ବରଗଡ଼ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟୀର ଦାୟିତ୍ୱ ଗ୍ରହଣ

ବରଗଡ଼ ୯-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଆଜି ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ତା.୩୧.୦୩.୨୦୧୮ରିଖ ଦିନ ଅନୁଷ୍ଠିତ ହୋଇଥିବା ସଂଘର ସାଧାରଣ ପରିଷଦ ନିର୍ବାଚନରେ ଶ୍ରୀ ଅଶୋକ କୁମାର ଯୋଶୀ, ସଭାପତି, ଶ୍ରୀ କିରଣ କୁମାର ମିଶ୍ର, ଉପସଭାପତି, ଶ୍ରୀ ଲିପ୍ସିତ୍ ମିଶ୍ର, ସମ୍ପାଦକ, ଶ୍ରୀ ଆଦିତ୍ୟ କୁମାର ପାଢ଼ୀ, ସହ ସମ୍ପାଦକ ତଥା ଶ୍ରୀ ସୁଶୀଳ କୁମାର ମହାପାତ୍ର, ଶ୍ରୀ କିଶୋର ଚନ୍ଦ୍ର ଦାଶ, ଶ୍ରୀ ଅନନ୍ତ ମଜୁମଦାର, କାର୍ଯ୍ୟକାରୀ କମିଟୀ ବରିଷ୍ଠ ବର୍ଗ ଓ ଶ୍ରୀ ମହେଶ କୁମାର ଅଗ୍ରୱାଲ ଓ ସନ୍ତୋଷ କୁମାର ଦାଶ, କାର୍ଯ୍ୟକାରୀ କମିଟୀ କନିଷ୍ଠ ବର୍ଗକୁ ନିର୍ବାଚିତ ହୋଇଥିଲେ। ଆଜିର ସଭାରେ ସହ ନିର୍ବାଚନ ଅଧିକାରୀ ଶ୍ରୀ ଟୁନାଜ ଚନ୍ଦ୍ର ତ୍ରିପାଠୀ ବିଧିବଦ୍ଧ ଭାବରେ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ। ପୂର୍ବତନ ସଭାପତି ଶ୍ରୀ ଶଶିଭୂଷଣ ପ୍ରଧାନ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସହ ନିର୍ବାଚନ ଅଧିକାରୀ ନିର୍ବାଚିତ ସଦସ୍ୟ ମାନଙ୍କୁ ଶପଠ ପାଠ କରାଇଥିଲେ। ନବନିର୍ବାଚିତ ସଭାପତି ଶ୍ରୀ ଅଶୋକ କୁମାର ଯୋଶୀ ତାଙ୍କର ସ୍ୱାଗତ ଅଭିଭାଷଣରେ ସଂଘର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆହୁରି ମଧ୍ୟ ଆଗାମୀ ଦିନରେ ବରଗଡରେ ଶ୍ରମିକ ଅଦାଳତ, ବନ୍ଦୋବସ୍ତ କମିଶନରଙ୍କ ଅଦାଳତ ତଥା ଭିଜିଲାନ୍ସ ଅଦାଳତ ସ୍ଥାପନ କରିବା ପାଇଁ ଚଳିତ କାର୍ଯ୍ୟକାରୀ କମିଟୀ ଉଦ୍ୟମ କରିବ ବୋଲି ପ୍ରକାଶ କରିଥିଲେ ତଥା ଓକିଲ ସଂଘ ପୂର୍ବବତ୍ ବରଗଡ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ସହିତ ନିଜକୁ ସଂଶ୍ଲିଷ୍ଟ କରି ପ୍ରଶାସନ ର ସହଯୋଗରେ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ, ଶେଷରେ ସମ୍ପାଦକ ଲିପ୍ସିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *