ad
ଆନ୍ତର୍ଜାତୀୟ

ଦୁବାଇରେ ଓଡିଶାର ଖାଦ୍ୟ ପ୍ରଦର୍ଶନୀ

ସମ୍ବଲପୁର ୧୯/୦୨ (ଓଡ଼ିଆ ପୁଅ) ୟୁନାଇଟେଡ ଆରବ ଏମିରେଟସ୍ – ୟୁଏଇ ଓଡିଆ ସମାଜ ପକ୍ଷରୁ ଓଡିଶାର ପାରମ୍ପାରିକ ଖାଦ୍ୟଦ୍ରବ୍ୟକୁ ନେଇ ଏକ ଉତ୍ସବ “ହାଣ୍ଡିଶାଳ”ର ଷଷ୍ଠ ସଂସ୍କରଣ ଦୁବାଇ ଠାରେ ଅନୁଷ୍ଟିତ ହୋଇଯାଇଛି। ଏମିରେଟସ୍ ଇଙ୍ଗଲିସ ସ୍କୁଲଠାରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ୩୦ ପ୍ରବାସୀ ଓଡିଆ ପରିବାର ୫୦ରୁ ଉର୍ଦ୍ଧ୍ୱ ପାରମ୍ପାରିକ ଖାଦ୍ୟଦ୍ରବ୍ୟ ଓ ମିଷ୍ଟାନ୍ନ ପ୍ରସ୍ତୁତ କରି ପରିବେଷଣ କରିଥିଲେ। ଦୁବାଇ ଓ ଆଖପାଖରେ ରହୁଥିବା ୩୦୦ଟି ପରିବାର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବଶରରେ ସଙ୍ଗୀତ, ନୃତ୍ୟ, ପ୍ରବନ୍ଧ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର କୃତି ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅସିମ ପଣ୍ଡା, ସାବିର ଅଲି, ଏବଂ ଅଭିଶେକ ପ୍ରାଣିଗ୍ରାହୀ ଖାଦ୍ୟ ପ୍ରଦର୍ଶନୀକୁ ବୁଲି ଶ୍ରେଷ୍ଠ ତିନୋଟି ଖାଦ୍ୟ ଦ୍ରବ୍ୟକୁ ମୂଲ୍ୟାଙ୍କନ କରିଥିଲେ। ଏଥିରେ ଓଡିଶାର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଖାଦ୍ୟ ସ୍ଥାନ ପାଇଥିଲା।

କାର୍ଯ୍ୟକ୍ରମ ଆଗରୁ ଗତ ୧୪ ତାରିଖ ଦିନ ପୁଲୱାମାଠାରେ ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିବା ଜବାନ ମାନଙ୍କ ଆତ୍ମାର ସଦଗତି କାମନା କରି ପ୍ରଦିପ ପ୍ରଜ୍ଜ୍ୱଳନ ସହିତ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରଦର୍ଶନୀର ସଫଳତା ପାଇଁ ଓଡିଆ ସମାଜ ପକ୍ଷରୁ ସମସ୍ତ ସ୍ୱେଚ୍ଛାସେବୀ ଏବଂ ପରିବାର ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top