୨ ନକଲି ମାଓବାଦୀ ଗିରଫ, ଏସପିଙ୍କ ସାମ୍ବାଦିକ ସମ୍ମଳନୀ

ଖଡିଆଳ/ନୂଆପଡା-୧୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ପୋଲିସକୁ ଆଜି ଏକ ବଡଧରଣର ସଫଳତା ମିଳିଛି। ପୋଲିସ ୨ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ନେଇ ଖଡିଆଳ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ସୂଚନା ଦେଇଛନ୍ତି। ଏହି ୨ ଜଣ ନକଲି ମାଓବାଦୀ ନୂଆପଡା, କଲାହାଣ୍ଡି ଏବଂ ବଲାଙ୍ଗିର ଜିଲାର ବିଭିନ୍ନ ଧନୀ ବ୍ୟକ୍ତି ଏବଂ ଠିକାଦାରଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକେଇ କରି ଆଦାୟ କରିଥିବା ବେଲେ ଆଜି ଖଡିଆଳର ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେବା ସମୟରେ ଖଡିଆଳ ପୋଲିସ ସେମାନକୁ ଗିରଫ କରିଛି। ଘଟଣାସ୍ଥଳରୁ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଲେ ସେମାନଙ୍କ ଠାରୁ ୨ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି। ଏହା ସହ ଗୋଟିଏ ମୋବାଇଲ ଫୋନ, ବେନାମୀ ସିମ କାର୍ଡ ଜବତ କରିିଛି। ଏମାନେ ଧନୀ ଶ୍ରେଣୀର ବ୍ୟକ୍ତି ଏବଂ ଠିକାଦାର ମାନଙ୍କୁ ଫୋନରେ ମାଓବାଦୀର ପରିଚୟ ଦେଇ ଧମକ ଚମକ ଦେଇ ଲକ୍ଷାଧିକ ଟଙ୍କା ମାଗୁଥିବା ଜଣାପଡିଛି। ନକଲି ମାଓବାଦୀ ନାମରେ ଦୁଇ ଅଭିଯୁକ୍ତ ଲକ୍ଷାଧିକ ଟଙ୍କା ଡକାୟତି, ଲୁଟ କରିଥିବା ବେଳେ ଏହି ଅଭିଯୁକ୍ତ ମାନେ ବଲାଙ୍ଗିର ଜିଲାର ବୋଲି ଜଣାପଡିଛି। ବଲାଙ୍ଗର ଜିଲାର ବଙ୍ଗୋମୁଣ୍ଡା ବ୍ଳକ ବେଲପଡା ଗ୍ରାମର ନିରାକାର ତାଣ୍ଡି ସହ ଅନ୍ୟ ଏକ ଅଭିଯୁକ୍ତ ବଲାଙ୍ଗିର ଜିଲା ତୁରେକେଲା ଥାନା ପାଣ୍ଡରେନ ଗ୍ରାମର ଜଗଦିସ ଛତ୍ରିଆ ବୋଲି ଜଣାପଡିଛି। ଏହି ଅଭିଯୁକ୍ତ ମାନଙ୍କ ନାମରେ ବଲାଙ୍ଗିର, ନୂଆପଡା ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ଥାନାରେ ୧୦ ଗୋଟି ମାମଲା ମାମଲା ରହିଛି। ଏହି ମାମଲାରେ ଅଧିକ ଜଣ ସଂପୃକ୍ତ ରହିଥିବା ବେଲେ ଏହି ଅଭିଯୁକ୍ତ ମାନେ ମୋଟ ୮ ଲକ୍ଷ ଟଙ୍କା ଠକେଇ କରି ଆଦାୟ କରିଛନ୍ତି। ଅନ୍ୟପକ୍ଷରେ ଏମାନଙ୍କ ସହିତ ମାଓବାଦୀଙ୍କ କୌଣସି ପ୍ରକାରର ସମ୍ପର୍କ ରହିନଥିବା ଏସପି ଶ୍ରୀ ପରମାର ପ୍ରକାଶ କରିଛନ୍ତି ଓ ଜନସାଧାରଣଙ୍କୁ ଜଣାଇଛନ୍ତି ଯେ ଏହିପରି ଠକ ପ୍ରକୃତିର କେହିଲୋକ ଯଦି ଫୋନ କରେ ତେବେ ନିକଟସ୍ଥ ଥାନାରେ ଯୋଗାଯୋ କରିବା ପାଇଁ କହିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ଖଡିଆଳ ଥାନାଧିକାରୀ ସଦାନନ୍ଦ ପୁଜାହାରୀ, ପୋଲିସ ସବ ଇନିପେକ୍ଟର ଆଦିତ୍ୟ କୁମାର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *