Home ଓଡ଼ିଶା ବିଜେଡ଼ିରେ ଯୋଗ ଦେଉନାହାଁନ୍ତି ଦିଲ୍ଲୀପ

ବିଜେଡ଼ିରେ ଯୋଗ ଦେଉନାହାଁନ୍ତି ଦିଲ୍ଲୀପ

1028

ଭୁବନେଶ୍ୱର ୧୭-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ନବୀନ ନିବାସ ପହଁଚିଥିଲେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ସେଠାରୁ ଫେରିବା ପରେ ଗଣ ମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ନଦେଇ ଘରକୁ ଫେରିଯାଇଥିଲେ ଦିଲ୍ଲୀପ। ନବୀନ ନିବାସ ଭିତର ଆଲୋଚନା ଯାହାଥିଲା ସେଥିରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ ଦିଲ୍ଲୀପ ରାୟ। ନବୀନଙ୍କୁ ସାକ୍ଷାତ କରିବା ସମୟରେ ପାଖରେ ଉପସ୍ଥିତ ଥିଲେ ବ୍ୟକ୍ତିଗତ ସଚିବ। ଦିଲ୍ଲୀପଙ୍କର ପ୍ରଶ୍ନଥିଲା ସୁନ୍ଦରଗଡ଼ରୁ ବିଜେଡ଼ିର ସାଂସଦ ପ୍ରାର୍ଥୀ କିଏ? ଏହାର କୌଣସି ଉତ୍ତର ନଦେଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ସଚିବଙ୍କ ମୁହଁକୁ ଅନାଇଥିଲେ। ବ୍ୟକ୍ତିଗତ ସଚିବ ଉତ୍ତର ଦେଇଥିଲେ ସୁନିତା ବିଶ୍ୱାଳ। ଦିଲ୍ଲୀପଙ୍କ ଉତ୍ତର ଥିଲା ସେ କିଏ? ବ୍ୟକ୍ତିଗତ ସଚିବ ଉତ୍ତର ରଖିଥିଲେ ସେ ହେଉଛନ୍ତି ହେମାନନ୍ଦ ବିଶ୍ୱାଳଙ୍କର ଝିଅ। ଦିଲ୍ଲୀପଙ୍କର ପ୍ରଶ୍ନ ଥିଲା ମୋ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ ମୋତେ ଆପାତତଃ ପଚାରିବାର ଥିଲା। ଏହି ପ୍ରଶ୍ନର ଉତ୍ତରରେ ଦିଲ୍ଲୀପ ରାୟ ପାଇଲେ ଏହା ହେଉଛି ନବ ଦାସଙ୍କର ନିଷ୍ପତ୍ତି। ଏହି ଉତ୍ତର ଶୁଣିବା ପରେ ଦିଲ୍ଲୀପ ରାୟ ତୁରନ୍ତ ନବୀନ ନିବାସ ପରିତ୍ୟାଗ କରିଥିଲେ। ବାହାରେ ଅପେକ୍ଷାରତ ଗଣ ମାଧ୍ୟମକୁ କୌଣସି ଉତ୍ତର ନଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ଦିଲ୍ଲୀପ ରାୟ।

ନବ ଦାସଙ୍କର ନିକଟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତପା ଦେଇ ବିଜେଡ଼ିରେ ଯୋଗଦେଇ ପଶ୍ଚିମାଞ୍ଚଳ ବିଜେଡ଼ି ସଂଗଠନକୁ ନିଜ ଅକ୍ତିଆରକୁ ଆଣୁଥିବାର ଖବରକୁ ସହଜରେ ହଜମ କରିପାରୁନାହାଁନ୍ତି ଦିଲ୍ଲୀପ ରାୟ। ତେଣୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ସଦୃଶ୍ୟ ଦିଲ୍ଲୀପ ରାୟ ନବ ଦାସଙ୍କର ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହାଁନ୍ତି। ତେଣୁ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଉପରେ ସ୍ପଷ୍ଟ ଚିତ୍ର ଉପସ୍ଥାପନା କରିପାରୁନାହାଁନ୍ତି ଦିଲ୍ଲୀପ ରାୟ। ଏହି ସମସ୍ୟାର ସମାଧାନ ହେଲାପରେ ବିଜେଡ଼ିରେ ନିଜର ଯୋଗଦାନ ଉପରେ ସ୍ପଷ୍ଟ ଆଭିମୁଖ୍ୟ ଗଣମାଧ୍ୟମରେ ଜଣାଇବେ ବୋଲି ଦିଲ୍ଲୀପ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.