ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ରୂପେ ଶପଥ ନେଲେ

ନୂଆଦିଲ୍ଲୀ ୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କ୍ୟାବିନେଟ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି। ରବିବାର ସକାଳ ୧୦.୩୦ ମିରେ ୪ ଜଣ ମନ୍ତ୍ରୀଙ୍କ ପଦୋନ୍ନତି ହୋଇଥିବା ବେଳେ କିଛି ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସର୍ବ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି କରାଯାଇଛି। ସେହିପରି ପୀୟୁଷ ଗୋୟଲ ମୁଖ୍ତାର ଆବ୍ବାସ ନକୱୀ, ନିର୍ମଲା ସୀତାରମନଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ଦିଆଯାଇଛି।

ପୂର୍ବାନୁମାନ ଅନୁଯାୟୀ  ୯ ଜଣ ନୂତନ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କମଧ୍ୟରେ ଉତ୍ତର ପ୍ରଦେଶର ଶିବପ୍ରତାପ ଶୁକ୍ଲା, ଏବଂ ସତ୍ୟପାଲ ସିଂହ, ବିହାରର ଆରକେ ସିଂହ ଏବଂ ଅଶ୍ୱିନୀ କୁମାର ଚୌବେ, କର୍ଣ୍ଣାଟକରୁ ଅନନ୍ତ କୁମାର ହେଗଡେ, ରାଜସ୍ଥାନର ଗଜେନ୍ଦ୍ର ସିଂହ ଶେଖାୱତ, କେରଳର ଅଲଫୋଂସ କନନଥାମନ ମଧ୍ୟ ପ୍ରଦେଶର ବୀରେନ୍ଦ୍ର କୁମାର ଏବଂ ପୂର୍ବ ଆଇଏଫଏସ ଅଧିକାରୀ ହରଦୀପ ସିଂହ ପୁରୀ ଅଛନ୍ତି।

Leave a Reply

Your email address will not be published. Required fields are marked *