରିଲ, ୨୦୧୮ ସୁଦ୍ଧା ୬୩ ଲକ୍ଷରୁ ଊର୍ଦ୍ଧ୍ୱ ଇ-ୱେ ବିଲ ବାହାର କରାଯାଇସାରିଲାଣି।

ଆନ୍ତଃରାଜ୍ୟ ମାଲ ପରିବହନ ଲାଗି ଇ-ୱେ ବିଲ ବ୍ୟବସ୍ଥା ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ୧୫ ଏପ୍ରିଲ, ୨୦୧୮ ଠାରୁ ଲାଗୁ ହେବ :

୧. ଆନ୍ଧ୍ରପ୍ରଦେଶ
୨. ଗୁଜରାଟ
୩. କେରଳ
୪. ତେଲଙ୍ଗାନା
୫. ଉତର ପ୍ରଦେଶ

ଏହିସବୁ ରାଜ୍ୟଗୁଡ଼ିକରେ ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ବାଣିଜ୍ୟ ଏବଂ ଶିଳ୍ପ ଜଗତ ମାଲ ପରିବହନ ଲାଗି ଆହୁରି ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ଏହାଦ୍ୱାରା ସାରା ଦେଶରେ ଗୋଟିଏ ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହେବାର ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହିସବୁ ରାଜ୍ୟରେ ଥିବା ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗୀ ଏବଂ ପରିବହନକାରୀ ଅନ୍ତିମ ତାରିଖକୁ ଅପେକ୍ଷା ନକରି ଯଥାଶୀଘ୍ର ସମ୍ଭବ https://www.ewaybillgst.gov.in ରେ ନିଜକୁ ପଞ୍ଜିକୃତ/ଏନରୋଲ କରାଇନେଇପାରିବେ।

Leave a Reply

Your email address will not be published. Required fields are marked *